ETV Bharat / state

କାକଟପୁର ମା' ମଙ୍ଗଳାଙ୍କ ପୀଠରେ ଷୋଡଶ ପୂଜା, ଦହି ପଖାଳ ଭୋଗ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ - ମଙ୍ଗଳା ମନ୍ଦିରରେ ଷୋଡ଼ଶ ପୂଜା

ରାଜ୍ୟର ସମସ୍ତ ଶକ୍ତି ପୀଠରେ ଶାରଦୀୟ ପୂଜା ଜାରି ରହିଛି । ଏହି କ୍ରମରେ ପୁରୀ ଜିଲ୍ଲା କାକଟପୁରରେ ମଧ୍ୟ ମା' ମଙ୍ଗଳାଙ୍କ ପୀଠରେ ଚାଲିଛି ଷୋଡ଼ଶ ପୂଜା । ଅଧିକ ପଢ଼ନ୍ତୁ...

ଷୋଡ଼ଶ ପୂଜାର କାକଟପୁର ମାଆ ମଙ୍ଗଳାଙ୍କ ପୀଠ ଚଳଚଞ୍ଚଳ

author img

By

Published : Oct 12, 2021, 10:38 PM IST

ପୁରୀ: ରାଜ୍ୟର ସମସ୍ତ ଶକ୍ତି ପୀଠରେ ଶାରଦୀୟ ପୂଜା ଜାରି ରହିଛି । ଏହି କ୍ରମରେ ପୁରୀ ଜିଲ୍ଲା କାକଟପୁରରେ ମଧ୍ୟ ମା' ମଙ୍ଗଳାଙ୍କ ପୀଠରେ ଚାଲିଛି ଷୋଡ଼ଶ ପୂଜା । ଅଧିଷ୍ଠାତୀ ଦେବୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ମା'ଙ୍କ ନିକଟରେ ସ୍ଵତନ୍ତ୍ର ରୀତିନୀତିରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ଏବେ ପ୍ରତିଦିନ ମା'ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଜମୁଛି ।

ଷୋଡ଼ଶ ପୂଜାର କାକଟପୁର ମାଆ ମଙ୍ଗଳାଙ୍କ ପୀଠ ଚଳଚଞ୍ଚଳ

ବର୍ଷ ତମାମ ଏଠାରେ ମା' ପଞ୍ଚ ଉପଚାରରେ ପୂଜା ପାଉଥିବାବେଳେ ପାର୍ବଣ ସମୟରେ 16 ଦିନ ଷୋଡଶ ଉପଚାରରେ ପୂଜା ପାଆନ୍ତି । ଏଥିପାଇଁ ସଙ୍କଳ୍ପିତ ପୂଜାପଣ୍ଡା ଅତି ନିଷ୍ଠାର ସହିତ ମା'ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ସମୟରେ ମା'ଙ୍କ ପାଖରେ 16 ପ୍ରକାର ଭୋଗ ଲାଗି ମଧ୍ୟ କରାଯାଇଥାଏ । ଏହି ସମୟରେ ଦେବୀ ମା' ଲାଲିକଲି ବେଶ, କଳାକଳିବେଶ, ସିଂହବାହିନୀ ବେଶ, କାପ୍ତିଖପର, ତୀରକମାଣ, ଦୁର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ଏହି ସମୟରେ ମା'ଙ୍କ ଗୁପ୍ତ ପୂଜା କରାଯାଇଥାଏ । ଏହାଛଡା ମା'ଙ୍କ ପାଖରେ ଦହି ପଖାଳ ଭୋଗ ଲାଗି ହୋଇଥାଏ । ଏଥିପାଇଁ ଦୈନନ୍ଦିନ ଶତାଧିକ ଶ୍ରଦ୍ଧାଳୁ ମା'ଙ୍କ କରୁଣା ଲାଭ କରିବାକୁ ଏହି ପୀଠକୁ ଆସିଥାନ୍ତି । ଏଠାରେ ମା'ଙ୍କୁ ଦର୍ଶନ କଲେ ମାଙ୍କର ଅପାର କରୁଣା ଲାଭ ହେଉଥିବା ନେଇ ମନ୍ଦିର ସେବାୟତ କହିଛନ୍ତି । ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ମଧ୍ୟରେ ମା'ଙ୍କର ଆଶିଷ ଲାଭ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.