ETV Bharat / state

ବିଜୟାଦଶମୀରେ ପତିତପାବନଙ୍କୁ ଦର୍ଶନ କଲେ ଭକ୍ତ

author img

By

Published : Oct 26, 2020, 12:56 PM IST

କୋଭିଡ କଟକଣା ହେତୁ ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ସିଂହଦ୍ବାର ସମ୍ମୁଖ ରାସ୍ତା ଉପରେ ପତିତପାବନଙ୍କୁ ମୁଣ୍ଡିଆ ମାରି ଓ ଦୀପ ଜାଳି ଭକ୍ତ ଫେରୁଛନ୍ତି ।

ବିଜୟା ଦଶମୀରେ ପତିତପାବନଙ୍କୁ ଦର୍ଶନ କଲେ ଭକ୍ତ

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ବିଜୟାଦଶମୀ । କୋଭିଡ କଟକଣା ହେତୁ ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନା ବେଶ ତଥା ରାଜବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ସିଂହଦୁଆର ସମ୍ମୁଖ ରାସ୍ତା ଉପରେ ପତିତପାବନଙ୍କୁ ମୁଣ୍ଡିଆ ମାରି ଓ ଦୀପ ଜାଳି ଭକ୍ତ ଫେରୁଛନ୍ତି । ଶୀଘ୍ର କୋଭିଡ ମହାମାରୀ ନାଶ ହେଉ ଓ ଭକ୍ତ ଓ ଭଗବାନଙ୍କ ଭିତରେ ଦୂରତା ଦୂର ହେଉ ବୋଲି ଭକ୍ତ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ଅନେକ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଦୁଃଖରେ ଫେରୁଛିନ୍ତି । ସେପଟେ ଶ୍ରୀକ୍ଷେତ୍ର ଅଧିଷ୍ଠିତ ଦେବୀ ମା' ବିମଳାଙ୍କ ପ୍ରତିନିଧିତ୍ବ କରୁଥିବା ଦେବୀ କାକୁଡି ଖାଇଙ୍କ ବିଜୟ ଦଶମୀ ପାଳନ ପରେ ଆଜି ହେଉଛି ବିସର୍ଜନ ଦିବସ ।

ସେପଟେ ଆସନ୍ତାକାଲି(ମଙ୍ଗଳବାର) ଶ୍ରୀମନ୍ଦିର ସମ୍ମୁଖରେ ହେବ ଦେବୀ ସଭା । ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣୀ ଦେବୀଙ୍କ ଦେବୀ ସଭା ପରେ ଭଷାଣୀ ଉତ୍ସବ ହେବ । ତେବେ କୋଭିଡ କଟକଣା ହେତୁ ଦେବୀ ପୀଠ ଗୁଡିକରେ ମା' ଙ୍କୁ ଦର୍ଶନ ନେଇ ଭକ୍ତଙ୍କ ପାଇଁ କଟକଣା ଜାରି ରହିଛି । ଫଳରେ ଦେବୀ ପୀଠ ଗୁଡ଼ିକ ଖାଁ ଖାଁ ରହିଛି । କେବଳ ରାସ୍ତାରେ ଯାଉଥିବା କିଛି ଲୋକ ବାହାରୁ ପ୍ରାଣାମ କରି ମା' ଙ୍କ ଆଶୀର୍ବାଦ ନେଉଛନ୍ତି ।

ସେପଟେ କୋଭିଡ କଟକଣା ହେତୁ ବିଜୟା ଦଶମୀ ମହାପ୍ରଭୁଙ୍କ ସୁନା ବେଶ ତଥା ରାଜବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ସିଂହଦ୍ବାର ସମ୍ମୁଖ ରାସ୍ତା ଉପରେ ପତିତପାବନଙ୍କୁ ମୁଣ୍ଡିଆ ମାରି ଓ ଦୀପ ଜାଳି ଭକ୍ତ ଫେରୁଛନ୍ତି । ଶୀଘ୍ର କୋଭିଡ ମହାମାରୀ ନାଶ ହେଉ ଓ ଭକ୍ତ ଓ ଭଗବାନଙ୍କ ଭିତରେ ଦୂରତା ଦୂର ହେଉ ବୋଲି ଭକ୍ତ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ଅନେକ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଦୁଃଖ ରେ ଫେରୁଛିନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.