ପୁରୀ: ନିଶା ବେପାରୀଙ୍କ ବିରୋଧରେ ସ୍ପେଶାଲ ଡ୍ରାଇଭ ଚଳାଇଛି ପୁରୀ ପୋଲିସ । ଏହି କ୍ରମରେ ବେଆଇନ କଫସିରପ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିବା ସହ କଫ ସିରପ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ କେଶବ ଦାସ ଓ ସେ ପୁରୀ ସଦର ଖଣ୍ଡିଆ ବନ୍ଧ ବାସିନ୍ଦା ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ କେଶବ ବଡ଼ ଶଙ୍ଖ ଅଞ୍ଚଳରେ ଥିବା ଏକ ନିକାଞ୍ଚନ ସ୍ଥାନରେ କଫସିରପ ବିକ୍ରି କରୁଥିବା ସୂଚନା ପୋଲିସ ପାଖରେ ପହଞ୍ଚିଥିଲା । ପ୍ରାପ୍ତ ସୂଚନା ଅନୁସାରେ ଉକ୍ତ ସ୍ଥାନରେ ପୋଲିସ ଚଢ଼ଉ କରି ଅଭିଯୁକ୍ତ କେଶବ ଦାସକୁ ପୋଲିସ ଗିରଫ କରିବା ସହ 30 ବୋତଲ କଫସିରପ ଜବତ କରିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ