ETV Bharat / state

ଏମାର ମଠ ଉଚ୍ଛେଦ ପ୍ରକ୍ରିୟା: ଚାଲିଛି ବିପଦସଙ୍କୁଳ ଗୃହ ଉଚ୍ଛେଦ

author img

By

Published : Feb 25, 2022, 4:30 PM IST

ଆଗେଇ ଚାଲିଛି ଶ୍ରୀମନ୍ଦିର ପରିସରରେ ଥିବା ଐତିହାସିକ ଏମାର ମଠର ଉଚ୍ଛେଦ କାର୍ଯ୍ୟ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିପଦସଙ୍କୁଳ ଅବସ୍ଥାରେ ଥିବା ପୁରାତନ ଗୃହକୁ ଉଚ୍ଛେଦ କରାଯାଇଛି । ଅଧିକ ପଢ଼ନ୍ତୁ

eviction process of emar mutt in puri
ଏମାର ମଠ ଉଚ୍ଛେଦ ପ୍ରକ୍ରିୟା: ଚାଲିଛି ବିପଦଶଙ୍କୁଳ ଗୃହ ଉଚ୍ଛେଦ

ପୁରୀ: ଆଗେଇ ଚାଲିଛି ଶ୍ରୀମନ୍ଦିର ପରିସରରେ ଥିବା ଐତିହାସିକ ଏମାର ମଠର ଉଚ୍ଛେଦ କାର୍ଯ୍ୟ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିପଦ ଶଙ୍ଖୁଳ ଅବସ୍ଥାରେ ଥିବା ପୁରାତନ ଗୃହକୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ସ୍ଥଳୀରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗ ପାଇଁ ବିଭିନ୍ନ ବିକାଶମୁଖୀ କାର୍ଯ୍ୟ ସହ ଭକ୍ତଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯିବ। ମଠର ଝୁଲଣ ମଣ୍ଡପ, ଠାକୁରଙ୍କ ମନ୍ଦିରକୁ ଛାଡ଼ି ଅନ୍ୟ ଗୃହ ଗୁଡିକୁ ଉଚ୍ଛେଦ କରାଯାଇଛି ।

ଚାଲିଛି ବିପଦସଙ୍କୁଳ ଗୃହ ଉଚ୍ଛେଦ

ଏହା ମଧ୍ୟ ପଢ଼ନ୍ତୁ ପୁଣିଥରେ ଖୋଳାହେଲା ଏମାର ମଠ ଚଟାଣ, ମିଳିଲା ଲୁହାକଣ୍ଟା-ଲୁହାମୁଣ୍ଡା

ସୂଚନା ଥାଉକି, ଶ୍ରୀମନ୍ଦିର ଚାରିପାଖରେ 75 ମିଟର ପର୍ଯ୍ୟନ୍ତ ଥିବା ବିଭିନ୍ନ ଘର, ମଠ, ଲଜିଂ ମଧ୍ୟ ଭଙ୍ଗାଯିବ । ଏହାପରେ ଶ୍ରୀଜଗନ୍ନାଥଙ୍କ ଜମିକୁ ମଧ୍ୟ ଅଧିଗ୍ରହଣ କରାଯିବ । ସେଠାରେ ଉଚ୍ଛେଦ ହୋଇ ଥିବା ମଠକୁ ଥଇଥାନ ନେଇ ଜାଗା ବ୍ୟବସ୍ଥା କରାଯିବ । ସେହିପରି କ୍ଷତିଗ୍ରସ୍ତ ହେଉଥିବା ଦୋକାନୀଙ୍କୁ ଜଗନ୍ନାଥ ବଲ୍ଲଭ ମାର୍କେଟ କମ୍ପ୍ଲେକ୍ସ, ପୁରୁଣା ଜେଲରେ ହେବାକୁ ଥିବା କମ୍ପ୍ଲେକ୍ସରେ ଥଇଥାନ କରାଯିବ । ସେହିପରି ଘର ଭାଙ୍ଗିବା ପରେ ଉକ୍ତ ପରିବାରକୁ ମଧ୍ୟ ସଠିକ ସ୍ଥାନରେ ଥଇଥାନ କରାଯିବ । ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିରେ ଘର ଉଚ୍ଛେଦ ହୋଇ ଥିବା ପରିବାରଙ୍କୁ ଜାଗା ସହ ଘର ନିର୍ମାଣ ନେଇ ମଧ୍ୟ ସରକାର ଉପଯୁକ୍ତ ଅର୍ଥ ପ୍ରଦାନ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.