ETV Bharat / state

ଫନି ଦୁଃଖ ଭୁଲି ପର୍ଯ୍ୟଟକଙ୍କ ଅପେକ୍ଷାରେ ପୁରୀ ହୋଟେଲ - ପୁରୀ ଘୋଷଯାତ୍ରା

ବାତ୍ୟାରେ ଧ୍ବସ୍ତବିଧ୍ବସ୍ତ ହୋଇଥିବା ହୋଟେଲ ଶିଳ୍ପକୁ ନେଇ ପୁରୀରେ ଦେଖାଦେଇଥିଲା ଆଶଙ୍କା । ଯାହାକୁ ଦୂର କରିଛି ହୋଟେଲ ଆସୋସିଏସନର ଦୃଢ ପ୍ରଚେଷ୍ଟା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 1, 2019, 8:37 PM IST

ପୁରୀ: ଫନି ଭାଙ୍ଗିଦେଇଥିଲା ପୁରୀ ସହରର ଅଣ୍ଟା । ବାତ୍ୟା ଯୋଗୁଁ ସାରା ସହର କ୍ଷତିଗ୍ରସ୍ତ ହୋଇଥିଲା । ଶ୍ରୀମନ୍ଦିର ଠାରୁ ସମୁଦ୍ର ବେଳାଭୂମି, ମହାପ୍ରଭୁଙ୍କ ଠାରୁ ସାଧାରଣ ଜନତା ସମସ୍ତେ ହୋଇଥିଲେ ପ୍ରଭାବିତ । ଏବେବି ଅଣ୍ଟା ସଳଖି ଛିଡା ହୋଇନି ସହର । ଆଉ ପାଖେଇ ଆସିଲାଣି ପ୍ରସିଦ୍ଧ ଘୋଷଯାତ୍ରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପର୍ଯ୍ୟଟକଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଚିନ୍ତାରେ ପ୍ରଶାସନ । ବାତ୍ୟାରେ ଧ୍ବସ୍ତବିଧ୍ବସ୍ତ ହୋଇଥିବା ହୋଟେଲ ଶିଳ୍ପକୁ ନେଇ ଦେଖାଦେଇଛି ଆଶଙ୍କା । ପୂର୍ବ ଅପେକ୍ଷା ଏଥର କମ ପର୍ଯ୍ୟଟକ ହେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ହାର ମାନି ନଥିଲା ହୋଟେଲ ଆସୋସିଏସନ । କଠିନ ପ୍ରଚେଷ୍ଟା ଓ ତତ୍ପରତା ସହ କାର୍ଯ୍ୟ କରି 95 ପ୍ରତିଶତ ହୋଟେଲ ପୂର୍ବ ଭଳି ସାଜସଜ୍ଜାର ସହ ଛିଡା ହୋଇଛନ୍ତି ।

ପୁରୀ ସହରରେ ଛୋଟ ବଡ 800ରୁ ଅଧିକ ହୋଟେଲ ଓ ଲଜିଂ ରହିଛି । ସେଥି ମଧ୍ୟରୁ 40ରୁ ଉର୍ଦ୍ଧ୍ବ ବଡ ତାରକା ହୋଟେଲ ରହିଛି । ହେଲେ ଫନି ପରେ ଏସମସ୍ତ ହୋଟେଲରେ ରହଣି ନେଇ ଆଶଙ୍କା ପ୍ରକାଶ ପାଇଥିଲା । ତେବେ ରଥଯାତ୍ରା ସମୟରେ ଏହି ଆଶଙ୍କାକୁ ଦୂର କରିଛି ପୁରୀ ହୋଟେଲ ଆସୋସିଏସନ । ସମସ୍ତ ହୋଟେଲରେ ପର୍ଯ୍ୟଟକଙ୍କ ଲାଗି ସବୁପ୍ରକାର ପ୍ରସ୍ତୁତି ସରିଛି । ନୂଆ ରୂପ ଓ ଉତ୍ସାହର ସହ ଭକ୍ତଙ୍କୁ ସ୍ବାଗତ କରିବାକୁ ଏହା ପ୍ରସ୍ତୁତ ରହିଛି । ପୂର୍ବରୁ କ୍ଷତିଗ୍ରସ୍ତ ହୋଟେଲ ଯୋଗୁଁ କମ ପର୍ଯ୍ୟଟକ ଆସିବାର ଅନୁମାନ କରାଯାଉଥିଲା । ହେଲେ ଏବେ ଏହି ଆଶଙ୍କାକୁ ଦୂର କରିଛି ଆସୋସିଏସନ ।

ଏହାସହ କ୍ଷତିଗ୍ରସ୍ତ ହୋଟେଲର ପୁନରୁଦ୍ଧାର ଲାଗି ରାଜ୍ୟ ସରକାରଙ୍କ ଠାରୁ କମ ସୁଧରେ ଋଣର ଆଶା ରଖିଛି ଆସୋସିଏସନ । ତେବେ ସରକାର ମଧ୍ୟ ନିରାଶ କରିନାହାନ୍ତି । ପାନୀୟ ଜଳ ଠାରୁ ବିଦ୍ୟୁତ ଯାଏଁ ପ୍ରଶାସନ ବ୍ୟବସ୍ଥା ଯୋଗାଇ ଦେଇଛନ୍ତି । ପୁରୀ ପର୍ଯ୍ୟଟନ ବିଭାଗ ମଧ୍ୟ ରଥଯାତ୍ରା ଲାଗି ସ୍ବତନ୍ତ୍ର ପ୍ୟାକେଜର ବ୍ୟବସ୍ଥା କରିଛି । ପର୍ଯ୍ୟଟକଙ୍କୁ ସମସ୍ତ ସୂଚନା ଯୋଗାଇବା ପାଇଁ ସମୁଦ୍ର ବେଳାଭୂମି, ରେଲୱେ ଷ୍ଟେସନ ଓ ବଡଦାଣ୍ଡରେ ବ୍ୟବସ୍ଥା ହୋଇଛି । ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ସଫଳ କରିବା ଲାଗି ପ୍ରଶାସନ ଠାରୁ ହୋଟେଲ ଆସୋସିଏସନ ସମସ୍ତେ ପ୍ରସ୍ତୁତ । ଗତଥର 8 ଲକ୍ଷ ଆସିଥିବାବେଳେ ଏଥର ଅଧିକ ସଂଖ୍ୟାରେ ସମାଗମ ହେବାର ଆଶା କରାଯାଉଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, hotel preparation , pkg, Puri,1.7.19

Anc,, ରଥଯାତ୍ରା କୁ ନେଇ ପ୍ରସ୍ତୁତି ଚୂଡାନ୍ତ। ଜିଲ୍ଲା ପ୍ରଶାସନ ଘୋଷ ଯାତ୍ରା କୀଭଳୀ ଶାନ୍ତି ଶୃଙ୍ଖଳା ରେ ସରିବ ସେ ନେଇ ଉଦ୍ୟମ ଜାରି ରଖିଛି। ତେବେ ଚଳିତ ରଥଯାତ୍ରା ରେ ପର୍ଯ୍ୟଟକ କମ ଆସିବାର ଅସଙ୍କା କରାଯାଉଛି। କାରଣ ପର୍ଯ୍ୟଟକ ରହୁଥିବା ଅଧିକାଂଶ ହଟେଲ ର ବାତ୍ୟା ଫୋନି  ଦ୍ୱାରା ବୋହୁ କ୍ଷତି ଘଟିଛି। ତେବେ ପୁରୀ ହଟେଲ ଆସୋସିଏସନ ର ତତ୍ପରତା ଯୋଗୁ ଏହି ଆଶଙ୍କା ଦୂର ହୋଇଛି। 90 ପ୍ରତିଶତ ହୋଟେଲ ମରାମତି ସରିଥିବ ବେଳେ ପର୍ଯ୍ୟଟକ ରହିବା ନେଇ କୌଣସି ଅସୁବିଧା ନାହିଁ ବୋଲୀ ହଟେଲ ଆସୋସିଏସନ କହିଛି। ସେପଟେ ରଥଯାତ୍ରା ରେ ଆସୁଥିବା ପର୍ଯ୍ୟଟକ ଙ୍କ ସୁରକ୍ଷା ଓ ସୁବିଧା ପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପ୍ରସ୍ତୁତ।

Vo 1,, ଫୋନି ବାତ୍ୟାରେ ବ୍ୟାପକ କ୍ଷତି ଘଟିଥିଲା ପୁରୀ ର ହୋଟେଲ ଶିଳ୍ପ। ତେବେ ରଥଯାତ୍ରା ବେଳକୁ ପର୍ଯ୍ୟଟକ ଆସିଲେ କେଉଁଠି ରହିବେ ସେ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ପୁରୀ ହୋଟେଲ ଆସୋସିଏସନ ର ତତ୍ପରତା ଯୋଗୁ ଏବେ 95 ପ୍ରତିଶତ ହୋଟେଲ ନିଜର ପ୍ରସ୍ତୁତି ଶେଷ କରିଛନ୍ତି। ପ୍ରଶାସନ ମଧ୍ୟ ପାନିୟ ଜଳ ଠାରୁ ଆରମ୍ଭ କରି ବିଦ୍ୟୁତ ବ୍ୟବସ୍ଥା ଯୋଗାଇ ଦେଇଛି। ଏଣୁ ଚଳିତ ରଥଯାତ୍ରା ରେ ପର୍ଯ୍ୟଟକ ଆସିଲେ କୌଣସି ଅସୁବିଧା ହେବନି ବୋଲୀ ପୁରୀ ହୋଟେଲ ଆସୋସିଏସନ ସଭାପତି କହିଛନ୍ତି। ଚଳିତ ବର୍ଷ ବି ରଥଯାତ୍ରା କୁ ନେଇ ପୁରୀ ରେ ଥିବା ସମସ୍ତ ହୋଟେଲ ଶହେ ପ୍ରତିଶତ ବୁକିଂ ସାରିଥିବା ପୁରୀ ହୋଟେଲ ଆସୋସିଏସନ କହିଛି।

ବାଇଟ1,, ରାଜ କିଶୋର ପାତ୍ର,, ସମ୍ପାଦକ , ପୁରୀ ହୋଟେଲ ଆସୋସିଏସନ

Vo2,, ପୁରୀ ସହରରେ ଛୋଟ ବଡ଼ 8 ସହରୁ ଅଧିକ ହୋଟେଲ ଓ ଲଜିଂ ରହିଛି। ସେଥି ମଧ୍ୟରୁ 40 ରୁଉର୍ଦ୍ଧ୍ବ ବଡ଼ ହୋଟେଲ ରହିଛି। ମୁଖତ ରଥଯାତ୍ରା , ସୁନାବେଶ , ନୂତନ ବର୍ଷ , ଖରା ଛୁଟି ରେ ଲକ୍ଷଧିକ ପର୍ଯ୍ୟଟକ ପୁରୀ ଆସିଥାନ୍ତି। ସବୁ ହୋଟେଲ ଭିତ୍ତିଭୂମି ଦେଖିଲେ 50 ହଜାର ପର୍ଯ୍ୟଟକ ହୋଟେଲ ରେ ରହିପାରିବେ। ତେବେ ବାତ୍ୟା ଯୋଗୁ ପୁରୀ ହୋଟେଲ ଶିଳ୍ପ ର ଅଣ୍ଟା ଭାଙ୍ଗି ଦେଇଛି। ରାଜ୍ୟ ସରକାର କ୍ଷତିଗ୍ରସ୍ତ ହୋଟେଲ ର ପୁନ ରୁଦ୍ଧାର ପାଇଁ ବ୍ୟାଙ୍କ ରୁ କମ ସୁଧରେ ରଣ ଯୋଗାଇ ଦେବାର ଆବଶ୍ୟକତା ଥିବା କୁହନ୍ତି ପୁରୀ ହୋଟେଲ ଆସୋସିଏସନ। ଅନ୍ୟପଟେ ରଥଯାତ୍ରା କୁ ପୁରୀ ଜିଲା ପର୍ଯ୍ୟଟନ ବିଭାଗ ମଧ୍ୟ ପ୍ରସ୍ତୁତ। ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି ପର୍ଯ୍ୟଟକ ଙ୍କ ପାଇଁ। ସେହିପରି ପର୍ଯ୍ୟଟକ ଙ୍କୁ ବିଭିନ୍ନ ସୂଚନା , ସାହାଯ୍ୟ ପାଇଁ ରେଲୱେ ଷ୍ଟେସନ ବସ ଷ୍ଟାଣ୍ଡ, ବଡ଼ ଦାଣ୍ଡ, ସି ବିଚ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇ ଚି। 

ବାଇଟ,,2,, ରାଜ କିଶୋର ପାତ୍ର ,, ସମ୍ପାଦକ, ପୁରୀ ହୋଟେଲ ଆସୋସିଏସନ
ବାଇଟ,,3,, ବିଜୟ ଜେନା ,, ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ।

Fvo,, ପୂର୍ଵ ବର୍ଷ ରଥଯାତ୍ରା ରେ 8 ଲକ୍ଷ ରୁ ଅଧିକ ଲୋକ ଆସିଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଛନ୍ତି। ତେବେ ବାତ୍ୟା ପରେ ପୁରୀ ଆସିବାକୁ ଗମନା ଗମନ ବ୍ୟବସ୍ଥା ସୁଗମ ହୋଇ ଥିବା ବେଳେ ରହିବା ପାଇଁ ହୋଟେଲ ଗୁଡିକ ପ୍ରସ୍ତୁତି ସରିଥିବାରୁ ଏଥର ରଥଯାତ୍ରା ରେ ପୂର୍ଵ ବର୍ଷ ଅପେକ୍ଷା ଅଧିକ ଲୋକ ଆସିବେ ବୋଲି ଜିଲ୍ଲା ପର୍ଯ୍ୟଟନ ବିଭାଗ ଆଶା ରଖିଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.