ETV Bharat / state

ବର୍ଷାରେ ବୁଡିଲା ପ୍ରସିଦ୍ଧ ଅଲାରନାଥ ମନ୍ଦିର

ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ଆଣ୍ଠୁଏ ପାଣି ଭର୍ତ୍ତି ହେବା ସହ ମନ୍ଦିରର ଗର୍ଭଗୃହ ଛାତରୁ ପାଣି ଗଳୁଛି । ବାରମ୍ବାର ଏନେଇ ଅଭିଯୋଗ ପରେ ସରକାର ଏଥିପ୍ରତି କୌଣସି ପଦକ୍ଷେପ ନେଉନଥିବା ଦେଖାଦେଇଛି ।

author img

By

Published : Oct 24, 2019, 1:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମଗିରି

ବ୍ରହ୍ମଗିରି: ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ବ୍ରହ୍ମଗିରି । ଏହି କ୍ରମରେ ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ଆଣ୍ଠୁଏ ପାଣି ଭର୍ତ୍ତି ହେବା ସହ ମନ୍ଦିରର ଗର୍ଭଗୃହ ଛାତରୁ ପାଣି ଗଳୁଛି । ଯଦ୍ବାରା ଗର୍ଭ ଗୃହ ଭିତରେ ଲହଡୀ ଭାଙ୍ଗୁଛି ବର୍ଷାପାଣି । ତଥାପି ପାଣିରେ ପଶି ଶ୍ରଦ୍ଧାଳୁ ଅଲାରନାଥଙ୍କ ଦର୍ଶନ ପାଇଁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମଗିରି

ତେବେ ଅସରାଏ ବର୍ଷାରେ ସର୍ବଦା ଅଲାରନାଥ ମନ୍ଦିରରେ ପାଣି ଜମୁଥିବାର ଅଭିଯୋଗ ହୋଇଛି । ତଥାପି ସରକାର ଏଥିପ୍ରତି କୌଣସି ପଦକ୍ଷେପ ନେଉନଥିବା ଦେଖାଦେଇଛି ।

ଗତବର୍ଷ ନବକଳେବର ସମୟରେ ଅଲାରନାଥ ମନ୍ଦିର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ ମନ୍ଦିରରେ ସଠିକ ଉନ୍ନତିମୂଳକ କାର୍ଯ୍ୟ ନକରି ନେତା, ଠିକାଦାର ମିଶି ଏସବୁ ଟଙ୍କାକୁ ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ଅଲାରନାଥ ମନ୍ଦିରରେ ପାଣି,ଗମ୍ଭିରା ଛାତରୁ ପାଣି ଗଳୁଛି ବର୍ଷାରେ ବ୍ରହ୍ମଗିରି ଉବୁଟୁବ୍।
ଦୁଇ ଦିନ ଧରି ଲାଗିରହିଥିବା ଲଘୁଚାପ ବର୍ଷା ରେ ବ୍ରହ୍ମଗିରି ଉବୁଟୁବ୍ ହୋଇଯାଇଛି।ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ଆଣ୍ଠୁଏ ପାଣି ।ମନ୍ଦିର ଗମ୍ଭୀରା ଛାତରୁ ପାଣି ଗଳୁଛି।Body:ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ରେ ବ୍ରହ୍ମଗିରି ଉବୁଟୁବ୍ ହୋଇଯାଇଛି।ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ଆଣ୍ଠୁଏ ପାଣି ରେ ପଶି ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଯାଉଛନ୍ତି।ମନ୍ଦିର ଗମ୍ଭିରା ଛାତରୁ ପାଣି ଗଳି ଗମ୍ଭିରା ଭିତରେ ପାଣି ଲହଡ଼ୀ ଖେଲୁଛି।
ଅସରାଏ ବର୍ଷାରେ ସବୁବେଳେ ଅଲାରନାଥ ମନ୍ଦିରରେ ପାଣି ପଶୁ ଥିବାର ଅଭିଯୋଗ ହେଉଛି।ଏଥି ପ୍ରତି ସରକାର କୌଣସି ପଦଖ୍ୟାପ୍ ନେଉନଥିବା ଦେଖା ଦେଇଛି।
ଗତ ନବକଳେବର ସମୟରେ ଅଲାରନାଥ ମନ୍ଦିର ଉର୍ଣତି ପାଈଁ କୋଟି କୋଟି ଟଙ୍କା ଖର୍ଚ୍ଚ କରଯାଇଥିଲା କିନ୍ତୁ ମନ୍ଦିରର ସଠିକ ଉର୍ନତି ମୂଳକ କାଯ୍ୟ ନ କରି ନେତା ,ଠିକାଦାର ମିଶି ଏହି ଟଙ୍କାକୁ ଚଳୁ କରିଦେଇଥିବା ଅଭିଯୋଗ ହୋଇଛି।Conclusion:Visual send by wrap.
ଦେବାଶିଷ ଦାସ,ବ୍ରହ୍ମଗିରି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.