ETV Bharat / state

ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ - ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଓଡ଼ିଶାରେ ବିଜ୍ଞାନ ଭିତ୍ତିଭୂମି ପ୍ରତିଷ୍ଠାରେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନା । ଡକ୍ଟର ଜେନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଥିଲେ । ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କ ପରମ ମିତ୍ର ଥିଲେ । ଅଧିକ ପଢନ୍ତୁ

17931397
17931397
author img

By

Published : Mar 7, 2023, 8:47 PM IST

ଭୁବନେଶ୍ବର: ଦେଶର ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କର ପରଲୋକ ହୋଇଛି । ବୟସାଧିକ କାରଣରୁ ପ୍ରଫୁଲ୍ଲଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା । ପ୍ରଫୁଲଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଫୁଲ୍ଲଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ହୋଇଛି ।

ଓଡ଼ିଶାରେ ବିଜ୍ଞାନ ଭିତ୍ତିଭୂମି ପ୍ରତିଷ୍ଠାରେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନା । ଡକ୍ଟର ଜେନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଥିଲେ । ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କ ପରମ ମିତ୍ର ଥିଲେ । ଭାରତ ସରକାରଙ୍କ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ - CSIRର ମହାନିର୍ଦ୍ଦେଶକ ଥିଲେ । ଏହି ପଦବୀରେ ନିଯୁକ୍ତ ହେବାରେ ସେ ପ୍ରଥମ ଓଡ଼ିଆ । ଭୁବନେଶ୍ୱରରେ ପ୍ରତିଷ୍ଠିତ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ, ସାଇନସ ପାର୍କ ଓ ପଠାଣି ସାମନ୍ତ ପ୍ଲାନେଟାରିଅମ ପ୍ରତିଷ୍ଠାରେ ପ୍ରଫୁଲ୍ଲ କୁମାର ଜେନାଙ୍କର ଅଗ୍ରଣୀ ଭୂମିକା ରହିଛି ।

ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ ସ୍ବର୍ଗତ ଜେନାଙ୍କୁ ମହାନ ବୈଜ୍ଞାନିକ ଭାବେ ବର୍ଣ୍ଣନା କରିଛନ୍ତି । ବିଜ୍ଞାନ ଓ ଗବେଷଣା ବିଶେଷ କରି ଧାତବ ବିଜ୍ଞାନ କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ନବୀନ କହିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶାର ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ପ୍ରଫୁଲ୍ଲ କୁମାର ଜେନାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ସ୍ବର୍ଗତ ଜେନାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ ଓ ମର୍ମାହତ ବୋଲି ସେ କହିଛନ୍ତି । ଧାତବ ବିଜ୍ଞାନ ଓ ଗବେଷଣା କ୍ଷେତ୍ରକୁ ପ୍ରୋତ୍ସାହନ ଦେବାରେ ତାଙ୍କର ଯୋଗଦାନ ଅତୁଳନୀୟ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ପୁରୀରେ ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ଡା. ପ୍ରଫୁଲ୍ଲ କୁମାର ଜେନାଙ୍କର ଶେଷକୃତ୍ୟ ଆଜି ଅପରାହ୍ନରେ ରାଷ୍ଟ୍ରୀୟ ସମ୍ମାନର ସହ ସ୍ୱର୍ଗଦ୍ଵାର ଠାରେ ଶେଷ ହୋଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସ୍ୱର୍ଗଦ୍ଵାରରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୋଲିସ ପକ୍ଷରୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ସମୁଦ୍ର କୂଳ ଥାନା ଆଇଆଇସି ଚିନ୍ମୟ ବରାଳ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.