ETV Bharat / state

4 ଲେନ ହେବ ପୁରୀ ମେଡ଼ିକାଲ ଛକରୁ ବାଟ ଗାଁ ରାସ୍ତା, ଉଚ୍ଛେଦ କାର୍ଯ୍ୟ ଆରମ୍ଭ

author img

By

Published : Apr 26, 2023, 9:29 AM IST

ରାସ୍ତା ସଂପ୍ରସାରଣ ନେଇ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଜେଲ୍ ରୋଡରେ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ନେଇ ଗତକାଲି(ମଙ୍ଗଳବାର) ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

road widening in puri
road widening in puri
ପୁରୀ ମେଡ଼ିକାଲ ଛକରୁ ବାଟ ଗାଁ ରାସ୍ତା

ପୁରୀ: ପୁରୀ ମେଡିକାଲ ଛକ ଠାରୁ ବାଟ ଗାଁ ରାସ୍ତା ହେବ ଚାରି ଲେନ୍ । ପୁରୀକୁ ଆସୁଥିବା ଭକ୍ତ, ପର୍ଯ୍ୟଟକଙ୍କୁ ଏଣିକି ଆଉ ଟ୍ରାଫିକ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ । ଖୁବ୍ କମ୍ ସମୟରେ ପୁରୀ ବଡ଼ଦାଣ୍ଡରେ ଆସି ପହଞ୍ଚି ପାରିବେ ଭକ୍ତ ଓ ପର୍ଯ୍ୟଟକ । ରାସ୍ତା ସଂପ୍ରସାରଣ ନେଇ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଜେଲ୍ ରୋଡରେ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ନେଇ ଗତକାଲି ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବରୁ ଏନେଇ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଇଛି ।

ଅନ୍ୟପଟେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ ସ୍ବାଗତ କରିଛନ୍ତି ଉଭୟ ବିସ୍ଥାପିତ ଓ ସହରବାସୀ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟ ଗାଁ ଛକ ଠାରୁ ମେଡିକାଲ ଛକ ଯାଏଁ ଥିବା ରାସ୍ତାକୁ ଚାରି ଲେନ୍ କରାଯିବ । ୧୧ଟି ମୌଜାର ୫ ଏକର ଘରୋଇ ଜମି ଓ ୧ ଏକର ସରକାରୀ ଜମି ଥିବାରୁ ଖୁବଶୀଘ୍ର ପ୍ରଶାସନ ଏହାକୁ ଅଧିଗ୍ରହଣ କରିବା ପାଇଁ ଲକ୍ଷ୍ୟ ରଖିଛି । ତେବେ ଜମି ଅଧିଗ୍ରହଣ ପରେ ରାସ୍ତାର ଓସାର ୭୨ଫୁଟ ରହିବ । ରାସ୍ତା ସଂପ୍ରସାରଣ ପାଇଁ ମୋଟ ୫୬୮ ଟି ପ୍ଲଟ ଅଧିଗ୍ରହଣ ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ୨୨୮ଟି ପ୍ଲଟ ନିଜ ଅକ୍ତିଆରକୁ ନେଇଛି ।

ଖୁବଶୀଘ୍ର ବିସ୍ଥାପିତଙ୍କୁ ଉଚିତ୍ କ୍ଷତିପୂରଣ ଦେଇ ଅନ୍ୟ ପ୍ଲଟ ଗୁଡିକ ପ୍ରଶାସନ ନିଜ ଅଧିନକୁ ନେବ ବୋଲି ଭୂଅର୍ଜନ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କହିଛନ୍ତି । ଆଗକୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାରୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ । ତେଣୁ ଗମନାଗମନରେ ସୁବିଧା ଆଣିବା ପାଇଁ ରାଜ୍ୟ ସରକାର ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି । ସେହିପରି ସହରରେ ଏକାଧିକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି ।

ପ୍ରକାଶ ଥାଉକି, ଗତକାଲି ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ତିନି ରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା । ରଥ ନିର୍ମାଣ ପାଇଁ ଭୋଇ ସେବାୟତମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ବ ନିର୍ମାଣ ପାଇଁ ଫାଶୀ କାଠ ଚିରଟ ଆରମ୍ଭ କରିଛନ୍ତି । ତେବେ ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ କଟାଯାଇଥିଲା ।

ରଥଖଳାର ଚତୁପାର୍ଶ୍ବକୁ ଧଳା କପଡ଼ା ଗୁଡାଯାଇ ରଥ ନିର୍ମାଣ କାର୍ଯ୍ୟ କରାଯାଇଛି । ପ୍ରାଥମିକ ଭାବରେ ତିନି ରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ବର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ବକର୍ମା ଓ କରତ ସେବାୟତ । ସେହିପରି ରଥ ନିର୍ମାଣରେ ସମ୍ପୃକ୍ତ ସମସ୍ତ ସେବାୟତମାନେ ଅତ୍ୟନ୍ତ ନିଷ୍ଠାର ସହ ଶୁଦ୍ଧପୁତ ଭାବରେ ରଥନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ସାଧାରଣ ଲୋକଙ୍କ ଠାରୁ ରଥଖଳାକୁ ଦୂରରେ ରଖିବା ପାଇଁ ସମଗ୍ର ରଥଖଳାକୁ ଧଳାକପଡ଼ା ଦ୍ୱାରା ଆଦୃତ କରି ରଖାଯାଇଛି । ତିନି ରଥ ପାଇଁ ଭୋଇ ସେବାୟତ ମାନେ ୬ଟି ତୁମ୍ବ ଯୋଗାଇବା ପରେ ରଥର ମୁଖ୍ୟ ବିଶ୍ଵକର୍ମା ନିର୍ଦ୍ଧିଷ୍ଟ ମାପ ଅନୁଯାୟୀ ତୁମ୍ବ ଗୁଡ଼ିକ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.