ପୁରୀ: ଗୁଣ୍ଡିଚା ମନ୍ଦିରରେ ଅଘଟଣ । ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ସାରି ଫେରିବା ପରେ ଭକ୍ତଙ୍କ ମୃତ୍ୟୁ ଘଟିଛି । ନବମୀ ସନ୍ଧ୍ୟା ଦର୍ଶନ ହିଁ ତାଙ୍କ ପାଇଁ ଶେଷ ଦର୍ଶନ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ ।
ଏହା ମଧ୍ୟ ପଢ଼ନ୍ତୁ: ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ଜମିଲା ଲକ୍ଷାଧିକ ଭକ୍ତଙ୍କ ଭିଡ଼
ସୂଚନା ଅନୁଯାୟୀ, ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଲକ୍ଷ୍ମୀଧର ଖୁଣ୍ଟିଆ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ସେଠାରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଘରକୁ ଫେରୁଥିଲେ । ଏହି ସମୟରେ ଲକ୍ଷ୍ମୀଧର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ଗୁରତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଲକ୍ଷ୍ମୀଧରଙ୍କ ମୃତ୍ୟୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ଲାଗିଲା କାଳିଆ ଡୋରି; ନାକରେ ଅକ୍ସିଜେନ ଲଗାଇ ଦର୍ଶନ ପାଇଁ ଆସିଲେ ମହିଳା
ଆଡ଼ପ ମଣ୍ଡପରେ ଆଜି ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇବା ଲାଗି ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶେଷ ଦିନରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦେଶ ଦର୍ଶନ ପାଇ ଭକ୍ତମାନେ କୃତ୍ୟ କୃତ୍ୟ ହୋଇଛନ୍ତି । ବହୁ ଦୂରରୁ ଆସିଥିବା ଭକ୍ତମାନେ ମହାପ୍ରଭୁଙ୍କ ଟିକେ ଝଲକ ପାଇଁ ବେଶ ଆନନ୍ଦିତ ହୋଇଥିବା ବେଳେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।
ପୁରାଣ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦଶ ବର୍ଷ ଦର୍ଶନ କରିବା ଯେତିକି ପୁଣ୍ୟ ମିଳିଥାଏ ଆଡ଼ପ ମଣ୍ଡପରେ ଗୋଟିଏ ଥର ଦର୍ଶନ କରିବା ସମାନ ଫଳ ମିଳିଥାଏ । ସେପଟେ ଆଜି ସନ୍ଧ୍ୟା ଦର୍ଶନକୁ ସଙ୍କୁଚିତ କରାଯାଇଛି । ଅପରାହ୍ନ ୫ଟା ଯାଏଁ ସନ୍ଧ୍ୟା ଦର୍ଶନକୁ ସୀମିତ ରଖାଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଥିବାରୁ ଏହା ପୂର୍ବରୁ ସେନାପଟା ଲାଗି, ଚାର ମାର ଲାଗି ରହିଛି । ଏହା ୮ ଘଣ୍ଟା ଧରି ଚାଲିବ। ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ସମୟ ଅବଧି ଖୁବ କମ ରହିଛି । ଏଣୁ ସନ୍ଧ୍ୟା ୫ଟା ଯାଏଁ ଦର୍ଶନ ବ୍ୟବସ୍ଥା ହୋଇଛି । ତେବେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଭକ୍ତଙ୍କ ପାଇଁ ଗର୍ଭଗୃହରୁ ଦର୍ଶନ ବନ୍ଦ କରାଯାଇଛି ।
ଇଟିଭି ଭାରତ, ପୁରୀ