ପୁରୀ: କୋରୋନା ସତର୍କତା ନେଇ ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ସହ କଟକଣା ଜାରି କରିଛି। ହେଲେ କଟକଣା ସତ୍ତ୍ବେ ବି ପୁରୀ ସଦର ଥାନା ବିରହରେ କୃଷ୍ଣପୁର ଠାରେ ମେଳଣ ଅୟୋଜନ କରାଯାଇଥିଲା । ତେବେ ଏହା ଉଲ୍ଲଂଘନ ହୋଇ ଥିବାରୁ ପୁରୀ ତହସିଲଦାର ଏନେଇ ପୁରୀ ସଦର ଥାନାରେ ଏତଲା ଦେଇଛନ୍ତି । ଆୟୋଜକଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଏତଲାରେ ଅଭିଯୋଗ ହୋଇଛି ।

ବିଶେଷ କରି ଅଧିକ ଲୋକ ଗୋଟିଏ ଜାଗାରେ ଏକାଠି ନହେବା ସହିତ ବିଭିନ୍ନ ସାମାଜିକ ଓ ଧାର୍ମିକ ଉତ୍ସଵ ବାତିଲ କରିବାକୁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଗତ 15 ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାକୁ ଉଲ୍ଲଂଘନ କଲେ କାର୍ଯ୍ୟନୁଷ୍ଠାନ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସରକାରଙ୍କ ନିର୍ଦେଶ ନମାନି ଅୟୋଜକ ଏହି ମେଳଣ ଅୟୋଜନ କରିଥିଲେ। ଯାହାକୁ ନେଇ ପୁରୀ ତହସିଲଦାର ମଧ୍ୟ ପୂର୍ବରୁ ଆୟୋଜନ ନକରିବା ନେଇ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟପଟେ ଏହି ଘଟଣାକୁ ପୁରୀ ସଦର ଥାନା ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ନିୟମ ଉଲଘଂନ କରିଥିବା ଆୟୋଜକଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ