ETV Bharat / state

ହସ୍ପିଟାଲ ଶଯ୍ୟାରେ ବାପ-ପୁଅ ମିଳନ, ୪୨ ବର୍ଷ ପରେ ବାପାଙ୍କୁ ଦେଖିଲା ପୁଅ

author img

By

Published : Feb 9, 2023, 12:41 PM IST

୪୨ ବର୍ଷ ତଳେ ଘରୁ ଚାଲିଆସିଥିଲେ ବାପା । ବର୍ଷ ବର୍ଷର ବିଚ୍ଛେଦ ପରେ ହସ୍ପିଟାଲ ବେଡ୍‌ରେ ହେଲା ବାପପୁଅଙ୍କ ମିଳନ । ଅଧିକ ପଢନ୍ତୁ

୪୨ ବର୍ଷ ପରେ ବାପାଙ୍କୁ ଭେଟିଲା ପୁଅ
୪୨ ବର୍ଷ ପରେ ବାପାଙ୍କୁ ଭେଟିଲା ପୁଅ
୪୨ ବର୍ଷ ପରେ ବାପାଙ୍କୁ ଭେଟିଲା ପୁଅ

ପୁରୀ: ପୁଅକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ଘର ଛାଡ଼ି ଚାଲି ଯାଇଥିଲେ ବାପା । ଯାଜପୁରରୁ ପୁରୀ ଆସି ଏକ ମଠରେ ମହନ୍ତ ହୋଇ ରହିଥିଲେ । ବାର୍ଦ୍ଧକ୍ୟ ଯୋଗୁଁ ରୋଗଶଯ୍ୟାରେ ପଡ଼ିବା ପରେ ପରିବାର କଥା ମନେପଡ଼ିଲା । ଏହାରି ଭିତରେ ଦୀର୍ଘ ୪୨ ବର୍ଷ ବିତିଯାଇଛି । ଏବେ ରୋଗଶଯ୍ୟାରେ ତାଙ୍କର ପତ୍ନୀ ଓ ପିଲାମାନଙ୍କ କଥା ମନେପଡିବାରୁ ଖବର ପାଇ ବାପା ପାଖକୁ ଦୌଡି ଆସିଛି ପୁଅ । ବର୍ଷ ବର୍ଷ ବିଚ୍ଛେଦ ପରେ ହସ୍ପିଟାଲ ବେଡ୍‌ରେ ବାପପୁଅଙ୍କ ମିଳନ ହୋଇଛି । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ଏହିଭଳି ଭାବବିହ୍ବଳ ଦୃଶ୍ୟ ସାମ୍ନାକୁ ଆସିଛି । ଚିକିତ୍ସାଧୀନ ଥିବା ବ୍ୟକ୍ତି ହେଉଛନ୍ତି ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧିନ ମକୁନ୍ଦପୁର ନିକଟସ୍ଥ ବଣ୍ଟଘାଟି ଗ୍ରାମର ୮୮ ବର୍ଷୀୟ ଧନେଶ୍ୱର ଦାସ ।

ଧନେଶ୍ୱର ଏବେ ପୁରୀରେ ମହନ୍ତ ଧରଣୀଧର ଦାସ ନାମରେ ବେଶ୍ ପରିଚିତ । ବୟସାଧିକ କାରଣରୁ କିଛିଦିନ ତଳେ ସେ ରୋଗାକ୍ରାନ୍ତ ହୋଇଥିଲେ । ୧୫ ଦିନ ହେବ ଖାଦ୍ୟପେୟ ଛାଡ଼ି ଦେଇଥିଲେ । ଦେହ ଅଧିକ ଅସୁସ୍ଥ ହେବାରୁ ଗତ ଶନିବାର ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ଶଯ୍ୟାରେ ଧନେଶ୍ବରଙ୍କର ନିଜ ପତ୍ନୀ ଓ ଛୁଆ କଥା ମନେ ପଡିଥିଲା । ଏହାପରେ ସେ ତାଙ୍କର ଜଣେ ଶିଷ୍ୟକୁ ଘର ଠିକଣା ଦେଇଥିଲେ । ଏନେଇ ଜେନାପୁର ଥାନା ଅଧିକାରୀଙ୍କ ସହ‌ ଯୋଗାଯୋଗ ପରେ ଥାନା ଅଧିକାରୀ ଧନେଶ୍ୱରଙ୍କ ପୁଅକୁ ପୁରୀ ଯିବା ପାଇଁ କହିଥିଲେ ।‌ ସେପଟେ ଧନେଶ୍ଵରଙ୍କ ପୁଅ ବାବାଜୀ ଏତେ ବର୍ଷ ପରେ ବାପାଙ୍କୁ ଦେଖିବା ପରେ କେମିତି ଚିହ୍ନିବେ ସେନେଇ ଚିନ୍ତାରେ ପଡ଼ି ଯାଇଥିଲେ ।‌

ସେଥିପାଇଁ ପୁରୀ ଆସିବା ବେଳେ ବାପାଙ୍କ ସାଙ୍ଗକୁ ସାଥିରେ ଆଣି ଆସିଥିଲେ ବାବାଜୀ । ପୁରୀ ହସ୍ପିଟାଲରେ ପହଞ୍ଚିବା ପରେ ଧନେଶ୍ଵରଙ୍କ ସାଙ୍ଗ ଓ ପୁଅ ତାଙ୍କୁ ଦେଖି ଅବାକ୍ ହୋଇଯାଇ ଥିଲେ । ହସ୍ପିଟାଲ ୱାର୍ଡରେ ଏକ ଭାବ ବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ୪୨ ବର୍ଷ ପରେ ଧନେଶ୍ଵର ତାଙ୍କ ପୁଅକୁ ପାଖରେ ପାଇ କୋହ ସମ୍ଭାଳି ପାରିନଥିଲେ । ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ସେହିପରି ସ୍ତ୍ରୀ ଓ ଚାରି ଝିଅଙ୍କ କଥା ମଧ୍ୟ ପୁଅ ବାବାଜୀଙ୍କୁ ପଚାରିଥିଲେ । ପୁଅ ବାପାଙ୍କୁ କହିଥିଲେ ଯେ, ତୁମକୁ ଝୁରି ଝୁରି ୭ ବର୍ଷ ତଳୁ ମାଆ ଆରପାରିକୁ ଚାଲିଯାଇଛି । ସେହିପରି ଭଉଣୀଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି । ଏହାଶୁଣି ଧନେଶ୍ଵର ନିଜ ମୁଣ୍ଡରେ ହାତ ପିଟି କାନ୍ଦିଥିଲେ । ତେବେ ଗତକାଲି ଅପରାହ୍ନରେ ଧନେଶ୍ଵର ମେଡିକାଲରୁ ଡିସଚାର୍ଜ ହୋଇଥିବା ବେଳେ ସନ୍ୟାସୀ ହୋଇଥିବାରୁ ଘରକୁ ଯିବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.