ETV Bharat / state

ମହାଦେବଙ୍କ ବେଶରେ ଶ୍ରୀମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି, ଅସନ୍ତୋଷ ଭକ୍ତ - Begging With Lord Shivas Attire

ଶିବଙ୍କ ବେଶ ଧାରଣ କରି ଶ୍ରୀମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରୁଛନ୍ତି ବ୍ୟକ୍ତି । ଏନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଅଧିକ ପଢନ୍ତୁ

ମହାଦେବଙ୍କ ବେଶରେ ଶ୍ରୀମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି

author img

By

Published : Oct 22, 2022, 11:18 AM IST

ପୁରୀ: ପୂର୍ବରୁ ଅନେକ ଥର ହିନ୍ଦୁ ଦେବାଦେବୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ଅପମାନ କରାଯାଇଥିବା ବେଳେ ଆଧ୍ୟାତ୍ମିକ ନଗରୀ ଜଗନ୍ନାଥ ଧାମ୍ ପୁରୀରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ମହାପ୍ରଭୁ ଶିବଙ୍କ ବେଶ ଧାରଣ କରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଭିକ୍ଷାବୃତ୍ତି(Begging With Lord Shivas Attire) କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଅମର କିଶୋର କର୍ମକାର ମହାଦେବଙ୍କ ବେଶ ଧାରଣ କରି ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଅଭିନବ ଉପାୟରେ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି ।

ମହାଦେବଙ୍କ ବେଶରେ ଶ୍ରୀମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି

ଏହା ମଧ୍ୟ ପଢନ୍ତୁ: 5G ଅପଗ୍ରେଡ୍ ଆଳରେ ଆସୁଛି କି ଫେକ୍ କଲ ? ସତର୍କ କରାଇଲା ସୂଚନା ଓ ଲୋକସମ୍ପର୍କ ବିଭାଗ

ତେବେ ଏଭଳି ବେଶ ଧାରଣ କରିବା ଦ୍ବାରା ଲୋକେ ତାଙ୍କୁ ଭିକ୍ଷା ଦେଉଥିବା ବେଳେ ପ୍ରତିଦିନ ୫ଶହ ଟଙ୍କା ମିଳିଯାଏ ବୋଲି ଏହି ଶିବ ବେଶଧାରୀ ବ୍ୟକ୍ତି ଜଣକ କହିଛନ୍ତି । ତେବେ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ଢାଲ କରି ଏଭଳି ଭିକ୍ଷା ବୃତ୍ତି କରିବା କେତେଦୂର ଠିକ୍ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ବଡ଼କଥା ହେଉଛି ଶ୍ରୀମନ୍ଦିର ସମ୍ମୁଖରେ ମାଳ ମାଳ ପୋଲିସ କର୍ମଚାରୀ ଥିବାବେଳେ ସମ୍ପୃକ୍ତ ବ୍ୟକ୍ତି ଜଣକ ହିନ୍ଦୁ ଧର୍ମକୁ ଏଭଳି ଅପମାନ କରୁଥିବାରୁ ପୋଲିସ କାହିଁକି ଆକ୍ସନ ନେଉନାହିଁ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଅନେକ ଥର ହିନ୍ଦୁ ଦେବାଦେବୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ଅପମାନ କରାଯାଇଥିବା ବେଳେ ଆଧ୍ୟାତ୍ମିକ ନଗରୀ ଜଗନ୍ନାଥ ଧାମ୍ ପୁରୀରେ ଏଭଳି ଶିବ ବେଶ ଧାରଣ କରି ଭିକ୍ଷା ବୃତ୍ତି କରିବା ଠିକ୍ ନୁହେଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ଭକ୍ତ ।

ଏହା ମଧ୍ୟ ପଢନ୍ତୁ: ୮୦ ବର୍ଷୀୟ ବୃଦ୍ଧାଙ୍କ ବଦାନ୍ୟତା, ଭିକ୍ଷାବୃତ୍ତି କରି ମନ୍ଦିରକୁ ଦାନ କଲେ ଲକ୍ଷେ ଟଙ୍କା

ଏନେଇ ଶିବ ବେଶଧାରୀ ଅମର କିଶୋର କର୍ମକାର କହିଛନ୍ତି ଯେ," ମହାଦେବଙ୍କ ବେଶକୁ ଦେଖି ଦାନ କରିବେ ବୋଲି ଏହି ବେଶ ଧାରଣ କରିଛି । ଯିଏ ଯାହା ଦାନ କରୁଛନ୍ତି ସେଥିରେ ମୁଁ ଖୁସି । ପ୍ରତିଦିନ ପ୍ରାୟ ୩୦୦ ରୁ ୫୦୦ ଟଙ୍କା ଆଦାୟ ହେଉଛି । ମୋର ସ୍ତ୍ରୀ ଛୁଆ ସମସ୍ତେ ଅଛନ୍ତି । ମୋତେ ଟିକେ ବି ଅପମାନ ହେଲା ଭଳି ମନେ ହେଉନାହିଁ । କାରଣ ବାବା ମହାଦେବ ମଧ୍ୟ ଭିକାରୀ ଥିଲେ । ଭକ୍ତି ବଳରେ ଯିଏ ଯାହା ଦାନକଲେ ସେତିକିରେ ମୁଁ ଖୁସି ।"

ଇଟିଭି ଭାରତ, ପୁରୀ

For All Latest Updates

TAGGED:

puri news
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.