ETV Bharat / state

ଦଇତାପତି ନିଯୋଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଅର୍ଥ ଦାନ

କୋରୋନା ମହାମାରୀକୁ ନେଇ ରାଜ୍ୟ ସରକାର ରିଲିଫ ଫଣ୍ଡକୁ ଅର୍ଥ ଦାନ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନକୁ ଗ୍ରହଣ କରି ଶ୍ରୀମନ୍ଦିରର ଦଇତାପତି ନିଯୋଗ ପକ୍ଷରୁ 1ଲକ୍ଷ 51 ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଅର୍ଥ ଦାନ
ଦଇତାପତି ନିଯୋଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଅର୍ଥ ଦାନ
author img

By

Published : Apr 3, 2020, 12:09 AM IST

ପୁରୀ: କୋରୋନା ମହାମାରୀକୁ ନେଇ ରାଜ୍ୟ ସରକାର ଲଢେଇ ଜାରି ରଖିଛନ୍ତି । ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ବ୍ୟବସ୍ଥା କରିଛନ୍ତି । ତେବେ ଏହି ବିପଦ ବେଳେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ଦାନ କରିବା ପାଇଁ ସରକାର ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନକୁ ଗ୍ରହଣ କରି ଶ୍ରୀମନ୍ଦିରର ଦଇତାପତି ନିଯୋଗ ପକ୍ଷରୁ 1ଲକ୍ଷ 51 ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରାଯାଇଛି ।

ଏହି ଅର୍ଥ କୋରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପାଇଁ ନିଶ୍ଚିତ ସହାୟତା ଯୋଗାଇବା ବୋଲି ଦଇତାପତି ନିଯୋଗ ଆଶା ରଖିଛି । ସେହିପରି ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ନିଜ ସାଧ୍ୟ ମୁତାବକ ଅର୍ଥ ଦାନ କରିବା ପାଇଁ ଦଇତାପତି ନିଯୋଗ ପକ୍ଷରୁ ନିବେଦନ କରାଯାଇଛି । ଦଇତାପତି ନିଯୋଗର ସମ୍ପାଦକ ଦୁର୍ଗାଦାସ ମହାପାତ୍ରଙ୍କ ନେତୃତ୍ବରେ ବରିଷ୍ଠ ଦଇତାପତିମାନେ ଗୁରୁବାର ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କୁ ଭେଟି 1ଲକ୍ଷ 51 ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.