ETV Bharat / state

ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଦୁଇ ଦିନ ପରେ ଜଣା ପଡ଼ିବ ସଂଖ୍ୟା

author img

By

Published : Dec 21, 2022, 9:50 PM IST

ଆରମ୍ଭ ହେଲା ଚିଲିକାରେ ଡଲଫିନ ଗଣନା । ଗଣନା ପାଇଁ ମୋଟ ୧୮ଟି ଦଳ ନିୟୋଜିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଚିଲିକାରେ ଡଲଫିନ ଗଣନା
Dolphin count start in Chilika
Dolphin count start in Chilika

ବ୍ରହ୍ମଗିରି : ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଚିଲିକାରେ ଇରାୱାଡି ଡଲଫିନ କେତେ ରହିଛନ୍ତି ତାକୁ ଜାଣିବା ପାଇଁ ପ୍ରତ୍ୟେକ ବର୍ଷ ବନବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ଵାରା ଗଣତି କରାଯାଇଥାଏ । ଚଳିତ ବର୍ଷ ପାଇଁ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି ଏହି ଗଣନା କାର୍ଯ୍ୟ । ଚିଲିକାରେ ଗଣନା ପାଇଁ ମୋଟ ୧୮ଟି ଦଳ ନିୟୋଜିତ ହୋଇଛନ୍ତି ।

ପ୍ରତ୍ୟେକ ଦଳରେ ୫ରୁ ୬ଜଣ ରହିଛନ୍ତି । ସାତପଡ଼ା ରେଞ୍ଜ ପଟୁ ୮ଟି ଦଳ ଏବଂ ବାଲୁଗାଁ ରେଞ୍ଜ ପଟୁ ୧୦ଟି ଦଳ ଡଲଫିନ ଗଣନା ଜାରି ରଖିଛନ୍ତି । ଗଣନା ପ୍ରକ୍ରିୟାରେ ସିଡିଏର କର୍ମଚାରୀ, ବନ କର୍ମଚାରୀ, ଡଲଫିନ ବିଶେଷଜ୍ଞ, ସ୍ବେଚ୍ଛାସେବୀ, ପରିବେଶବିତଙ୍କ ସହିତ ଜଣେ ଡଙ୍ଗା ଚାଳକ ସାମିଲ ହୋଇଛନ୍ତି । ଜିପିଏସ, ବାଇନାକୁଲାର, ରେଞ୍ଜ୍‌ ଫାଇଣ୍ଡର ଦ୍ୱାରା ଏହି ଗଣତି ଚାଲିଛି ।

ଚଳିତ ବର୍ଷ କେତେ ସଂଖ୍ୟାରେ ଡଲଫିନ ଚିଲିକାରେ ରହିଛନ୍ତି ସମସ୍ତ ଦଳ ରିପୋର୍ଟ ଦେବା ପରେ ହିଁ ଜଣାପଡିବ । ଏବେ ଡଲଫିନ ସଂଖ୍ୟା କମିଥିବା ସୂଚନା ମିଳିଛି । ଗତ 3 ବର୍ଷ ଧରି ଡଲଫିନ ଛୁଆ ଦେଖାଯାଉନଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଚିଲିକାରେ ବହୁଳ ମାତ୍ରାରେ ମେସିନ ଡଙ୍ଗା ଚାଲିବା ଦ୍ବାରା ଡଲଫିନ ବଂଶ ବିସ୍ତାର ବାଧା ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.