ETV Bharat / state

ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି, କଣ ରହିଛି ଏହାର ବିଶେଷ୍ବତ ଜାଣନ୍ତୁ...

କାର୍ତିକ ମାସରେ ମହାପ୍ରଭୁଙ୍କ ବିଭିନ୍ନ ସ୍ବତନ୍ତ୍ର ନୀତି ଭିତରେ ରହିଛି ଦିବା ପହୁଡ଼ ନୀତି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଶ୍ରାମ ପାଇଁ କାର୍ତିକ ମାସରେ ଦିବା ପହୁଡ଼ ହୋଇଥାଏ । ଅଧିକ ପଢନ୍ତୁ...

author img

By

Published : Oct 31, 2020, 2:27 PM IST

diba pahuda niti in srimandira puri
ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି

ପୁରୀ: କାର୍ତିକ ମାସରେ ମହାପ୍ରଭୁଙ୍କ ବିଭିନ୍ନ ସ୍ବତନ୍ତ୍ର ନୀତି ଭିତରେ ରହିଛି ଦିବା ପହୁଡ଼ ନୀତି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଶ୍ରାମ ପାଇଁ କାର୍ତିକ ମାସରେ ଦିବା ପହୁଡ଼ ହୋଇ ଥାଏ । ତେବେ ଏହି ନୀତି ପଛରେ ରହିଛି ଏକ ସୁନ୍ଦର କଥା ବସ୍ତୁ । ମନୁଷ୍ୟ ଯେଭଳି ପ୍ରାତଃ କାଳରୁ ରାତ୍ର ଶୟନ ପର୍ଯ୍ୟନ୍ତ ଦୈନନ୍ଦିନ ନିତ୍ୟକର୍ମ କରେ ଠିକ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ନିତ୍ୟକର୍ମ କରି କରିଥାନ୍ତି । ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭୋଜନ ପ୍ରିୟ । ସାରା ବିଶ୍ବ ବ୍ରହ୍ମାଣ୍ଡରେ ତାଙ୍କ ଭଳି ବିଭିନ୍ନ ରକମର ଭଳିକି ଭଳି ଭୋଜନ କେହି କରନ୍ତି ନାହିଁ ।

ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି

ତେବେ ଅନ୍ୟ ଦିନ ଅପେକ୍ଷା କାର୍ତ୍ତିକ ମାସରେ ମହାପ୍ରଭୁ ଅଧିକ ଭୋଜନ କରନ୍ତି ବୋଲି କୁହାଯାଏ । ଏହି ସମୟରେ ସ୍ବତନ୍ତ୍ର ବାଳ ଭୋଗ ନୀତି ହୋଇ ଥାଏ । ପରେ ଭୋଗ ମଣ୍ଡପ, ମଧ୍ୟାହ୍ନ ଧୂପ ଆଦି ଅନୁଷ୍ଠିତ ହୋଇଥାଏ । ଏଣୁ ଦିନରେ ମହାପ୍ରଭୁର ପହୁଡ଼ ହୁଏ । ଯାହାକୁ ଦିବା ପହୁଡ଼ ବୋଲି କୁହାଯାଏ । ବିଶେଷ କାର୍ତିକ ମାସରେ ଦିବା ପହୁଡ଼ ନୀତି ମଧ୍ୟାନ ଧୂପ ପରେ ହୋଇଥାଏ । ଏହା ପରେ ମହାପ୍ରଭୁ ବିଶ୍ରାମ ନେଇଥାନ୍ତି । ଏହି ନୀତି ପରେ ସନ୍ଧ୍ୟା ଆଳତି , ସନ୍ଧ୍ୟା ଧୂପ ସହ ଅନ୍ୟାନ୍ୟ ନୀତି ବଢି ରାତ୍ର ପହୁଡ଼ ହୋଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.