ETV Bharat / state

ପୁରୀ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଆହତ - ପୋଲିସ ଏନକାଉଣ୍ଟରରେ ପିନୁ ଆହତ

ପୁରୀ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଆହତ ହୋଇଛି । ସଙ୍କରେଶ୍ୱର ଜଙ୍ଗଲରେ ହୋଇଛି ଏନକାଉଣ୍ଟର। ଅଧିକ ପଢନ୍ତୁ

ପୁରୀ ପୋଲିସର ଏନକାଉଣ୍ଟର
ପୁରୀ ପୋଲିସର ଏନକାଉଣ୍ଟର
author img

By ETV Bharat Odisha Team

Published : Aug 24, 2023, 5:32 PM IST

Updated : Aug 24, 2023, 6:41 PM IST

ପୁରୀ ପୋଲିସର ଏନକାଉଣ୍ଟର

ପୁରୀ: ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଆହତ । ବାସେଳି ସାହି ଥାନା ଲୋକନାଥ ମନ୍ଦିର ପଛ ପଟେ ଥିବା ଶଙ୍କରେଶ୍ୱର ଜଙ୍ଗଲରେ ହୋଇଛି ଏନକାଉଣ୍ଟର । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଓରଫ ପିନାକୀ ବରାଳ ଆହତ ହୋଇଛି । ପୋଲିସ ପକ୍ଷରୁ ହେଇଥିବା ଗୁଳିମାଡ଼ରେ ପିନାକୀର ବାମ ଗୋଡରେ ଗୁଳି ଲାଗିବାରୁ ସେ ଆହତ ହୋଇଛି। ତେବେ ଆହତ ପିନାକୀକୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏମ୍ସ ରେଫର କରିଛନ୍ତି ଡାକ୍ତର ।

ପୋଲିସର ସୂଚନା ଅନୁଯାୟୀ, ପିନୁ ଆଜି ବନ୍ଧୁକ ଧରି କୌଣସି ଏକ ଅପରାଧ ଘଟାଇବାକୁ ପୁରୀ ଆସୁଥିବା ବାସେଳି ସାହି ଥାନା ଅଧିକାରୀ ମାନସ ବାରିକ ଖବର ପାଇଥିଲେ । ସେ ଓ ତାଙ୍କ ସହଯୋଗୀ ପିନୁକୁ ଧରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ପିନୁ ପୋଲିସ ଟିମ୍‌ ଉପରେ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ପୋଲିସ ଏନକାଉଣ୍ଟରରୁ ବର୍ତ୍ତି ପାରିନଥିଲା ପିନୁ । ପୋଲିସର ଏନ୍‌କାଉଣ୍ଟରରେ ପିନାକୀ ଆହତ ହୋଇଥିଲା ।

ଏହା ବି ପଢନ୍ତୁ...Encounter In Bhubaneswar: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ଅପରାଧି ଜିତୁ ଆହତ

ସୂଚନା ମୁତାବକ, ପିନାକୀ ଏକ ହାର୍ଡକୋର କ୍ରିମିନାଲ ହୋଇଥିବାବେଳେ ତା ନାଁରେ ବିଭିନ୍ନ ଥାନାରେ 11ରୁ ଅଧିକ ସଙ୍ଗୀନ ମାମଲା ରହିଛି । ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଭଳି ଅନେକ ମାମଲା ରହିଥିବା ପୋଲିସ କହିଛି । ତେବେ ଆହତ ପିନୁଠାରୁ ଏକ ବନ୍ଧୁକ, 2ଟି ଗୁଳି ଓ ଏକ ବାଇକ ଜବତ କରିଛି ପୋଲିସ । ଅନେକ ସମୟରେ ଅପରାଧ ଘଟାଇ ଆତଙ୍କ ରଚିଥିବା ପିନୁକୁ କାବୁ କରିବାରେ ଶେଷରେ ସଫଳ ହୋଇଛି ପୁରୀ ପୋଲିସ ।

ପିନାକୀ ବରାଳ ଡକାୟତି ଓ ଲୁଟ୍‌ପାଟରେ ମଧ୍ୟ ସାମିଲ ରହିଥିଲା । ସମଗ୍ର ଅଞ୍ଚଳରେ ସେ ଆତଙ୍କ ରଚିଥିବାବେଳେ ଦୀର୍ଘ ଦିନ ଧରି ପୋଲିସ ପିନୁର ସନ୍ଧାନରେ ଲାଗିପଡିଥିଲା । ଶେଷରେ ପୁରୀ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ପୋଲିସ ପଞ୍ଝାରୁ ଖସି ପଳାଇବାର ଉଦ୍ୟମ କରିଥିଲେ ବି ପିନୁ ଫେଲ୍ ମାରିଛି । ଆଉ ଶେଷରେ ପୋଲିସ ଗୁଳିରେ ଆହତ ହୋଇ ସେ ଚିକିତ୍ସିତ ହେଉଛି ।

ତେବେ ଗତ କିଛି ଦିନ ଧରି ପୁରୀରେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି ଅପରାଧୀ । ବାସେଳୀ ସାହି ଗୁରୁକୃପା ଆଶ୍ରମରେ ଗତ କିଛି ଦିନ ପୂର୍ବେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ଦୁଇ ବାବାଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଅଭିଯୁକ୍ତ ବିଷ୍ଣୁ ଅର୍ଜୁନ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲା । ଅନ୍ୟପଟେ ପୁରୀ ସଦର ଥାନା ମୁକୁନ୍ଦ ମିଶ୍ର ନଗରରେ ଗତ ମାସ 27 ତାରିଖରେ ବିଜୟ କୁମାର ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା । ଏହିପରି ଭାବେ ପୁରୀ ସହର ଅଶାନ୍ତ ପାଲଟିଥିବାବେଳେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ତେଣୁ ଅପରାଧକୁ ନିୟନ୍ତ୍ରଣ କରିବାକୁ ପୁରୀ ପୋଲିସ ସ୍ବତନ୍ତ୍ର ଅପରେସନ ଚଳାଇଛି ।

ଇଟିଭି ଭାରତ, ପୁରୀ

Last Updated : Aug 24, 2023, 6:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.