ETV Bharat / state

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼, ପଦାରେ ପଡ଼ିଲା ପ୍ରଶାସନର ଅବ୍ୟବସ୍ଥା

Devotees facing in puri: ଚକା ଆଖିକୁ ଦେଖିବା ପାଇଁ ପୁରୀରେ ବଢୁଛି ଭିିଡ଼ । ବ୍ୟରିକେଡ଼ ପାଇଁ ବଢୁଛି ଆସନ୍ତୋଷ । ମନ୍ଦିର କିମ୍ବା ବେଳାଭୂମିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ରାଜ୍ୟ ବାହାର ପର୍ଯ୍ୟଟକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 28, 2023, 10:59 PM IST

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ , ପଦାରେ ପଡ଼ିଲା ପ୍ରଶାସନର ଅବ୍ୟବସ୍ଥା

ପୁରୀ: ମହାପ୍ରଭଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଦାଳୁଙ୍କ ଅସମ୍ଭାଳ ଭିଡ଼ ବଢିବାରେ ଲାଗିଛି । ଆଗକୁ ନୁଆଁ ବର୍ଷ ଆସୁଥିବାରୁ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମଳିଛି । ଚଲିତ ବର୍ଷ କିଭିଳି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ସେନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି । ଆଗକୁ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପର ଶୁଭାରମ୍ଭ ଉତ୍ସାବ ରାର୍ଯ୍ୟକ୍ରମ ରହିଥିବା ବେଳେ ଆହୁରୀ ପର୍ଯ୍ୟଟକଙ୍କ ଭିଡ଼ ବଢିବା ଆଶଙ୍କା କରାଯାଉଛି ।ଏହାରି ଭିତରେ ପର୍ଯ୍ୟଟକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ଅଭିଯୋଗ ହୋଇଛି । ମନ୍ଦିରରେ ଦର୍ଶନ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଟରେ ଛିଡା ହେବାକୁ ପଡୁଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବ୍ୟାରିକେଡ ବ୍ୟବସ୍ଥା ପାଇଁ ବହୁ କଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି ଭକ୍ତ ।

ତେବେ ଓଡ଼ିଶା କାହିକିଁ ଦେଶ ତଥା ବିଦେଶରୁ ମଧ୍ୟ ଅନେକ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଟିକେ ଝଲକ ପାଇବା ପାଇଁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ନଥିବା ଦେଖିବାକୁ ମଳିଛି । ପର୍ଯ୍ୟଟଙ୍କ ପାଇଁ ପାନୀୟ ଜଳ ହେଉ କି ଟଏଲେଟ୍ ବ୍ୟବସ୍ଥାର ସୁ ବନ୍ଦୋବସ୍ଥ କରାଯାଇନଥିବାରୁ ଅଭିଯୋଗ ହୋଇଛି । ଭକ୍ତଙ୍କ ପାଇଁ ଅଧିକ ସୁବିଧା କରିବା ପାଇଁ ଦାବି ହୋଇଛି । ବିଶେଷ କରି ବାରିକେଡରେ ଦୀର୍ଘ ସମୟ ଧରି ଭକ୍ତଙ୍କୁ ଠିଆ କରାଇବା ଏବଂ ଟଏଲେଟ୍ ବ୍ୟବସ୍ଥା ନ ରହିବା ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ବାହାର ପର୍ଯ୍ୟଟକ ।

ଏହା ମଧ୍ୟ ପଢନ୍ତୁ .....ଶ୍ରୀକ୍ଷେତ୍ରରେ ଜମିବ ନୂଆବର୍ଷ ଭିଡ଼, ପ୍ରସ୍ତୁତ ପୋଲିସ ପ୍ରଶାସନ

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସିଂହ ଦ୍ଵାରରେ ଟଏଲେଟ୍ ବ୍ୟବସ୍ଥା ନ ରହିବା ପରିକ୍ରମା ପ୍ରକଳ୍ପ କରି କଣ ଲାଭ ବୋଲି ଶ୍ରଦ୍ଦାଳୁ ପ୍ରଶ୍ନ କରିଛନ୍ତି ।ଏହାସହ ପୁରୀକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ବେଳାଭୂମି । ପର୍ଯ୍ୟଟକ ଏଠାରେ ସମୁଦ୍ର ସ୍ନାନ କରିବା ସହ ବେଳାଭୂମିର ମଜାନେବାକୁ ପସନ୍ଦ କରିଥାନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ଟଏଲେଟର ବ୍ୟବସ୍ଥା ନାହିଁ । ଫଳରେ ପର୍ଯ୍ୟଟକ ମାନେ ଟଏଲେଟ ପାଇଁ ନାହଁ ନଥିବା ଅସୁବିଧା ଭୋଗୁଛନ୍ତି ।

ଅନ୍ୟପେଟେ ପ୍ରଶାସନ ପକ୍ଷରୁ ଦିଗବାରେଣି ଛକ ଠାରେ ମାତ୍ର ଗୋଟିଏ ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା କରାଯାଇଛି । ହେଲେ ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ଏହା କିଭଳି ବ୍ୟବହାର ହେବ ସେନେଇ ପ୍ରଶ୍ନ ଉଠିଛି । ବିଚ୍ ରେ ଏକାଧିକ ଟଏଲେଟ୍ ବ୍ୟବସ୍ଥା କରାଯିବା ପାଇଁ ଦାବି ଉଠିଛି । ଅନ୍ୟପଟେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ପୁରୀ ସହରରେ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଦୁଇ ଦିନ ଆଗରୁ ବିଚ୍ ଏରିୟାରେ ଗୋଟିଏ ଟଏଲେଟ ଖୋଲାଯାଇଛି । ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ , ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.