ETV Bharat / state

କ୍ଷତିପୂରଣ ଦାବିରେ ତହସିଲ ଅଫିସରେ ଝୁଲିଲା ତାଲା

author img

By

Published : Nov 2, 2019, 9:24 PM IST

ପୁରୀ ଜିଲ୍ଲାର ଗୋପ ତହସିଲ ସମ୍ମୁଖରେ କ୍ଷତିପୁରଣ ଦାବି ନେଇ ଧାରଣା ଦେବା ସହ ତହସିଲ ଅଫିସରେ ତାଲା ପକାଇଛନ୍ତି ଫନି ବାତ୍ୟା କ୍ଷତିଗ୍ରସ୍ତ ।

ତହସିଲ ଅଫିସରେ ତାଲା ପକାଇଲେ ଫନି ବିପନ୍ନ

ପୁରୀ: ଜିଲ୍ଲାର ଗୋପ ତହସିଲ ସମ୍ମୁଖରେ ଧାରଣା ଦେବା ସହ ତହସିଲ ଅଫିସ ତାଲା ପକାଇଛନ୍ତି ଫନି ବାତ୍ୟା କ୍ଷତିଗ୍ରସ୍ତ । ବାତ୍ୟା କ୍ଷୟକ୍ଷତିର ସଠିକ ଆକଳନ ହୋଇନଥିବା ଅଭିଯୋଗ କରିଛନ୍ତି ।

ତହସିଲ ଅଫିସରେ ତାଲା ପକାଇଲେ ଫନି ବିପନ୍ନ

ସୂଚନାନୁଯାୟୀ, ପୁରୀ ଜିଲ୍ଲା ଗୋପ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବାତ୍ୟା ବିପନ୍ନମାନେ କାର୍ଯ୍ୟାଳୟ ଛୁଟି ହେବା ପୂର୍ବରୁ ଧାରଣା ଦେଇଥିଲେ । ଫଳରେ କାର୍ଯ୍ୟାଳୟ ଭିତରେ ଥିବା କର୍ମଚାରୀମାନେ ଭିତରେ ଅଟକ ରହିଥିଲେ । ଖବର ପାଇ ଗୋପ ପୋଲିସ ତହସିଲ କାର୍ଯାଳୟରେ ପହଁଚି ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଶୁଣି ନଥିଲେ । ଦୀର୍ଘ ସମୟ ଧରି ବିପନ୍ନମାନେ ଧାରଣା ଦେବା ପରେ ଜିଲ୍ଲା ପ୍ରଶାସନ ଏହା ଉପରେ ହସ୍ତକ୍ଷେପ କରି ଲୋକମାନଙ୍କର ସମସ୍ୟା ସମାଧାନର ପ୍ରତିଶୃତି ପରେ ଧାରଣାରୁ ହଟିଥିଲେ ଲୋକମାନେ ।

ଅଭିଯୋଗ ଅନୁସାରେ ପ୍ରଳୟଙ୍କାରୀ ବାତ୍ୟା ଫନି କ୍ଷୟକ୍ଷତି ଆକଳନ ଏବଂ ଜିଓ ଟ୍ୟାଗରେ ବ୍ୟାପକ ଅନିୟମିତତା ଓ ପକ୍କାଘର, ଚାକିରିଆ, ଧନୀକ ଶ୍ରେଣୀର ଲୋକମାନଙ୍କୁ ତହସିଲର ପ୍ରଶାସନ ପକ୍ଷରୁ ସାମିଲ କରାଯାଇ ପ୍ରକୃତ ଯୋଗ୍ୟ ବିପନ୍ନଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ କରିଆସୁଥିଲେ । ଏହାକୁ ପ୍ରତିବାଦ କରି ଶୁକ୍ରବାର ସନ୍ଧ୍ୟା ୫ଟାରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଗୋପ ବ୍ଲକ ଛଇତନା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ବିପନ୍ନ ତହସିଲ କାର୍ଯ୍ୟାଳୟକୁ ତାଲା ପକାଇ ବସିଥିଲେ ।

ଏହି ସମୟରେ ଅତିରିକ୍ତ ତହସିଲଦାରଙ୍କ ସମେତ ୧୫ରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟାଳୟ ମଧ୍ୟରେ ଫସି ରହିଥିଲେ । ତେବେ ଏହାର ପ୍ରତିବାଦରେ ଆଜି କାର୍ଯ୍ୟାଳୟକୁ ଆସି କର୍ମଚାରୀମାନେ କାର୍ଯ୍ୟାଳୟକୁ ତାଲା ପକାଇ ଏହାର ପ୍ରତିବାଦ କରି କର୍ମଚାରୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଫଳରେ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶହ ଶହ ହିତାଧିକାରୀ ଫେରୁଥିବା ଦେଖିବାକୁ ମିଳିଛି । ତହସିଲ ଅଫିସରେ ଅଚଳାବସ୍ଥା ପରିସ୍ଥିତି ଉପୁଜିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ତହସିଲ ଅଫିସ ରେ ତାଲାBody:
ପୁରୀ ର ଗୋପ ତହସିଲ ସମ୍ମୁଖ ରେ ଧାରଣା ଦେବା ସହ ତହସିଲ ଅଫିସ ତାଲା ପକାଇଲେ ଫନି ବାତ୍ୟା ବିପନ୍ନ।, କ୍ଷୟ କ୍ଷତି ର ଆକଳନ ସଠିକ କରାଯାଇନଥିବା ଅଭିଯୋଗ କରି ଗୋପ ତହସିଲ କାର୍ଯାଳୟ ସମ୍ମୁଖ ରେ କାର୍ଯ୍ୟାଳୟ ଛୁଟି ହେବା ପୂର୍ବ ରୁ ଧାରଣା ଦେଇଥିଲେ ବାତ୍ୟା ବିପନ୍ନ,। ବିପନ୍ନ ମାନେ ଧାରଣା ଦେବା ଫଳରେ କାର୍ଯ୍ୟାଳୟ ଭିତରେ ଥିବା କର୍ମଚାରୀ ମାନେ ଭିତରେ ଅଟକ ରହିଥିଲେ,। ଖବର ପାଇ ଗୋପ ପୋଲିସ ତହସିଲ କାର୍ଯାଳୟ ରେ ପହଁଚି ଧାରଣା ରତ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଶୁଣି ନ ଥିଲେ, ।ଦୀର୍ଘ ସମୟ ଧରି ବିପନ୍ନ ମାନେ ଧାରଣା ଦେବା ପରେ ଜିଲ୍ଲା ପ୍ରଶାସନ ଏହା ଉପରେ ହସ୍ତକ୍ଷେପ କରି ଲୋକ ମାନଙ୍କର ସମସ୍ୟା ସମାଧାନ ର ପ୍ରତିଶୃତି ପରେ ଧାରଣା ରୁ ହଟିଥିଲେ ଧାରଣା ରତ ଲୋକମାନେ। ଅଭିଯୋଗ ଅନୁସାରେ ପ୍ରଳୟଙ୍କାରୀ ବାତ୍ୟା ଫନୀ କ୍ଷୟକ୍ଷତି ଆକଳନ ଏବଂ ଜିଓ ଟ୍ୟାଗ ରେ ବ୍ୟାପକ ଅନିୟମିତତା ଓ ପକାଘର, ଚାକିରିଆ, ଧନୀକ ଶ୍ରେଣୀର ଲୋକମାନଙ୍କୁ ତହସିଲର ପ୍ରଶାସନ ପକ୍ଷରୁ ସାମିଲ କରାଯାଇ ପ୍ରକୃତ ଯୋଗ୍ୟ ବିପନ୍ନଙ୍କୁ ବାଦ ଦିଆଯାଇ ଥିବା ପ୍ରତିବାରେ ଶୁକ୍ରବାର ସନ୍ଧ୍ୟା ୫ଟାରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଗୋପ ବ୍ଲକ ଛଇତନା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ବିପନ୍ନ ତହସିଲ କାର୍ଯ୍ୟାଳୟ କୁ ତାଲା ପକାଇ ବସିଥିଲେ। ଏହି ସମୟରେ ଅତିରିକ୍ତ ତହସିଲଦାର ଙ୍କ ସମେତ ୧୫ରୁ ଉର୍ଦ୍ଧ କର୍ମଚାରୀ କାର୍ଯ୍ୟାଳୟ ମଧ୍ୟରେ ଫସି ରହିଥିଲେ। ତେବେ ଏହାର ପ୍ରତିବାଦ ରେ ଆଜି କାର୍ଯ୍ୟାଳୟ କୁ ଆସି କର୍ମଚାରୀ ମାନେ କାର୍ଯ୍ୟାଳୟ କୁ ତାଲା ପକାଇ ଏହାର ପ୍ରତିବାଦ କରି କର୍ମଚାରୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି। ଫଳରେ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶହ ଶହ ହିତାଧିକାରୀ ଫେରୁଥିବା ଦେଖିବାକୁ ମିଳିଛି। ତହସିଲ ଅଫିସ ରେ ଅଚଳାବସ୍ଥା ପରିସ୍ଥିତି ଉପୁଜିଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.