ETV Bharat / state

ପିପିଲି ଉପନିର୍ବାଚନ; କଣ ରହିଛି ଜନତା ଜନାର୍ଦ୍ଦନଙ୍କ ମୁଡ୍ ? - Pipili by election

ପିପିଲି ଫାଇଟ୍ ପାଇଁ ପ୍ରଚାରର ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ଆପଣାଇଛନ୍ତି ବିଭିନ୍ନ ରଣନୀତି । ଡୋର ଟୁ ଡୋର କ୍ୟାମ୍ପେନରେ ଉଠୁଛି ପଡୁଛି ପିପିଲି ଓ ଡେଲାଙ୍ଗ ଅଞ୍ଚଳ । ତେବେ ପିପିଲିର ସାଧାରଣ ଜନତା କଣ ରହିଛି ମୁଡ.. ଗ୍ରାଉଣ୍ଡରେ ପରଖିଛି ଇଟିଭି ଭାରତ । ଅଧିକ ପଢନ୍ତୁ...

public opinion of Pipili by election
ପିପିଲି ଉପନିର୍ବାଚନ ନେଇ ଜନତା ଜନାର୍ଦ୍ଦନଙ୍କ ମୁଡ
author img

By

Published : Sep 27, 2021, 8:24 PM IST

ପୁରୀ: ଜମୁଛି ଜୋରଦାର କ୍ୟାମ୍ପେନିଂ । କମ୍ପୁଛି ପିପିଲି ଗଳିକନ୍ଦି । ପିପିଲି ଫାଇଟ୍ ପାଇଁ ପ୍ରଚାରର ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ଆପଣାଇଛନ୍ତି ବିଭିନ୍ନ ରଣନୀତି । ସେପ୍ଟେମ୍ବର 30 ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ନେଇ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ଗାଇଡ଼ ଲାଇନ ଅନୁଯାୟୀ ଆଜି ପ୍ରଚାରର ଶେଷ ଦିବସ । ଏଥିପାଇଁ ସମସ୍ତ ରାଜନୈତିକ ଦଳ କଳ ବଳ କୌଶଳ ଲଗାଇ ଦେଇଛନ୍ତି । ଡୋର ଟୁ ଡୋର କ୍ୟାମ୍ପେନରେ ପଡୁଛି ଉଠୁଛି ପିପିଲି ଓ ଡେଲାଙ୍ଗ ଅଞ୍ଚଳ । ସବୁ ରାଜନୈତିକ ଦଳ ଭୋଟର ପ୍ରତିଶୃତିରେ ପୋତି ପକାଉଛନ୍ତି । ଦଳ ଜିତିଲେ ପିପିଲିର ବ୍ୟାପକ ବିକାଶ ହେବ ବୋଲି କହିଛନ୍ତି । ତେବେ ପିପିଲି ଉପନିର୍ବାଚନ ନେଇ ଆସନ୍ତୁ ଜାଣିବା କଣ ରହଛି ଭୋଟରଙ୍କ ପ୍ରତିକ୍ରିୟା ।

କୃଷି , ଜଳ ସେଚନ , ଶିକ୍ଷା , ସ୍ବାସ୍ଥ୍ୟ ଭିତ୍ତିଭୂମି ରେ ବିକାଶ ହେବ ବୋଲି ବିଜେଡି , ବିଜେପି ଓ କଂଗ୍ରେସ ପ୍ରଚାର କରୁଛନ୍ତି। ପିପିଲି ନିର୍ବାଚନ ମଣ୍ଡଳୀ ରେ 2 ଲକ୍ଷ 29 ହଜାର 998 ଜଣ ଭୋଟର ପ୍ରାର୍ଥୀ ଙ୍କ ଭାଗ୍ୟ ନିରୂପଣ କରିବେ। 1ଲକ୍ଷ 19 ହଜାର 206 ଜଣ ପୁରୁଷ , 1 ଲକ୍ଷ 10 ହଜାର 790 ଜଣ ମହିଳା ଓ ଦୁଇ ଜଣ ତୃତୀୟ ଲିଙ୍ଗ ଭୋଟର ମତଦାନ କରିବେ । ତେବେ ଏଥର ପିପିଲି ବିଜେଡି ହାତରେ ରହିବ ନା ଅନ୍ୟ କୌଣସି ଦଳ ହାତକୁ ଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ବିଜେଡିର ଗଡ଼ ରହିଛି ପିପିଲି ନିର୍ବାଚନ ମଣ୍ଡଳୀ । ସ୍ବର୍ଗତ ପ୍ରଦୀପ ମହରଥୀ ମୋଟ 7 ଥର ପିପିଲି ରୁ ବିଧାୟକ ହୋଇ ଥିବା ବେଳେ ବିଜେଡି ରୁ 5 ଥର ବିଧାୟକ ଥିଲେ। ତେବେ ତାଙ୍କର ଗତବର୍ଷ 2020 ଅକ୍ଟୋବର 4 ରେ ମୃତ୍ୟୁ ପରେ ଉପ ନିର୍ବାଚନ ହେଉଛି।

ପିପିଲି ଉପନିର୍ବାଚନ ନେଇ ଜନତା ଜନାର୍ଦ୍ଦନଙ୍କ ମୁଡ

ତେବେ ପିପିଲି , ଡେଲାଙ୍ଗ ଅଞ୍ଚଳରେ ଏବେ ବି ଶିକ୍ଷା , ସ୍ୱାସ୍ଥ୍ୟ , ରାସ୍ତା ଘାଟ , କୃଷି , ଜଳ ସେଚନ ସମସ୍ୟା ଥିବା ବେଳେ ଭୋଟର ଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସେହିପରି ଗତ ଫୋନି ମହାବାତ୍ୟା ରେ ଅନେକ ଲୋକ ବାସହୀନ ହୋଇ ଥିବାବେଳେ ଅନେକ ଦୁର୍ନୀତି ଯୋଗୁଁ ବହୁତ ଯୋଗ୍ୟ ହିତାଧିକାରୀ ଘର ସହାୟତା କି ଆର୍ଥିକ ସହାୟତା ପାଇ ନ ଥିବା ଅଭିଯୋଗ ହୋଇଛି।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଯୋଗୁ ଅନେକ ଗରିବ ଲୋକ ଏହି ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ରହିଛି। ଏହି ସବୁ ଭିତରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ପିପିଲି, ଡେଲାଙ୍ଗ ଅଞ୍ଚଳର ଭୋଟରଙ୍କ କଣ ମୁଡ଼ ରହିଛି ସେ ନେଇ ଇଟିଭି ଭାରତ ପକ୍ଷରୁ ଭୋଟରଙ୍କୁ ଭେଟି ମତାମତ ନିଆଯାଇଛି। ଅନେକ ଲୋକ ସମସ୍ୟାରେ ଥିବା ବେଳେ କୌଣସି ସୁବିଧା ସରକାରଙ୍କ ତରଫରୁ ପାଇ ନ ଥିବା ଅଭିଯୋଗ କରିଛନ୍ତି। ଏଣୁ ଏଥର ସେମାନେ ପରିବର୍ତ୍ତନ ଚାହୁଁଥିବା କହୁଥିବା ବେଳେ ବିବେକ ଅନୁଯାୟୀ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ମତ ରଖିଛନ୍ତି ଭୋଟର ।

ସେପଟେ କିଛି ଭୋଟର ମଧ୍ୟ ବିଜେଡି ଶାସନ କୁ ସନ୍ତୁଷ୍ଟ ଥିବା ବେଳେ କେତେକ ଏଥର ବିଜେପି ଓ କଂଗ୍ରେସ କୁ ଭୋଟ ଦେବେ ବୋଲି କହିଛନ୍ତି । ତେବେ ସେ ଯାହା ହେଉନା କାହିଁକି ଆଗାମୀ ଅକ୍ଟୋବର 3 ତାରିଖରେ ଭୋଟ ଗଣତି ଥିବା ବେଳେ ପିପିଲି ବାସୀ ଏଥର ବିଜେଡିକୁ ଜନାଦେଶ ଦେଉଛନ୍ତି କି ପରିବର୍ତ୍ତନ କରୁଛନ୍ତି ସେ ନେଇ ଏବେ ଆଲୋଚନା ପର୍ଯ୍ୟାଲୋଚନା ଜୋର ଧରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.