ETV Bharat / state

Panchayat Polls: ଶେଷ ପର୍ଯ୍ୟାୟରେ ଭୋଟ ଦେଉଛି କାକଟପୁର-ଅସ୍ତରଙ୍ଗ - ପୁରୀ ପଞ୍ଚାୟତ ନିର୍ବାଚନ

ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ମତଦାନ ଜାରି । ଅଧିକ ପଢନ୍ତୁ

ଶେଷ ପର୍ଯ୍ୟାୟରେ ଭୋଟ ଦେଉଛି କାକଟପୁର-ଅସ୍ତରଙ୍ଗ

author img

By

Published : Feb 24, 2022, 11:03 AM IST

ପୁରୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁରୀ ଜିଲ୍ଲାରେ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଛି । ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ୧୫ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୩୦ଟି ୱାର୍ଡ, ୨ଟି ଜିଲ୍ଲା ପରିଷଦ ଜୋନ ଏବଂ କାକଟପୁର ବ୍ଲକର ୧୬ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୬୮ଟି ୱାର୍ଡ ଏବଂ ୩ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ମତଦାନ ଚାଲିଛି । ଏହି ଦୁଇ ବ୍ଲକର ମୋଟ ୩୧ଟି ଗ୍ରାମ ପଞ୍ଚାୟତର ୫୧୮ଟି ୱାର୍ଡ ଓ ୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗ୍ରହଣ ଜାରି ରହିଛି ।

ଅସ୍ତରଙ୍ଗରେ ୪୭ ଜଣ ସରପଞ୍ଚ, ୪୭ ଜଣ ସମିତି ସଭ୍ୟ, ୪୨୯ ଜଣ ୱାର୍ଡମେମ୍ବର ଓ ୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । କାକଟପୁର ବ୍ଲକରେ ୭୦ ଜଣ ସରପଞ୍ଚ, ୫୪ଜଣ ସମିତି ସଭ୍ୟ, ୬୦୫ ଜଣ ୱାର୍ଡମେମ୍ବର, ୧୧ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଏହି ଅନ୍ତିମ ପର୍ଯ୍ୟାୟ ମତଦାନରେ ଅସ୍ତରଙ୍ଗ ବ୍ଲକରେ ୭୩,୬୨୦ ଜଣ ଭୋଟର, କାକଟପୁରରେ ୯୩,୦୨୮ ଜଣ ଭୋଟରଙ୍କୁ ମିଶାଇ ମୋଟ ୧,୬୬,୬୪୮ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଅସ୍ତରଙ୍ଗରେ ୧୫ ଜଣ ଓ କାକଟପୁରରେ ୧୯ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଛନ୍ତି । ଉଭୟ ବ୍ଲକରେ ୧୧୬ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି ।

ଏତଦ୍‌ ବ୍ୟତୀତ ଅସ୍ତରଙ୍ଗ ବ୍ଲକର ଅସ୍ତରଙ୍ଗ ପଞ୍ଚାୟତର ୮ନଂ ୱାର୍ଡ, କାକଟପୁର ଓଥକା ପଞ୍ଚାୟତର ୩ନଂ ୱାର୍ଡକୁ ପିଙ୍କ ବୁଥ ଭାବେ ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ମତଦାନ ପରିଚାଳନା ନିମନ୍ତେ ସମସ୍ତ ପୋଲିଂ କର୍ମଚାରୀ ମହିଳା ହିଁ ଅଟନ୍ତି । ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ମତଦାନ ଚାଲିବ । ଆସନ୍ତା ୨୬ ତାରିଖରେ ସଂପୃକ୍ତ ବ୍ଲକରେ ଭୋଟ ଗଣତି ହେବ । ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.