ETV Bharat / state

ଟାହିଆ ଭିଡି ନକଲି ସେବାୟତ ଅଟକ - tahia

ସୋମବାର ଚତୁର୍ଦ୍ଧା ବିଗ୍ରହଙ୍କ ନୀଳାଦ୍ରିବିଜେ ସମୟରେ ଜଣେ ସେବାୟତ ବେଶଧାରୀ ନକଲି ସେବାୟତ ଯୁବକ ନନ୍ଦିଘୋଷ ରଥ ଉପରେ ଚଢି ଶ୍ରୀଜଗନ୍ନାଥଙ୍କ ଟାହିଆକୁ ଛିଣ୍ଡାଇବାକୁ ଚେଷ୍ଟା କରିଥିଲେ । ସିଂହଦ୍ୱାର ଥାନାର ଜିମା ଦେବାପରେ ନକଲି ସେବାୟତ ଅଟକ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 16, 2019, 6:54 AM IST

ପୁରୀ: ସେବାୟତ ବେଶରେ ନକଲି ସେବାୟତ ଅଟକ । ସୋମବାର ଚତୁର୍ଦ୍ଧା ବିଗ୍ରହଙ୍କ ନୀଳାଦ୍ରିବିଜେ ବେଶ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ଜଣେ ସେବାୟତ ବେଶଧାରୀ ନକଲି ସେବାୟତ ଯୁବକ ନନ୍ଦିଘୋଷ ରଥ ଉପରେ ଚଢି ଶ୍ରୀଜଗନ୍ନାଥଙ୍କ ଟାହିଆକୁ ଛିଣ୍ଡାଇବାକୁ ଚେଷ୍ଟା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଏହାକୁ ଦଇତାପତି ଓ ଜେଟିପି ବାରଣ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନାର ଜିମା ଦେଇଥିଲେ । ଥାନାରେ ଯୁବକ ଅଟକ ଥିବା ସହ ଥାନାରେ କ୍ଷମାପ୍ରାର୍ଥନା କରିଥିବା ସୂଚନା ମିଳିଛି । ତେବେ ଘଟଣା ବିଷୟରେ ପୋଲିସ ପଚରା ଉଚରା ଚଲାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଅଣ ସେବାୟତ ଅଟକBody:
Anchor- ସେବାୟତ ବେଶରେ ଅଣସେବାୟତ ଅଟକ | ଆଜି ଚତୁର୍ଧା ବିଗ୍ରହଙ୍କ ନୀଳାଦ୍ରିବିଜେ ବେଶ ସୁରୁଖୁରୁରେ ସମ୍ପର୍ଣ ହୋଇଛି | ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପହଣ୍ଡି ସମୟରେ ଜଣେ ସେବାୟତ ବେଶଧାରୀ ଅଣସେବାୟତ ଯୁବକ ନନ୍ଦୀଘୋଷ ରଥ ଉପରେ ଚଢି ଶ୍ରୀଜଗନ୍ନାଥଙ୍କ ଟାହିଆ କୁ ଛିଣ୍ଡାଇବାକୁ ଚେଷ୍ଟା କରିଥିଲେ | ତେବେ ଏହାକୁ ଦଇତାପତି ଓ ଜେଟିପି ବାରଣ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନାର ଜିମା ଦେଇଥିଲେ | ଥାନା ରେ ଯୁବକ ଅଟକ ଥିବା ସହ ଥାନାରେ କ୍ଷମାପ୍ରାର୍ଥନା କରିଥିବା ସୂଚନା ମିଳିଛି | ତେବେ ଘଟଣା କୁ ପୋଲିସ ପଚରା ଉଚରା ଚଲାଇଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.