ETV Bharat / state

ସିଦ୍ଧମହାବୀର ରେଲଓ୍ବେ ଓଭରବ୍ରିଜ ନିର୍ମାଣକୁ ବିରୋଧ - puri news

ଥମୁନି ପୁରୀ-କୋଣାର୍କ ରାସ୍ତାରେ ହେବାକୁ ଥିବା ଓଭରବ୍ରିଜ୍‌ ନିର୍ମାଣ ବିବାଦ । ସିଦ୍ଧମହାବୀର ବଦଳରେ ସରକାରୀ ସ୍ଥାନରେ ଥିବା ସେଣ୍ଟ୍ରାଲ ସ୍କୁଲ କିମ୍ବା ହୁଲୁହୁଳିଆ ନିକଟରେ ରେଲୱେ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଦାବି ହୋଇଛି । ଅଧିକ ପଢନ୍ତୁ...

DISPLACED FAMILY OPPOSED OVERBRIDGE CONSTRUCTI
ସିଦ୍ଧମହାବୀର ଓଭରବ୍ରିଜ ନିର୍ମାଣକୁ ବିରୋଧ
author img

By

Published : Feb 6, 2020, 6:08 PM IST

ପୁରୀ: ଥମୁନି ପୁରୀ-କୋଣାର୍କ ରାସ୍ତାରେ ହେବାକୁ ଥିବା ଓଭରବ୍ରିଜ୍‌ ନିର୍ମାଣ ବିବାଦ । ସିଦ୍ଧମହାବୀର ବଦଳରେ ସରକାରୀ ସ୍ଥାନରେ ଥିବା ସେଣ୍ଟ୍ରାଲ ସ୍କୁଲ କିମ୍ବା ହୁଲୁହୁଳିଆ ନିକଟ ରେଲୱେ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଦାବି କରିଛନ୍ତି ପ୍ରଭାବିତ ହେବାକୁ ଥିବା ଲୋକେ । ଗୁରୁବାର ଏନେଇ ସେମାନେ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସିଦ୍ଧମହାବୀର ଓଭରବ୍ରିଜ ନିର୍ମାଣକୁ ବିରୋଧ

ଦୀର୍ଘ ବର୍ଷ ଧରି ସିଦ୍ଧମହାବୀର ଓ ମାଟିଆପଡା ଅଞ୍ଚଳରେ ଅନେକ ପରିବାର ବସତି ସ୍ଥାପନ କରୁଛନ୍ତି । ଉକ୍ତ ସ୍ଥାନରେ ରେଲୱେ ଓଭରବ୍ରିଜ ନିର୍ମାଣ ହେବାଦ୍ବାରା ଅନେକ ପରିବାର ନିଜ ଜମି ହରାଇବେ । ମାତ୍ର ସରକାରୀ ସ୍ଥାନରେ ରେଲୱେ ଓଭରବ୍ରିଜ ନିର୍ମାଣ ହେବାଦ୍ବାରା ସେଠାରେ ବସତିସ୍ଥାପନ କରୁଥିବା ଅନେକ ପରିବାରଙ୍କ ସ୍ଥିତିବାନ ଜମି ସୁରକ୍ଷିତ ରହିବ । ଏଥିସହ ଅନେକ ବ୍ୟବସାୟୀ କ୍ଷତିରୁ ବର୍ତ୍ତିଯିବେ ବୋଲି ବିସ୍ଥାପିତ କହିଛନ୍ତି ।

ଉକ୍ତ ଦାବି ପୂରଣ ନହେଲେ ବିସ୍ଥାପିତ ହେବାକୁ ଥିବା ଲୋକମାନେ ରେଲୱେ ଓଭରବିଜ୍ର ନିର୍ମାଣକୁ ବିରୋଧ କରିବା ସହ ଉକ୍ତ କାମକୁ କରାଇ ଦେବେନାହିଁ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଓଭର ବ୍ରିଜ ନିର୍ମାଣ କୁ ବିରୋଧBody:ପୁରୀ କୋଣାର୍କ ରାସ୍ତାରେ ହେବାକୁ ଥିବା ସିଧମହାବୀର ରେଲୱେ ଓଭର ବ୍ରିଜ ନିର୍ମାଣ କୁ ନେଇ ଦିନକୁ ଦିନ ବିବାଦ ବଢି ବାରେ ଲାଗିଛି। ସିଧମହାବୀର ନିକଟରେ ରେଲୱେ ଓଭର ବ୍ରିଜ କରାନଯାଇ ସରକାରି ଜାଗା ଥିବା ସେଣ୍ଟ୍ରାଲ ସ୍କୁଲ କିମ୍ବା ହୁଲୁ ହୁଳିଆ ନିକଟ ରେଲୱେ ଓଭର ବ୍ରିଜ କରିବାକୁ ବିସ୍ଥାପିତ ଦାବି କରିଛନ୍ତି। ଏହା ଦ୍ୱାରା ଅନେକ ବର୍ଷ ଧରି ସିଧମହାବୀର , ମଟିଆପଡା ଅଞ୍ଚଳରେ ରହିଥିବା ଅନେକ ପରିବାର ଙ୍କ ସ୍ଥିତିବାନ ଜମି ସୁରକ୍ଷିତ ରହିବା ସହ ଅନେକ ବ୍ୟବସାୟୀ ମଧ୍ୟ କ୍ଷତି ରୁ ବର୍ତୀ ଯିବେ ବୋଲି ବିସ୍ଥାପିତ କହିଛନ୍ତି। ଏହି ଦାବି ନେଇ ଆଜି ବିସ୍ଥାପିତ ମାନେ ପୁରୀ ଜିଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ବିସ୍ଥାପିତ ହେବାକୁ ଥିବା ଲୋକ ମାନେ ରେଲୱେ ଓଭର ନିର୍ମାଣ କୁ ବିରୋଧ କରିବା ସହ କାର୍ଯ୍ୟ କରାଇ ଦେବେ ନାହିଁ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।

ବାଇଟ1,, ପ୍ରଦୀପ କୁମାର ନାୟକ ,, ମତିଆପଡା ବାସିନ୍ଦା

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.