ETV Bharat / state

ବୋହୂକୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲେ ୭୨ ବର୍ଷୀୟ ଶ୍ବଶୁର

ବୋହୂକୁ ବାରମ୍ବାର ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ୭୨ ବର୍ଷ ବୟସ୍କ ଶ୍ବଶୁର ଗିରଫ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଶ୍ବଶୁରଙ୍କୁ 14 ଦିନଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ଅଦାଲତ ।

author img

By

Published : Aug 14, 2019, 11:10 AM IST

Updated : Aug 14, 2019, 12:02 PM IST

ଡିଜାଇନ ଫଟୋ

ପୁରୀ: ନିଜ ବୋହୂକୁ ବାରମ୍ବାର ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ୭୨ ବର୍ଷ ବୟସ୍କ ଶ୍ବଶୁର ଗିରଫ । ଅସୁର ରୂପୀ ଶ୍ବଶୁରକୁ ଗିରଫ କରି ପିପିଲି ପୋଲିସ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ପାଶିବକ ପ୍ରବୃତ୍ତିର ଶ୍ବଶୁରଙ୍କ କଳାକାଣ୍ଡ କାରନାମାକୁ ନିଜ ମୋବାଇଲ୍‌ରେ କଏଦ କରି ପ୍ରମାଣ ସହ ପୋଲିସ ପାଖରେ ଅଭିଯୋଗ କରିଥିଲେ ବୋହୂ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଶ୍ବଶୁରଙ୍କୁ 14 ଦିନଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ଅଦାଲତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜ୍ୟଜନକ ଘଟଣା । ନିଜ ପୁତ୍ର ବଧୂକୁ ଉପରେ ପଡିଥିଲା କାମାନ୍ଧ ଶ୍ବଶୁରଙ୍କ ଲୋଲୁପ ନଜର । ଦୀର୍ଘ ଦିନ ହେଲା ବୋହୂ ଉପରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ କାମାସକ୍ତ ଶ୍ବଶୁର। ନିଜ ସ୍ବାମୀଙ୍କ ଆଗରେ ଓ ଘରର ଅନ୍ୟଲୋକଙ୍କ ଆଗରେ ଏହି କଥା ଉଠାଇଥିଲେ ମଧ୍ୟ କେହି ବିଶ୍ବାସ କରିନଥିଲା । ଶ୍ବଶୁରଙ୍କ ଏଭଳି ପଶୁତୁଲ୍ୟ ଆଚରଣରେ ଅତିଷ୍ଠ ଓ ଅଣନିଶ୍ବାସୀ ହୋଇ ବୋହୂ କରିଥିଲେ ଦୁଷ୍କର୍ମ ଉଦ୍ୟମର ଷ୍ଟିଙ୍ଗ୍ ଅପରେସନ । ନିଜ ମୋବାଇଲରେ ଶ୍ବଶୁରର କୁତ୍ସିତ କାରାନାମାର ଭିଡ଼ିଓ ଉତ୍ତୋଳନ କରିଥିଲେ। ଏହାସହ ଗତ 11 ତାରିଖରେ ପିପିଲି ଥାନାରେ ଲିଖିତ ଅଭିଯୋଗ ସହ ଭିଡିଓ କ୍ଲିପିଂ ଦାଖଲ କରିଥିଲେ । ଅଭିଯୋଗ ଆଧାରରେ ଶ୍ବଶୁରଙ୍କୁ ଗିରଫ କରିଛି ପୋଲିସ ।

ଗତକାଲି ପିପିଲି ପୋଲିସ ଦ୍ବାରା ଶ୍ବଶୁରକୁ ପ୍ରଥମେ ଅଟକ ପରେ ଆଜି ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ।ପିପିଲି ଜେଏମ୍‌ଏଫସି କୋର୍ଟ ବିଚାର ପତି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଅଭିଯୁକ୍ତ ଶ୍ବଶୁର ଏବେ ନିମାପଡା ଜେଲରେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଦୁଷ୍କର୍ମକାରୀ ଶଶୁର କୁ ଗିରଫ କଲା ପୋଲିସBody:.. ଜେଲ ଗଲେ ରଶିକିଆ ଶଶୁର, ଗତକାଲି ପୋଲିସ ଦ୍ଵାରା ଅଟକ ହୋଇଥିବା ଶଶୁର ଙ୍କୁ ଆଜି ପିପିଲି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ମାନ୍ୟବର ବିଚାରପତି ଜେଲ ହାତକୁ ପଠାଇଛନ୍ତି ଶ୍ୱଶୁର କୁ । ପିପିଲି ସାତଶଙ୍ଖ ଅଞ୍ଚଳରେ ଜଣେ ବିବାହିତା ମହିଳା ଙ୍କୁ ତାଙ୍କ ଶ୍ୱଶୁର ବାରମ୍ବାର ବଳତ୍କାର କରିବାକୁ ଉଦ୍ୟମ କରୁଥିବା ବେଳେ ବୋହୁ ଶ୍ୱଶୁର ଙ୍କର ବିରୁଦ୍ଧରେ ପରିବାର ଅଭିଯୋଗ କଲେ ମଧ୍ୟ ବୋହୁ କଥା କୁ କେହି ଗ୍ରହଣ ନ କରିବାରୁ ବାଧ୍ୟ ହୋଇ ଶ୍ୱଶୁର ଙ୍କର କଳା କାରନାମା କୁ ନିଜ ମୋବାଇଲ ରେ ଭିଡ଼ିଓ ଉତ୍ତୋଳନ କରି ଗତ 11 ତାରିଖରେ ବୋହୁ ପିପିଲି ଥାନା ରେ ଲିଖିତ ଅଭିଯୋଗ କରିଥିଲେ. ପରେ ଗତକାଲି ପିପିଲି ପୋଲିସ ଦ୍ବାରା ଶ୍ୱଶୁର କୁ ପ୍ରଥମେ ଅଟକ ପରେ ଆଜି ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ। ମାନ୍ୟବର ପିପିଲି.ଜେ ଏମ ଫ ସି କୋର୍ଟ ର ବିଚାର ପତି ଅଭିଯୁକ୍ତ ଶଶୁର ର ଜାମିନ ନା ମଞ୍ଜୁର କରି ବିଚାର ବିଭାଗୀୟ ହାଜତ କୁ ପଠାଇଛନ୍ତି। ଅଭିଯୁକ୍ତ ଶ୍ବଶୁର ଏବେ ନିମାପଡା ଜେଲ ରେ ।

ବାଇଟ,, ସରକାରୀ ଓକିଲConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Aug 14, 2019, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.