ETV Bharat / state

ଗଜବେଶରେ ମନ ମୋହିଲା କାଳିଆ ସାଆନ୍ତ - ପୁରୀ

ଦେବସ୍ନାନ ପୂର୍ଣ୍ଣିମାରେ ମହାବାହୁଙ୍କ ଦୁର୍ଲଭ ବେଶ । 108 ଗରା ସୁବାସିତ ଜଳରେ ମହାବାହୁ ଗାଧୋଇବା ପରେ ଗଜ ବେଶରେ ଦର୍ଶନ ଦେଇଛନ୍ତି ମହାବାହୁ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
author img

By

Published : Jun 17, 2019, 8:54 PM IST

Updated : Jun 17, 2019, 9:58 PM IST

ପୁରୀ: ପ୍ରତୀକ୍ଷାର ଅନ୍ତ । ଘୋଷଯାତ୍ରାର ଆଦ୍ୟପର୍ବ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଆଜି ଚଳଚଞ୍ଚଳ ଥିଲା ଶ୍ରୀକ୍ଷେତ୍ର ପୁରୀ । ସକାଳୁ ସକାଳୁ ବଡଦାଣ୍ଡରେ ଲାଗିଥିଲା ଗହଳିଚହଳି । ସମସ୍ତ ନୀତିକାନ୍ତି ସରିବା ପରେ ଧାଡି ପହଣ୍ଡିରେ ସ୍ନାନବେଦୀକୁ ଆସିଥିଲେ ଚତୁର୍ଦ୍ଧାମୂରତି । 108 ଗରା ସୁବାସିତ ଜଳରେ ମହାବାହୁ ଗାଧୋଇବା ପରେ ଗଜ ବେଶରେ ଦର୍ଶନ ଦେଇଛନ୍ତି ମହାବାହୁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଘୋଷଯାତ୍ରାର ଆଦ୍ୟପର୍ବ କୁହାଯାଉଥିବା ଏହି ପୂର୍ଣ୍ଣମୀରେ ରତ୍ନ ସିଂହାସନ ଛାଡି ସ୍ନାନବେଦୀକୁ ଆସିଥାନ୍ତି ମହାବାହୁ ।108 ଗରା ସୁବାସିତ ଜଳରେ ଶ୍ରୀଜୀଉ ଗାଧୋଇଥାନ୍ତି । ମଧ୍ୟାହ୍ନରେ ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ମହାସ୍ନାନ ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କୁ ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ମହାପ୍ରଭୁ ୧୮ ଗରାରେ ମହାସ୍ନାନ କରିଥିଲେ । ଆଉ ଏହି ମହାସ୍ନାନ ଦେଖିବାକୁ କାହିଁ କେତେଦୂରରୁ ଭକ୍ତ ପୁରୀ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥିଲେ ।

ମହାସ୍ନାନ ପରେ ତିନି ଠାକୁରଙ୍କୁ ପୁଷ୍ପରେ ସଜାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଗଜପତି ମହାରାଜା ପରବର୍ତ୍ତୀ ସମୟରେ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରି ଛେରାପହଁରା ନୀତି ସମ୍ପନ୍ନ କରିଥିଲେ । ପରେ ପୁଷ୍ପାଳକ ସେବକ, ଖୁଣ୍ଟିଆ ସେବକ ଆଦି ବିଭିନ୍ନ ସେବକ ମିଶି ମହାପ୍ରଭୁଙ୍କୁ ଗଜ ବେଶ ବା ହାତୀ ବେଶରେ ବିଭୂଷିତ କରିଥିଲେ । ଯେଉଁ ଦୁର୍ଲଭ ବେଶକୁ ଦେଖିବାକୁ ଚାତକ ପରି ଚାହିଁରହିଥିଲେ ଶ୍ରଦ୍ଧାଳୁ ।

ଏହି ଦୁର୍ଲଭ ସ୍ନାନ ପରେ ଏବେ ମହାବାହୁ ଅଣସର ଘରେ ରହିବେ । ଖଇ ଫୁଟିଲା ଭଳି ଜ୍ୱରରେ ପୀଡିତ ହେବେ ସୃଷ୍ଟି କର୍ତ୍ତା । ସେବକ ମାନେ କାଳିଆର ଉପଶମ ପାଇଁ ଦିନ ରାତି ଏକ କରିଦେବେ । ଆଉ ଭଲ ହେବା ପରେ ମାଉସୀ ମାଆ ଘରକୁ ଯିବେ ଚତୁର୍ଦ୍ଧା ମୂରତି ।

ପୁରୀରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

Conclusion:
Last Updated : Jun 17, 2019, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.