ETV Bharat / state

ଶ୍ରାବଣ ଶେଷ ସୋମବାର, ପ୍ରଭୁ ଲୋକନାଥଙ୍କୁ ଜଳ ଲାଗି କଲେ ହଜାର ହଜାର କାଉଡ଼ିଆ

author img

By ETV Bharat Odisha Team

Published : Aug 28, 2023, 1:38 PM IST

ଶ୍ରାବଣ ମାସର ଶେଷ ସୋମବାର । ପୁରୀର ଶ୍ରୀଲୋକନାଥ ମନ୍ଦିରରେ ଜଳଲାଗି ପାଇଁ କାଉଡିଆଙ୍କ ଭିଡ । ଗତରାତି ପ୍ରାୟ ୧୨ଟା ଠାରୁ ଶ୍ରୀଲୋକନାଥଙ୍କ ନିକଟରେ ଚାଲିଛି ଜଳଲାଗି । ଅଧିକ ପଢନ୍ତୁ

ଶ୍ରାବଣ ମାସର ଶେଷ ସୋମବାର
ଶ୍ରାବଣ ମାସର ଶେଷ ସୋମବାର
ଶ୍ରାବଣ ମାସର ଶେଷ ସୋମବାର

ପୁରୀ: ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ପୁରୀର ଶ୍ରୀଲୋକନାଥ ମନ୍ଦିରରେ ଜଳଲାଗି ପାଇଁ କାଉଡିଆଙ୍କ ଭିଡ । କିଏ କଟକ ଗଡଗଡିଆ ଘାଟରୁ ପାଣି ଉଠାଇ ଆସିଛି ତ ଆଉ କିଏ ଚନ୍ଦନପୁର ଭାର୍ଗବୀରୁ ପାଣି ଉଠାଇ ଆସିଛି । ଗତରାତି ପ୍ରାୟ ୧୨ଟା ଠାରୁ ଶ୍ରୀଲୋକନାଥଙ୍କ ନିକଟରେ ଚାଲିଛି ଜଳଲାଗି । ନିର୍ଦ୍ଧାରିତ ୧୦ ଟଙ୍କାର ଟିକେଟ କାଟି କାଉଡିଆ ମାନେ ମହାପ୍ରଭୁଙ୍କ ନିକଟରେ ଜଳଲାଗି କରିଛନ୍ତି ।

ତେବେ ଶ୍ରାବଣ ମାସ ସୋମବାରରେ ଶ୍ରୀକ୍ଷେତ୍ର ଆସିଲେ ଭକ୍ତଙ୍କୁ ତିନୋଟି ପୂଣ୍ୟ ମିଳିଥାଏ । ଲୋକନାଥଙ୍କ ନିକଟରେ ଜଳଲାଗି ଓ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ମହୋଦଧିରେ ବୁଡ ପକାଇବାର ସୁଯୋଗ । ଏଥିଲାଗି ଶ୍ରୀକ୍ଷତ୍ରକୁ ପାଣିଭାର ନେଇ ଆସିବାକୁ କାଉଡିଆ ଭକ୍ତମାନେ ପ୍ରାଥମିକତା ଦେଇଥାନ୍ତି । ଏନେଇ ଶୃଙ୍ଖଳିତ ଦର୍ଶନ ସହିତ ଜଳଲାଗି ପାଇଁ ଟ୍ରଷ୍ଟ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। କାଉଡିଆମାନେ ପାଣିଭାର ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି କାଉଡିଆମାନେ ମନ୍ଦିରକୁ ପ୍ରବେଶ ପାଇଁ ରୋଷଶାଳା ପଛପଟେ ବ୍ୟାରିକେଡ କରାଯାଇଛି । ଟିକେଟ କାଟି ପ୍ରବେଶ କରିବେ ଓ ମୁଖ୍ୟଦ୍ୱାର ଦେଇ ପ୍ରସ୍ଥାନ କରିବେ।

ସେହିପରି ସାଧାରଣ ଭକ୍ତଙ୍କ ପାଇଁ ମଧ୍ୟ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ମଳମାସ ଯୋଗୁଁ କାଉଡିଆ ଭକ୍ତଙ୍କ ପାଇଁ ଟିକେ ସମସ୍ୟା ଥିଲେ ମଧ୍ୟ ଶ୍ରାବଣ ମାସର ଶେଷ ସୋମବାରରେ ବେଶ୍ ଉତ୍ସାହିତ ଭକ୍ତ। ସେପଟେ ହଜାର ହଜାର ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏସପି ଡକ୍ଟର କନୱର ବିଶାଲ ସିଂଙ୍କ ନିର୍ଦ୍ଦେଶରେ ଜଣେ ଅତିରିକ୍ତ ଏସପି, ଡିଏସପି, ୮ଜଣ ଇନିସପେକ୍ଟରଙ୍କ ସହ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଶ୍ରାବଣ ଶେଷ ସୋମବାର, ଚଳଚଞ୍ଚଳ ଖୋର୍ଦ୍ଧାର ପ୍ରମୁଖ ଶୈବପୀଠ

ସେହିପରି ଖୋର୍ଦ୍ଧାର ବିଭିନ୍ନ ଶୈବପୀଠରେ ମଧ୍ୟ ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡିଆ । ଖୋର୍ଦ୍ଧା ଗୁରୁଜଙ୍ଗର ଧବଳେଶ୍ବର, ବାଘମାରି ହଟକେଶ୍ୱର ଦେବ,ବାଙ୍କୋଇ ତାରେଶ୍ୱର ଦେବ, ଗଁପୁରର ସୋମନାଥ ଦେବ,ଗୋଡା ଲୋକନାଥ ଦେବଙ୍କ ପବିତ୍ର ପୀଠରେ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ସୋମବାର ଦିନ ବ୍ରତ ପାଳନ କଲେ ତୁରନ୍ତ ଫଳ ପ୍ରାପ୍ତ ହୋଇଥାଏ । ବର୍ଷକ 12 ମାସ ମଧ୍ୟରେ ଶ୍ରାବଣ ମାସ ପବିତ୍ର ମାସ । ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ । ଶ୍ରାବଣ ମାସରେ ବିଧି ବିଧାନ ଅନୁସାରେ ଭଗବାନ ଶିବଙ୍କୁ ପୂଜା କରାଯାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.