ପୁରୀ: ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ସିଂହଦ୍ବାର ସ୍ଥିତ ରାଧାବଲ୍ଲଭ ମଠ ନିକଟରେ ଥିବା କୋଠା ଏବଂ ଦୋକାନ ଘର ଗୁଡିକୁ ପୁରୀ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି । ଉଚ୍ଛେଦ କାର୍ଯ୍ୟରେ ଗୋଟିଏ ଜେସିବି ମେସିନ ସହ ଦମକଳବାହିନୀ ନିୟୋଜିତ ହୋଇଛନ୍ତି ।
ବର୍ତ୍ତମାନ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲାଗି ପ୍ରାୟ ୯୫ ପ୍ରତିଶତ ଜମି ଅଧିଗ୍ରହଣ ସାରିଥିବା ବେଳେ ଆଉ ୫ ପ୍ରତିଶତ ଜମି ଅଧିଗ୍ରହଣ କାର୍ଯ୍ୟ ହାତକୁ ନେଇ ଜିଲ୍ଲାପ୍ରଶାସନ । ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ସରିବା ପରେ ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ