ETV Bharat / state

G-20 ପାଇଁ କୋଣାର୍କରେ ଯୁବ ସଂସଦ କାର୍ଯ୍ୟକ୍ରମ - ଯୁବ ସଂସଦ କାର୍ଯ୍ୟକ୍ରମ

କୋଣାର୍କରେ G20 ପାଇଁ ଯୁବ ସଂସଦ କାର୍ଯ୍ୟକ୍ରମ ଆୟୋଡଜିତ ହୋଇଯାଇଛି । ଭାରତର ନାରା ବାସୁଧେବ କୁଟୁମ୍ବକମକୁ ଭାରତର ଯୁବ ପିଢ଼ି ଚାହିଁଲେ ହିଁ ସାରା ବିଶ୍ଵରେ ପ୍ରଚାର ପ୍ରସାର କରି ପାରିବେ ବୋଲି ବିଶିଷ୍ଟ ବ୍ୟକ୍ତି ମତପୋଷଣ କରିଥିଲେ। ଅଧିକ ପଢନ୍ତୁ

କୋଣାର୍କରେ ଯୁବ ସଂସଦ କାର୍ଯ୍ୟକ୍ରମ
କୋଣାର୍କରେ ଯୁବ ସଂସଦ କାର୍ଯ୍ୟକ୍ରମ
author img

By

Published : Mar 1, 2023, 3:59 PM IST

କୋଣାର୍କରେ ଯୁବ ସଂସଦ କାର୍ଯ୍ୟକ୍ରମ

ପୁରୀ: ଯୁବପିଢିଙ୍କୁ ଏକ ସମୃଦ୍ଧ ଦେଶ ଗଠନରେ ସାମିଲ ଲକ୍ଷ୍ୟ ନେଇ କୋଣାର୍କରେ ଜି 20 ସମ୍ମିଳନୀର ୟୁଥ୍ ପାର୍ଲାମେଣ୍ଟ ଆୟୋଜିତ ହୋଇଯାଇଛି। ନେହେରୁ ଯୁବକେନ୍ଦ୍ର ଓ ବସନ୍ତି ମଞ୍ଜୁରୀ ପାଠାଗାର ପକ୍ଷରୁ କୋଣାର୍କର ସମସ୍ତ କଲେଜ, ହାଇସ୍କୁଲର ଛାତ୍ରଛାତ୍ରୀ ଓ କୋଣାର୍କ ଅଞ୍ଚଳର ଯୁବପିଢିଙ୍କୁ ନେଇ ସମସ୍ତେ ସମୃଦ୍ଧ ଭାରତ ଗଠନରେ ସାମିଲ ହେବା, ଶିଶୁ ଶ୍ରମିକ, ବାଲ୍ୟବିବାହ ରୋକିବା ସହ ଗରିବ ଘରର ଛାତ୍ରଛାତ୍ରୀମାନଙ୍କୁ କିପରି ଉତ୍ତମ ଶିକ୍ଷା ପ୍ରଦାନ କରିହେବ ସେ ଦିଗରେ କାର୍ଯ୍ଯ କରିବକୁ ସଚେତନ କରାଯାଇଛି ।

ଭାରତ ଯୁବ ଶକ୍ତି ସାରା ବିଶ୍ୱରେ ଅନନ୍ୟ। ଯୁବକମାନେ ଚାହିଁଲେ ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରିବେ। ସାରା ବିଶ୍ୱରେ ଶାନ୍ତି, ମୈତ୍ରୀ, ଭାଇଚାରା ଯୁବପିଢିହିଁ ସ୍ଥାପନ କରି ପାରିବେ। ଭାରତର ନାରା ବାସୁଧେବ କୁଟୁମ୍ବକମକୁ ଭାରତର ଯୁବପିଢ଼ି ଚାହିଁଲେ ହିଁ ସାରା ବିଶ୍ଵରେ ପ୍ରଚାର ପ୍ରସାର କରି ପାରିବେ ବୋଲି ବିଶିଷ୍ଟ ବ୍ୟକ୍ତି ମତପୋଷଣ କରିଥିଲେ । ଯେଉଁ ଥିରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ସାମିଲ ହୋଇ ଥିଲେ। ପୁରୀ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଭାରତ ସରକାରଙ୍କ ଯୁବବ୍ୟାପାର ମନ୍ତ୍ରଣାୟ ମିଳିତ ଆନୁକୁଲ୍ୟରେ ଏହି ଜି 20 ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଭାରତ ସରକାରଙ୍କ ଦ୍ବାରା G20 ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ୫୦ ଟି ସ୍ଥାନରେ ଏହି ଉତ୍ସବ ପାଳନ କରିବାକୁ ସ୍ଥିର ହୋଇଥିବା ବେଳେ ସେଥିରେ କୋଣାର୍କର ନାମ ରହିଥିଲା । କୋଣାର୍କକୁ ରାତି ପାଇଲେ ହଜାର ହଜାର ଦେଶ ବିଦେଶର ପର୍ଯ୍ୟଟକ ବୁଲିଆସୁଛନ୍ତି। ସେମାନେ କିପରି ଭଲ ବ୍ୟବହାର, ସେବା ପାଇବେ ସେ ନେଇ ଯୁବପିଢିଙ୍କୁ ତାଲିମି ଦିଆଯାଇଥିଲା। ଏଥିରେ ପୂର୍ବତନ ବିଧାୟକ ଦିଲ୍ଲୀପ ଚନ୍ଦନ, ଚଳଚ୍ଚିତ୍ର ଅଭିନେତ୍ରୀ ନମ୍ରତା ସିଂଦେଓ, ନେହେରୁ ଯୁବକେନ୍ଦ୍ରର ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ, ପୁରୀ ଜିଲ୍ଲା ଶିଶୁ ମଣ୍ଡଳ ଅଧିକାରୀ ସମେତ କୋଣାର୍କ ଥାନା ଅଧିକାରୀ ଅଗ୍ନିଶମ ବିଭାଗ ଅଧିକାରୀ ଉପସ୍ଥିତିରେ ଉଦୁଘାଟନ କରାଯାଇଥିଲା। କୋଭିଡ୍ ସମୟରେ ନିଜ ଜୀବନକୁ ବାଜିଲଗାଇ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସେବା ଯୋଗାଇ ଦେଇଥିବା ସେଚ୍ଛାସେବୀ ସଙ୍ଗଠନ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମାନପତ୍ର ସହ ସମ୍ମାନ ଦିଆଯାଇଥିଲା। ଶେଷରେ କୋଣାର୍କ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଦେଇ ଆମ ଦେଶର ଭବିଷ୍ୟତ ଛାତ୍ର ଜିବନରେ ନିଜକୁ ସେବାରେ ନିୟୋଜିତ କରିବା ସହ ଭବିଷ୍ୟତରେ ପରିବେଶ ସୁରକ୍ଷା ପାଇଁ ନିଜେ ଗୋଟେ ଗୋଟେ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.