ETV Bharat / state

ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ବ୍ୟବସ୍ଥା ପାଇଁ ଭକ୍ତଙ୍କ ଦାବି

author img

By

Published : Jul 8, 2023, 10:22 PM IST

ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ହେଉନି କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା । ଏନେଇ ଦ୍ଵିତୀୟ ଥର ପାଇଁ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ସେପଟେ ତୁରନ୍ତ ଏନେଇ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଭକ୍ତ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ବ୍ୟବସ୍ଥା ପାଇଁ ଭକ୍ତଙ୍କ ଦାବି
ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ବ୍ୟବସ୍ଥା ପାଇଁ ଭକ୍ତଙ୍କ ଦାବି
ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ବ୍ୟବସ୍ଥା ପାଇଁ ଭକ୍ତଙ୍କ ଦାବି

ପୁରୀ: ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା କରାନଯିବାରୁ ଦ୍ଵିତୀୟ ଥର ପାଇଁ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ଶୁକ୍ରବାର ବିଚାରପତି ଜଷ୍ଟିସ୍ ବିଶ୍ଵନାଥ ରଥ ମାମଲାର ଶୁଣାଣି କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କୁ ନୋଟିସ୍ କରିଛନ୍ତି । ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ପ୍ରତିପକ୍ଷମାନେ ସେମାନଙ୍କ ଜବାବ ରଖିବେ । ଜିତେନ୍ଦ୍ର କୁମାର ବିଶ୍ଵାଳ ନାମକ ଜଣେ ଦିବ୍ୟାଙ୍ଗଙ୍କ ପକ୍ଷରୁ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ଵରରେ ରହୁଥ‌ିବା ଜିତେନ୍ଦ୍ର କୁମାର ବିଶ୍ଵାଳ ଅଦାଲତଙ୍କୁ ଅବଗତ କରିଥିଲେ ଯେ ସେ ଜଣେ ଶତପ୍ରତିଶତ ଦିବ୍ୟାଙ୍ଗ । ସେ ଅନେକ ଥର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଛନ୍ତି । କିନ୍ତୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିରରେ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନଥିବାରୁ ତାଙ୍କୁ ଦର୍ଶନ କରିବାରେ ଅନେକ ସମସ୍ୟା ହୋଇଥାଏ । ଦେଶର ଅନେକ ମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । କିନ୍ତୁ ଏଯାବତ ଶ୍ରୀମନ୍ଦିରରେ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ । ଏନେଇ ଅଦାଲତ ଶୁଣାଣି କରି ଶ୍ରୀମନ୍ଦିର ପ୍ରଶାସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆନଯିବାରୁ ଆବେଦନକାରୀ ପ୍ରଥମେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ଅଦାଲତଙ୍କ ଆଦେଶର ମାସକ ମଧ୍ୟରେ ପଦକ୍ଷେପ ନେବାକୁ ହାଇକୋର୍ଟ ପ୍ରତିପକ୍ଷଙ୍କୁ ପୁଣି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ବେ କୌଣସି ପଦକ୍ଷେପ ନନେବାରୁ ଆବେଦନକାରୀ ଦ୍ବିତୀୟ ଥର ପାଇଁ ଏହି ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ବ୍ୟବସ୍ଥା ପ୍ରସଙ୍ଗ: ଗଜପତି, ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ନୋଟିସ୍‌

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ଏବଂ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ମାମଲା ପରିଚାଳନା କରୁଛନ୍ତି । ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଵାଗତ କରିଛନ୍ତି ଭକ୍ତ । ଏହା ତୁରନ୍ତ ଲାଗୁ କରିବାକୁ ଭକ୍ତ ଦାବି କରିଛନ୍ତି । ସେପଟେ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, "ଶ୍ରୀମନ୍ଦିରରେ ଅତ୍ୟଧିକ ଭିଡ଼ ଯୋଗୁଁ ଜୟ ବିଜୟ ଦ୍ଵାର ଦେଇ ଦିବ୍ୟାଙ୍ଗଙ୍କୁ ଦର୍ଶନ କରାଇବା ସମ୍ଭବ ନୁହେଁ । ମହାପ୍ରଭୁଙ୍କ ପୂଜା ବସିଥିବା ସମୟରେ ବାହାର କାଠ ନିକଟରେ ଏକ ନିର୍ଦ୍ଦିଷ୍ଟ ସମୟରେ ଦିବ୍ୟାଙ୍ଗଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହେଉ ।" ତେବେ ଏହା କିଭଳି ଶୃଙ୍ଖଳିତ ହୋଇପାରିବ, ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ସହ ଆଲୋଚୋନା କରି ପଦକ୍ଷେପ ନେବାର ଆବଶ୍ୟକତା ଥିବା ବରିଷ୍ଠ ସେବାୟତ କହିଛନ୍ତି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.