ETV Bharat / state

ମେଡିକାଲ ଛକରୁ ବାଟ ଗାଁ ହେବ ୪ ଲେନ ରାସ୍ତା, ଉଚ୍ଛେଦ ଆରମ୍ଭ

author img

By

Published : Jan 12, 2023, 1:35 PM IST

ପୁରୀରେ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ । ମେଡିକାଲ ଛକରୁ ବାଟ ଗାଁରେ ୪ ଲେନ ରାସ୍ତା ପାଇଁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଅଧିକ ପଢନ୍ତୁ

eviction in puri
eviction in puri
eviction in puri

ପୁରୀ: ସହରର ମୁଖ୍ୟ ପ୍ରବେଶ ପଥ ମେଡିକାଲ ଛକରୁ ବାଟ ଗାଁ ରାସ୍ତା ହେବ 4 ଲେନରାସ୍ତା କାମ । ଏଥିପାଇଁ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ । ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ସୂଚନାଅନୁସାରେ, ସହରକୁ ପ୍ରବେଶ କରୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ଟ୍ରାଫିକ ସମସ୍ୟା ଦୂର ସହ ଗମନାଗମନରେ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ। ମେଡିକାଲ ଛକଠାରୁ ବାଟ ଗାଁ ଯାଏଁ ରାସ୍ତାକୁ ଚାରି ଲେନ୍ କରାଯିବ । ଏଥିପାଇଁ ମେଡିକାଲ ଛକ ଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି ଉଚ୍ଛେଦ କାର୍ଯ୍ୟ ବାଟ ଗାଁ ପର୍ଯ୍ୟନ୍ତ ଚାଲିବ ।

ଖୁବଶୀଘ୍ର ଜମି ଅଧିଗ୍ରହଣ ସାରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବ । ସେପଟେ ବାଟ ଗାଁ ଠାରୁ ମେଡିକାଲ ଛକ ଯାଏଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବାରୁ ଏହି ଉଚ୍ଛେଦ କାର୍ଯ୍ୟ ସହ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ ସ୍ବାଗତ କରିଛନ୍ତି ବିସ୍ଥାପିତ । ସହରର ଉନ୍ନତି ପାଇଁ ପ୍ରଶାସନ ଦ୍ବାରା କରାଯାଉଥିବା ସମସ୍ତ କାର୍ଯ୍ୟକୁ ସହଯୋଗ କରିବେ ବୋଲି ବିସ୍ଥାପିତମାନେ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହକି ବିଶ୍ବକପ ମଧ୍ୟରେ ଖୁସି ଖବର ଦେଲା ପୂର୍ବତଟ ରେଳବାଇ, ଗଡିବ 2 ସ୍ବତନ୍ତ୍ର ଟ୍ରେନ

ଏନେଇ ଭୂଅର୍ଜନ ଅଧିକାରୀ କହିଛନ୍ତି, "ବାଟ ଗାଁ ଠାରୁ ମେଡିକାଲ ଛକ ଯାଏଁ ହେବାକୁ ଥିବା ଚାରି ଲେନ୍ ରାସ୍ତା ପାଇଁ ୧୧ଟି ମୌଜାର ୫ଏକର ପ୍ରାଇଭେଟ୍ ଲ୍ୟାଣ୍ଡ ସହ ଏକ ଏକର ସରକାରୀ ଜାଗା ଅଧିଗ୍ରହଣ ହେବ । ରାସ୍ତାର ଓସାର ୭୨ ଫୁଟ ରହିବ । ଏହାଦ୍ବାରା ପୁରୀକୁ ଆସୁଥିବା ଯାନବାହାନ ଗୁଡିକ ଆଉ ଟ୍ରାଫିକ ସମସ୍ୟାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବେ ନାହିଁ । ଏହି ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ୫୬୮ଟି ପ୍ଲଟ ଅଧିଗ୍ରହଣ ହେବାକୁ ଥିବାବେଳେ ପୂର୍ବରୁ ଜନଶୁଣାଣି ମଧ୍ୟ ଶେଷ ହୋଇସାରିଛି । ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ବିସ୍ଥାପିତଙ୍କୁ ଉଚିତ୍ କ୍ଷତିପୂରଣ ଦିଆଯାଇଛି ।"

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ବାଟ ଗାଁ ଠାରୁ ମେଡିକାଲ ଛକ ଯାଏଁ ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ଶେଷ ହେବା ପରେ ଏହାଦ୍ବାରା ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.