ETV Bharat / state

ଲକ ଡାଉନରେ ଭୋକିଲା ଯିବ ଜନ୍ତୁଙ୍କୁ ଖାଦ୍ୟ ପ୍ରଦାନ - puri lattest news

ଲକ ଡାଉନରେ ଭୋକିଲା ଯିବ ଜନ୍ତୁଙ୍କୁ ଖାଦ୍ୟ ପ୍ରଦାନ । ପୁରୀରେ ରାସ୍ତା କଡରେ ବୁଲୁଥିବା ଜୀବଜନ୍ତୁଙ୍କୁ ଦିଆଗଲା ଖାଦ୍ୟ । ଅଧିକ ପଢନ୍ତୁ...

food for street animals
ଭୋକିଲା ଯିବ ଜନ୍ତୁଙ୍କୁ ଖାଦ୍ୟ ପ୍ରଦାନ
author img

By

Published : Apr 12, 2020, 7:24 PM IST

ପୁରୀ: ଲକ ଡାଉନ ପାଇଁ ସାରା ଦେଶରେ ଦୋକାନ ବଜାର, ହୋଟେଲ ବନ୍ଦ। କେହି ଲୋକ ମଧ୍ୟ ଘରୁ ବାହାରକୁ ଆସୁ ନାହାନ୍ତି। ଆଉ ଏହାର ପରିଣାମ ଭୋଗୁଛନ୍ତି ନିରୀହ ଜୀବଜନ୍ତୁ। ସାଧାରଣ ଦିନରେ ପରିବା ଦୋକାନୀ , ହୋଟେଲ ବ୍ୟବସାୟୀ ଓ ସାଧାରଣ ଲୋକ ମାନେ ରାସ୍ତାରେ ବୁଲୁଥିବା ଷଣ୍ଢ, ଗାଈ, କୁକୁର,ମାଙ୍କଡ଼ଙ୍କୁ ବିଭିନ୍ନ ଖାଦ୍ୟ ଦେଉଥିଲା। ତେବେ ଲକ ଡାଉନ ଯୋଗୁଁ ସବୁ ବନ୍ଦ ପଡିବା ପରେ ଏହି ନିରୀହ ଜୀବଜନ୍ତୁ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି।

ଲକ ଡାଉନରେ ଭୋକିଲା ଯିବ ଜନ୍ତୁଙ୍କୁ ଖାଦ୍ୟ ପ୍ରଦାନ

ଭୋକ ଉପାସରେ ଆଉଟ ପାଉଟ ହେଉଛନ୍ତି। କଥା କହି ପାରୁ ନ ଥିବା ଏହି ଜୀବଜନ୍ତୁଙ୍କ ଭାଷା ଓ କଷ୍ଟ କିନ୍ତୁ ବୁଝି ପାରିଛନ୍ତି ପୁରୀ ଲୋକନାଥ ରୋଡ଼ ଛପନ ଛକରେ ଥିବା ସମର୍ପଣ ଭାଗବତ ଟୁଙ୍ଗି ଅନୁଷ୍ଠାନର କର୍ମକର୍ତ୍ତା । ପ୍ରାୟ 40 ଜଣ କର୍ମକର୍ତ୍ତା ନିଜନିଜ ଭିତରେ କିଛି କିଛି ଟଙ୍କା ଆଦାୟ କରି ସବୁଦିନେ ଏକ କ୍ବିଣ୍ଟାଲ ଖେଚୁଡ଼ି ରାନ୍ଧି ପୁରୀ ସହରରେ ଥିବା ଯିବ ଜନ୍ତୁଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଟ୍ରଲିରେ ଖାଦ୍ୟ ନେଇ ସହର ସାରା ବୁଲି ଏହି ନିଆରା ସେବା କରୁଛନ୍ତି। ଲକ ଡାଉନ ଦିନ ଠାରୁ ଏହି କାର୍ଯ୍ୟକ୍ରମ ଚାଲିଛି। ତେବେ କେବଳ ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ନୁହେଁ ବରଂ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା, ସରକାରଙ୍କ ଲକ ଡାଉନକୁ ମାନିବା ନେଇ ମଧ୍ୟ ସଚେତନ କରୁଛନ୍ତି।

କୌଣସି ଅନୁଷ୍ଠାନର ବିନା ସାହାଯ୍ୟରେ ନିଜ ଉଦ୍ୟମ ଏହି କାର୍ଯ୍ୟ କରି ଆସୁଥିବା ବେଳେ ଏହା ବେଶ ଆନନ୍ଦ ଦିଏ ବୋଲି କୁହନ୍ତି ସମର୍ପଣ ଭଗବତ ଟୁଙ୍ଗି କର୍ମକର୍ତ୍ତା। ଏହି କରୋନା ମହାମାରୀ ସମୟରେ ପ୍ରତ୍ୟେକ ଲୋକ ମାନବିକତାକୁ ପାଳନ କରି ନିଜ ସକ୍ଷମ ମୁତାବକ ପ୍ରତେକ ଭୋକିଲା ମନୁଷ୍ୟ ହେଉ ବା ଜୀବଜନ୍ତୁ ସମସ୍ତଙ୍କୁ ଆହାର ଯୋଗାଇବା ଉଚିତ ବୋଲି ଅନୁଷ୍ଠାନ କର୍ମକର୍ତ୍ତା ମାନେ ବାର୍ତ୍ତା ଦେଇଛନ୍ତି। ତେବେ ଏଭଳି ନିଆରା କାର୍ଯ୍ୟ କରୁଥିବା ସେହି କର୍ମକର୍ତ୍ତାଙ୍କୁ ଭେଟି ତାଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି ଆମ ପୁରୀ ରିପୋର୍ଟର ଶକ୍ତି ପ୍ରସାଦ ମିଶ୍ର। ଅନୁଷ୍ଠାନର ସଭାପତି କୃଷ୍ଣ ଚନ୍ଦ୍ର ସାହୁ , ସଦସ୍ୟ ତତ୍ୱ୍ୱଦର୍ଶୀ ସେଠି ଓ ସମାଜ ସେବୀ ପ୍ରିୟ ଦର୍ଶନ ପଟ୍ଟନାୟକ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.