ETV Bharat / state

ବାଲ୍ୟ ବିବାହ ବନ୍ଦ ପାଇଁ ପୂଜକଙ୍କୁ ବୁଝାଇଲେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ - ପୂଜକଙ୍କୁ ବୁଝାଇଲେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ

ପୁରୀ ବ୍ରହ୍ମଗିରି ଏବଂ ସାତପଡ଼ା ଅଞ୍ଚଳରେ ଥିବା ସମସ୍ତ ମଠ ଓ ମନ୍ଦିର ବୁଲି ବାଲ୍ୟ ବିବାହ ବନ୍ଦ କରିବା ପାଇଁ ପୂଜକମାନଙ୍କୁ ସଚେତନ କରାଇବା ସହ ସମସ୍ତ ମଠ ଓ ମନ୍ଦିର କାନ୍ଥରେ ସଚେତନତା ପୋଷ୍ଟର ମାରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ ।

child-marriage
ବାଲ୍ୟ ବିବାହ ବନ୍ଦ ପାଇଁ ସଚେତନତା
author img

By

Published : Aug 30, 2020, 11:01 PM IST

ବ୍ରହ୍ମଗିରି: ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ। ଯାହାକୁ ନେଇ ଲୋକଙ୍କୁ ସଚେତନ କରିଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ।

ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ବୋଲି ସରକାର ଆଇନ ପ୍ରଣୟନ କରିଥିବାବେଳେ ଅନେକ ସମୟରେ ଅନେକ କଅଁଳ କଢି ଏଥିରେ ବଳି ପଡୁଛନ୍ତି । ମାତ୍ର ଏହାକୁ ବନ୍ଦ ପାଇଁ ସଚେତନତା କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ।

ବାଲ୍ୟ ବିବାହ ବନ୍ଦ ପାଇଁ ସଚେତନତା

ମଠ ଓ ମନ୍ଦିରରେ ବାଲ୍ୟବିବାହ ବନ୍ଦ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଚେତନ କରାଇଛନ୍ତି । ପୁରୀ ବ୍ରହ୍ମଗିରି ଏବଂ ସାତପଡ଼ା ଅଞ୍ଚଳରେ ଥିବା ସମସ୍ତ ମଠ ଓ ମନ୍ଦିର ବୁଲି ବାଲ୍ୟ ବିବାହ ବନ୍ଦ କରିବା ପାଇଁ ପୂଜକମାନଙ୍କୁ ସଚେତନ କରାଇବା ସହ ସମସ୍ତ ମଠ ଓ ମନ୍ଦିର କାନ୍ଥରେ ସଚେତନତା ପୋଷ୍ଟର ମାରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ।

ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ପୂଜକମାନଙ୍କୁ ଏକ ଚିଠି ମଧ୍ୟ ପ୍ରଦାନ କରାଯାଇଛି। ଝିଅର ବୟସ 18 ଏବଂ ପୁଅର ବୟସ 21 ପୂର୍ବରୁ ଦୁହିଁଙ୍କ ବିବାହ ଏକ ଦଣ୍ଡନୀୟ ଅପରାଧ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.