ETV Bharat / state

ଫନି ଭୟ: ସମୁଦ୍ର କୂଳିଆଙ୍କୁ ସ୍ଥାନାନ୍ତର ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ବାତ୍ୟା 'ଫନି'କୁ ନେଇ ଆତଙ୍କିତ ପୁରୀ ବାସୀ । ପ୍ରଶାସନ ପକ୍ଷରୁ ଚାଲିଛି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ବ୍ୟବସ୍ଥା । ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ମହିଳା ଓ ଶିଶୁଙ୍କ ପ୍ରତି ଦିଆଯାଉଛି ବିଶେଷ ଧ୍ୟାନ ।

ପୁରୀ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : May 2, 2019, 3:56 PM IST

ପୁରୀ: ଶୁକ୍ରବାର ସ୍ଥଳଭାଗ ଛୁଇଁବ ବାତ୍ୟା 'ଫନି' । ଏନେଇ ଆତଙ୍କିତ ପୁରୀ ବାସୀ । ତେବେ କିଭଳି 'ଫନି'କୁ ମୁକାବିଲା କରିହେବ ସେନେଇ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । ଏହାସହ ରିଲିଫ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟ ପାଇଁ ସଜାଗ ରହିଛନ୍ତି ଏନଡିଆରଏଫ ଓ ଓଡିଆରଏଫ ଟିମ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ପୁରୀରେ ଥିବା ନୋଳିଆ ସାହି, ପେଣ୍ଠକଟା ବସ୍ତି ଓ ସମୁଦ୍ର କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚାଲିଛି ପ୍ରସ୍ତୁତି । ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବାବେଳେ ଆହୁରି ଅନେକ ଲୋକ ନିଜ ଘର ଛାଡିକି ଯିବାକୁ ରାଜି ନାହାନ୍ତି । ଯାହାଫଳରେ ପ୍ରଶାସନ ସେମାନଙ୍କୁ ବୁଝାସୁଝା କରି ନେବାକୁ ଚେଷ୍ଟା ଚଳାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.