ETV Bharat / state

ପର୍ଯ୍ୟଟକଙ୍କୁ ଶୋଷଣ କରୁଛନ୍ତି ଅସାଧୁ ବସ ମାଲିକ, କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ ବସଷ୍ଟାଣ୍ଡ ରେ ଭକ୍ତ ଓ ପର୍ଯ୍ୟଟକଙ୍କୁ ଶୋଷଣ କରୁଛନ୍ତି ଅସାଧୁ ବସ ମାଲିକ। ଏନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

tourists facing problem in puri bus stand

author img

By

Published : Feb 1, 2023, 4:29 PM IST

tourists facing problem in puri bus stand

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଏବଂ ପର୍ଯ୍ୟଟକ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି । ଲୋକଙ୍କ ଯାତାୟତର ମୁଖ୍ୟ ମାଧ୍ୟମ ହେଉଛି ବସ୍ । ହେଲେ ଦୁର୍ଭାଗ୍ୟର ବିଷୟ ଯାତ୍ରୀ ଓ ଭକ୍ତଙ୍କୁ ଶୋଷଣ କରୁଛନ୍ତି କିଛି ବସ୍ ମାଲିକ । ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ହୋଇଥିବା ବସ୍ ଭଡ଼ା ଠାରୁ ଯଥେଷ୍ଟ ଅଧିକ ଭଡ଼ା ନେଉଛନ୍ତି ବସ୍ କର୍ମଚାରୀ । ପ୍ରଶାସନର‌ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବସ୍‌ଗୁଡ଼ିକରେ ଯାତ୍ରୀମାନଙ୍କ ଅବଗତ ପାଇଁ ଲାଗି ପାରୁନାହିଁ ଦର ତାଲିକା । ଫଳରେ ହଜାର ହଜାର ଭକ୍ତ ଓ ଯାତ୍ରୀ ଭଡା ବିଷୟରେ ସଚେତନ ନଥିବାରୁ ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଛି ।

କେତେକ ବସ୍ କର୍ମଚାରୀ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେଉଥିବା ବେଳେ ଏହାର ପ୍ରତିବାଦ କଲେ ଦୁର୍ବ୍ୟବହାରର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏବଂ ଯାତ୍ରୀମାନଙ୍କ ଏଭଳି ଅବ୍ୟବସ୍ଥାକୁ ନେଇ ଭକ୍ତ ଓ ଯାତ୍ରୀ ପ୍ରଶାସନକୁ ସିଧାସଳଖ ଦୋଷୀ କରିଛନ୍ତି। ସ୍କ୍ୱାର୍ଡ ମାଧ୍ୟମରେ ବିଭିନ୍ନ ବସ୍ ଗୁଡ଼ିକୁ ନିୟମିତ ଯାଞ୍ଚ କରାଯାଇ ଯାତ୍ରୀଙ୍କୁ ଶୋଷଣ କରୁଥିବା ବସ୍ ଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅନେକ ଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଇତି ମଧ୍ୟରେ ଏବେ ପୁରୀ ବସଷ୍ଟାଣ୍ଡର ଅନେକ ଗୁଡ଼ିଏ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ ହୋଇଛି। ଯାତ୍ରୀ ସୂଚନା କେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା, ବିଶ୍ରାମ ଗାର, ଦର ତାଲିକା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯାଇଛି । ବିଭିନ୍ନ ରୁଟ୍‌କୁ ଯାଉଥିବା ବସ୍ ପାଇଁ ସ୍ବତନ୍ତ୍ର ଟ୍ରାକ୍ ବସଷ୍ଟାଣ୍ଡରେ କରାଯାଇଛି । ତେବେ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ମଧ୍ୟ ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଭଡ଼ା ନେଉଥିବା ବସ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କିନ୍ତୁ ନିଆଯାଇ ପାରୁନାହିଁ । ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହାକୁ ଗୁରୁତର ଭାବେ ନେଇଛନ୍ତି । ଖୁବଶୀଘ୍ର ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ହେଲେ କିଛି ଅସାଧୁ ବସ୍ ମାଲିକଙ୍କ ମନମାନି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଭକ୍ତ ଓ ଯାତ୍ରୀ । ତେବେ ଏଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ବେଳେ କେତେ ଶୀଘ୍ର ଏହା କାର୍ଯ୍ୟକାରୀ ହେଉଛି ତାକୁ ଏବେ ସମସ୍ତଙ୍କ ଅପେକ୍ଷା ।‌

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.