ETV Bharat / state

ପୁରୀ ସହରରେ ସ୍ବାଭାବିକ ହେଲା ପାନୀୟ ଜଳ ଯୋଗାଣ - Drinking water problem in puri

ପୁରୀ ସହରରେ ଲାଗି ରହୁଥିବା ପାନୀୟ ଜଳ ଯୋଗାଣ ସମସ୍ୟା ସମାଧାନ ହୋଇଛି । ଅଧିକ ପଢନ୍ତୁ...

ପୁରୀ ସହରରେ ସ୍ବାଭାବିକ ହେଲା ପାନୀୟ ଜଳ ଯୋଗାଣ

author img

By

Published : May 7, 2021, 7:51 AM IST

ପୁରୀ: ଗତ 3 ଦିନ ହେବ ପୁରୀ ସହରରେ ଲାଗି ରହୁଥିବା ପାନୀୟ ଜଳ ଯୋଗାଣ ସମସ୍ୟା ସମାଧାନ ହୋଇଛି । ପାନୀୟ ଜଳ ଆସୁଥିବା ଅଞ୍ଚଳର ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ପୁରୀ ସହରରେ ସ୍ବାଭାବିକ ହେଲା ପାନୀୟ ଜଳ ଯୋଗାଣ

ଏହି ସମସ୍ୟା ସମ୍ପର୍କରେ ସଦର ବ୍ଲକ ସିରୋଇକୋଣା ଓ ଉତ୍ତରକୋଣା ଗ୍ରାମର ପ୍ରତିନିଧିମାନଙ୍କ ସହ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆଲୋଚନା ହୋଇଛି । ଧାଉଡିଆ ନଦୀର ରିଜରଭଏର ୧ ଓ ୨ ରୁ ପ୍ରତିବନ୍ଧକ ହଟେଇବା ସହ ପୁରୀକୁ ଜଳ ଯୋଗାଣରେ ସହଯୋଗ କରିବା ନିମନ୍ତେ ପ୍ରତିନିଧି ମାନେ ପ୍ରତିଶ୍ରୁତି ଦେଇଛନ୍ତି । ଗ୍ରାମବାସୀଙ୍କ ଦାବି ପ୍ରତି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି ।

ଆଲୋଚନାରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର ରବିନ୍ଦ୍ର ପ୍ରଧାନ,ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ପୁରୀ ସହରରେ ପାନୀୟ ଜଳ ସମସ୍ୟା ପାଇଁ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ । ପୁରୀ ସହରରେ ମଧୁର ଜଳ ନିମ୍ନ ଗାମୀ ହେଉଥିବା ବେଳେ ଅନେକ ଆପାର୍ଣ୍ଟମେଣ୍ଟ ଓ ହୋଟେଲ ପକ୍ଷରୁ ବେଆଇନ ଭାବେ ବୋରିଂ କରାଯାଇ ପାଣି ଉଠାଯାଉଛି। ଫଳରେ ମଧୁର ଜଳ ସ୍ତର ମାଟି ତଳେ କାମୁଥିବା ବେଳେ ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.