ପୁରୀ: ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ଗିରଫ । ପୁରୀ ଜିଲ୍ଲା ସଦର ଥାନା ବାସୁଦେବପୁରର କନକ ଦୁର୍ଗା ହାଇସ୍କୁଲରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ପୋଲିସ ।
ଗିରଫ ହୋଇଥିବା ନକଲି ପରୀକ୍ଷାର୍ଥୀ ହେଲେ ସୌମ୍ୟ ରଞ୍ଜନ ମହାନ୍ତି । ସେ ପଥରପଦା ହାଇସ୍କୁଲର ଛାତ୍ର ରାଜା ପାତ୍ରଙ୍କ ସ୍ଥାନରେ ଦେଉଥିଲେ ପରୀକ୍ଷା । ରାଜାର ଆଡ଼ମିଟ କାର୍ଡ ନେବା ସହ ତାଙ୍କ ନାମରେ ଦେଉଥିଲା ପରୀକ୍ଷା । ତେବେ ପରିକ୍ଷାର୍ଥୀ ଜଣଙ୍କ ଉପରେ ସନ୍ଦେହ ହେବାରୁ ପରୀକ୍ଷା ସେଣ୍ଟର ଅଧିକ୍ଷକ ତାଙ୍କୁ ପଚରା ଉଚରା କରିଥିଲେ ।
ପରେ ନକଲି ପରୀକ୍ଷାର୍ଥୀ ବୋଲି ଜଣାପଡିବା ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ମହାନ୍ତିଙ୍କୁ ପୋଲିସର ଜିମା ଦେଇଥିଲେ । ତେବେ ଏହି ଘଟଣା ଏବେ ପୁରୀରେ ଚର୍ଚ୍ଚାର ବିଷୟ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ