ପୁରୀ: ବିଧାନସଭାରେ ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନାର ସଂକଳ୍ପ ସର୍ବସମ୍ମତ ଭାବେ ଗୃହୀତ ହୋଇଛି । ତେବେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୀଳାଦ୍ରି ଭକ୍ତ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଏଥିରେ ଶ୍ରୀମନ୍ଦିରର ସମସ୍ତ ନିଯୋଗ ସେବାୟତଙ୍କ ସମେତ ଜିଲ୍ଲାପାଳ ଉପସ୍ଥିତ ଥିଲେ ।
ତେବେ ବିଧାନସଭା ସର୍ବସମ୍ମତି ଭାବେ ଶ୍ରୀମନ୍ଦିର ଐତିହ କରିଡର ଯୋଜନା ଗୃହୀତ ପରେ ସେବାୟତ ମାନେ ଖୁସି ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସାରା ବିଶ୍ୱରେ ଏହି ପ୍ରକଳ୍ପ ପରେ ନିଶ୍ଚିତ ପୁରୀର ଆହୁରି ଗୌରବ ବଢିବ । ପୁରୀ ବାସୀନ୍ଦା ଏହି ଯୋଜନାକୁ ସହଯୋଗ କରିଛନ୍ତି, ଏହା ନିଶ୍ଚିତ ସଫଳ ହେବ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ଦୃତ ଗତିରେ ସମାପନ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ