ETV Bharat / state

ଫନି ଛଡାଇ ନେଲା ବାଲି ହରଚଣ୍ଡୀର ସୌନ୍ଦର୍ଯ୍ୟ - brahmagiri

ଫନି ପ୍ରଭାବରୁ ରକ୍ଷା ପାଇନି ଉପକୂଳ ଓଡିଶା । ତେବେ ପୁରୀ ଜିଲ୍ଲାର ବ୍ରହ୍ମଗିରିର ପର୍ଯ୍ୟଟନସ୍ଥଳୀ ବାଲି ହରଚଣ୍ଡୀ ଏବେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ବ୍ରହ୍ମଗିରି
author img

By

Published : May 18, 2019, 3:36 PM IST

ବ୍ରହ୍ମଗିରି: ଫନି ପରେ ସବୁଆଡ ଛିନଭିନ । ସବୁ ଜିଲ୍ଲାମାନଙ୍କ ମଧ୍ୟରୁ ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ପୁରୀ ଜିଲ୍ଲାର ବ୍ରହ୍ମଗିରି ମଧ୍ୟ ବାତ୍ୟା ପ୍ରଭାବରୁ ବଞ୍ଚିନି । ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରୂପରେ ପରିଗଣିତ ହୋଇଥିବା ମା' ବାଲି ହରଚଣ୍ଡୀଙ୍କ ପୀଠ ସମ୍ପୂର୍ଣ୍ଣ ଛାରଖାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବ୍ରହ୍ମଗିରି

ଫନି ପରେ ମା'ଙ୍କ ପୀଠ ଯେପରି ନିଜର ଶ୍ରୀ ହରେଇଛି । ରଜ ହେଉ କିମ୍ବା ବଣଭୋଜି ବେଳ ସବୁବେଳେ ପର୍ଯ୍ୟଟକଙ୍କ ଗହଳି ଲାଗୁଥିଲା ଏଠାରେ । ଝାଉଁବଣର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରୁଥିଲା ମାତ୍ର ଏବେ ସେ ଝାଉଁ ବଣ ନାହିଁ । ବାତ୍ୟାର କରାଳ ରୂପରେ ଝାଉଁବଣ ମାାଟିରେ ମିଶିଲା ପ୍ରାୟ ।

କେବଳ ସେତିକି ନୁହେଁ ସେଠାରେ ଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମଧ୍ୟ କ୍ଷତିର ସାମ୍ନା କରିବାକୁ ପଡିଛି । ପର୍ଯ୍ୟଟନର କ୍ଷୟକ୍ଷତି କାରଣରୁ ପର୍ଯ୍ୟଟକଙ୍କ ଆସିବା କମିଯାଇଛି । ତେବେ ରାଜ୍ୟ ସରକାରଙ୍କ ଦ୍ବାରା ମାନ୍ୟତା ପାଇଥିବା ଏହି ପର୍ଯ୍ୟଟନସ୍ଥଳୀ କେବେ ପୁଣି ଗଢି ଉଠିବ ତାହା ଦେଖିବା ବାକି ରହିଲା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:Body:

sdgsd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.