ETV Bharat / state

ବନ୍ୟା ବିପନ୍ନଙ୍କୁ ପ୍ରଶାସନର ରିଲିଫ ବଣ୍ଟନ - Distribution of relief by the administration

ପୁରୀ ଜିଲ୍ଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି । ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି । ଏଣୁ ତୁରନ୍ତ ଚାଷୀଙ୍କ କ୍ଷତି ଆକଳନ କରାଯାଇ କ୍ଷତି ପୂରଣ ଦେବାକୁ ଚାଷୀ ଦାବି କରିଛନ୍ତି । ସେପଟେ କଣାସରେ ବନ୍ୟା ବିପନ୍ନଙ୍କୁ ଜିଲା ପ୍ରଶାସନ ରନ୍ଧା ଖାଦ୍ୟ ଯୋଗାଇ ଦେଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବନ୍ୟା ବିପନ୍ନଙ୍କୁ ପ୍ରଶାସନର ରିଲିଫ ବଣ୍ଟନ
ବନ୍ୟା ବିପନ୍ନଙ୍କୁ ପ୍ରଶାସନର ରିଲିଫ ବଣ୍ଟନ
author img

By

Published : Sep 8, 2020, 8:19 PM IST

ପୁରୀ: ଜିଲ୍ଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି । କଣାସ ବ୍ଲକରେ ଏବେବି କିଛି ଅଞ୍ଚଳରେ ବନ୍ୟା ଜଳ ରହିଛି । ତେବେ ଧୀରେ ଧୀରେ ଏହା ନିଷ୍କାସନ ହେଉଥିବା ବେଳେ ଦୁଇ ଦିନ ଭିତରେ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ସେହିପରି ପିପିଲି, ଡେଲାଙ୍ଗ, ଗୋପ, ନିମାପଡା ଆଦି ଅଞ୍ଚଳରେ ବନ୍ୟା ସ୍ଥିତି ସୁଧୁରିଛି । ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି । ବିଶେଷ କରି ଧାନ, ପନିପରିବା ଚାଷ ବ୍ୟାପକ କ୍ଷତି ହୋଇଛି ।

ଏଣୁ ତୁରନ୍ତ ଚାଷୀଙ୍କ କ୍ଷତି ଆକଳନ କରାଯାଇ କ୍ଷତି ପୂରଣ ଦେବାକୁ ଚାଷୀ ଦାବି କରିଛନ୍ତି । ସେପଟେ କଣାସରେ ବନ୍ୟା ବିପନ୍ନଙ୍କୁ ଜିଲା ପ୍ରଶାସନ ରନ୍ଧା ଖାଦ୍ୟ ଯୋଗାଇ ଦେଉଛି । ସେହିପରି ବନ୍ୟା ପୀଡିତଙ୍କୁ ସର୍ଭେ କରାଯାଇ ପରିବାର ପିଛା 50 କେଜି ଚାଉଳ ଓ 5 ଶହ ଟଙ୍କା ରାଜ୍ୟ ସରକାରଙ୍କ ଘୋଷଣା ପରେ ଦିଆଯାଉଛି । କଣାସ ବ୍ଲକର ପଣ୍ଡିଆକେରା ପଞ୍ଚାୟତ ବେଶି କ୍ଷତିଗ୍ରସ୍ତ ହୋଇ ଥିବା ବେଳେ ଉକ୍ତ ଅଞ୍ଚଳରେ ରିଲିଫ କାର୍ଯ୍ୟ ଚାଲୁ ରହିଛି ।

ବନ୍ୟା ବିପନ୍ନଙ୍କୁ ପ୍ରଶାସନର ରିଲିଫ ବଣ୍ଟନ

ଦୟା ନଦୀରେ ବନ୍ୟା ଫଳରେ ପୁରୀର କଣାସ ବ୍ଲକ ସବୁଠୁ ଅଧିକ କ୍ଷତି ସହିଛି । ତେବେ ଚିଲିକା ପଟେ ସମୁଦ୍ରକୁ ଦୟା ନଦୀ ଜଳ ନିଷ୍କାସନ ଧୀରେ ଧୀରେ ହେଉ ଥିବାରୁ କିଛି ଦିନ ଲାଗିବ ସ୍ଥିତି ସ୍ୱାଭାବିକ ହେବା ପାଇଁ । ସେହିପରି ଗୋପ, ନିମାପଡା, ଡେଲାଙ୍ଗ ଅଞ୍ଚଳରେ ଧନୁଆ, କୁଶଭଦ୍ରା ବନ୍ୟା ଜଳ ବ୍ୟାପକ ଚାଷ କ୍ଷତି କରିଛି । ପୁରୀ ଜିଲ୍ଲାର ମୋଟ 11 ବ୍ଲକ ରୁ 7 ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । 37 ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଜିଲ୍ଲାରେ 80 ହଜାରରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ତେବେ ଗୋପ, ନିମାପଡାର କେତେକ ଅଞ୍ଚଳରେ ରିଲିଫ ପହଞ୍ଚି ନଥିବା ଅଭିଯୋଗ ହୋଇଥିବା ବେଳେ ଚାଷୀଙ୍କ କ୍ଷତି ତୁରନ୍ତ ଜିଲ୍ଲା ପ୍ରଶାସନ ଭରଣା କରିବାକୁ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.