ETV Bharat / state

ସୁନାବେଶ ଦର୍ଶନ ବେଳେ ଅଣନିଶ୍ବାସୀ ହୋଇ ଯୁବତୀ ମୃତ - ସୁନାବେଶ ବେଳେ ଶ୍ରଦ୍ଧାଳୁ ମୃତ

ସୁନାବେଶ ଦର୍ଶନ କରିବାକୁ ଆସିଥିବା ବେଳେ ଅଣନିଶ୍ବାସୀ ହୋଇ ଯୁବତୀ ମୃତ । ଅଧିକ ପଢନ୍ତୁ

ସୁନାବେଶ ଦର୍ଶନ ବେଳେ ଅଣନିଶ୍ବାସୀ ହୋଇ ଯୁବତୀ ମୃତ

author img

By

Published : Jun 30, 2023, 11:13 AM IST

ପୁରୀ: ଶ୍ରୀଜିଉଙ୍କ ସୁନାବେଶ ସମୟରେ ଶ୍ରୀକ୍ଷେତ୍ରରେ ଅଘଟଣ । ମହାପ୍ରଭୁଙ୍କ ସୁନାବେଶ ଦେଖୁ ଦେଖୁ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ । ଗତକାଲି(ଗୁରୁବାର) ରଥାରୂଢ ଠାକୁରଙ୍କ ସୁନାବେଶ ଦର୍ଶନ କରିବାକୁ ଆସିଥିବା ବେଳେ ପ୍ରବଳ ଭିଡ ଯୋଗୁଁ ଜଣେ ଶ୍ରଦ୍ଧାଳୁ ହଠାତ୍ ଅଚେତ୍‌ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ହେଉଛନ୍ତି କଟକ ସାଲେପୁର ଅଞ୍ଚଳର ଯୁବତୀ ସଂଘମିତ୍ରା ବାରିକ । ସୁନାବେଶ ଦର୍ଶନ ପାଇଁ ସେ ପରିବାର ଓ ସମ୍ପର୍କୀୟଙ୍କ ସହ ପୁରୀ ଆସିଥିଲେ । ତେବେ ପ୍ରବଳ ଭିଡରେ ଅଣନିଶ୍ବାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ: ଫୁଲ ତୋଳିବାକୁ ଯାଇ ପାଇଖାନା ଟାଙ୍କିରେ ଖସି ପଡିଲେ ମହିଳା, ଚାଲିଗଲା ଜୀବନ

ସୂଚନା ଅନୁସାରେ, ଗୁରୁବାର ମହାପ୍ରଭୁଙ୍କ ସୁନାବେଶ ଥିଲା । ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ସାଲେପୁରର ସଂଘମିତ୍ରା ମଧ୍ୟ ସପରିବାର ଓ ସମ୍ପର୍କୀୟଙ୍କ ସହ ପୁରୀ ଆସିଥିଲେ । ସମସ୍ତେ ସୁନାବେଶ ଦର୍ଶନ କରିଥିଲେ । ଦର୍ଶନ ସାରି ପ୍ରବଳ ଭିଡ ଭିତରେ ବାହାରକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀ ଅଣନିଶ୍ବାସୀ ହୋଇଯାଇଥିଲେ । ସେ ଅଚେତ୍‌ ହୋଇଯିବାରୁ ମାଉସୀ ପୁଅ ରାଜେନ୍ଦ୍ର ବାରିକ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ଅଣନିଶ୍ବାସୀ ହୋଇଯିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । ତେବେ ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ସଂଘମିତ୍ରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ହସଖୁସିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଯୁବତୀଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅଧୁରା ରହିଗଲା ମହାପ୍ରଭୁଙ୍କ ଦର୍ଶନ, ରାସ୍ତାରେ ଭକ୍ତଙ୍କ ଉଡିଗଲା ପ୍ରାଣବାୟୁ

ପ୍ରକାଶ ଥାଉକି, ଏହାପୂର୍ବରୁ ପୁରୀ ସଦର ସମଗରାରୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଦେଖିବାକୁ ସାଇକେଲରେ ଆସୁଥିବା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣେ ଦିନ ମଜୁରିଆ ଥିଲେ ତାଙ୍କ ନାମ ଦୁଃଶାସନ ଭୋଇ । ସେ ନଡିଆ, ଫୁଲ, ଚନ୍ଦନ ନେଇ ମହାପ୍ରଭୁଙ୍କ ଅର୍ପଣ କରିବାକୁ ଆସୁଥିଲେ । ହେଲେ ବାଟରେ ସାଇକେଲରୁ ପଡିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.