ETV Bharat / state

ଜିଲ୍ଲାପାଳଙ୍କୁ ଦାବିପତ୍ର; ଭକ୍ତଙ୍କ ପାଇଁ ଖୋଲାଯାଉ ଶ୍ରୀମନ୍ଦିରର ଚାରିଦ୍ଵାର

author img

By

Published : Jul 19, 2023, 10:12 PM IST

ତେଜିଲା ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ପାଇଁ ଦାବି । ୭ ଦିନ ଭିତରେ ଏହି ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଚେତାବନୀ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଭକ୍ତଙ୍କ ପାଇଁ ଖୋଲାଯାଉ ଶ୍ରୀମନ୍ଦିରର ଚାରିଦ୍ଵାର

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଦାବି ଜୋର୍ ଧରିଛି । ପୁରୀ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାରିଦ୍ବାର ଖୋଲିବା ଦାବି ଜୋରଦାର ହୋଇଥିବା ବେଳେ ଏହାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସମର୍ଥନ କରିଛନ୍ତି । ଏଥିସହ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଭକ୍ତଙ୍କ ଉଦ୍ଦେଶ୍ୟରେ ଚାରିଦ୍ବାର ଖୋଲିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ବିଧାୟକ । ତେବେ ୭ ଦିନ ଭିତରେ ଏହି ଦାବି ପ୍ରଶାସନ ପୂରଣ ନକଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି ।

ସେପଟେ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧାରଣା ଓ ନାରାବାଜି କରାଯାଇଛି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ନେଇ ଏହି ଧାରଣା ଦିଆଯାଇଛି । କୋଭିଡ ମହାମାରୀ ଯୋଗୁଁ ଗତ ୨୦୨୦ ମାର୍ଚ୍ଚ ମାସରୁ ଶ୍ରୀମନ୍ଦିରର ଚାରିଦ୍ବାର ଭକ୍ତଙ୍କ ପ୍ରବେଶ କରିବା ନେଇ କଟକଣା ଜାରି ହୋଇଥିଲା । ତେବେ କୋଭିଡ ମହାମାରୀ କମିବା ପରେ ମଧ୍ୟ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ପ୍ରବେଶ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । କେବଳ ସିଂହଦ୍ଵାର ବାଟେ ପ୍ରବେଶ ଅନୁମତି ଥିବାରୁ ଭକ୍ତଙ୍କ ସହିତ ପୁରୀ ବାସିନ୍ଦା ବେଶ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଗୋଟିଏ ପଟେ ପ୍ରବେଶ ଅନୁମତି ଥିବାରୁ ଲମ୍ବା ଲାଇନ୍ ଲାଗି ରହୁଛି । ଫଳରେ ଅତ୍ୟଧିକ ଭିଡ଼ ଯୋଗୁଁ ବୟସ୍କ, ମହିଳା ଓ ଶିଶୁମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ସେହିପରି ପୁରୀ ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ ସହିତ ମହାପ୍ରସାଦ ଟିକିଏ ଆଣିବା ପାଇଁ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି । ଏଥିପାଇଁ ପୁରୀରେ ଥିବା ବୟସ୍କ ବ୍ୟକ୍ତିମାନେ ଦୈନନ୍ଦିନ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ତେଣୁ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ସହ ଆନନ୍ଦ ବଜାରରୁ ମହାପ୍ରସାଦ ଆଣିବା ପାଇଁ ପୂର୍ବ ଭଳି ସମସ୍ତ ଦ୍ବାରକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲିଦେବା ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସେପଟେ ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ । କୋରୋନା ମହାମାରୀ ହଟି ଯାଇଥିବା ବେଳେ ଶ୍ରୀମନ୍ଦିର ତିନିଦ୍ବାରରେ ଭକ୍ତଙ୍କ ପ୍ରବେଶ କଟକଣା ରହିବା ଅନୁଚିତ ବୋଲି ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ କହିଛନ୍ତି । ସେ କହିଛନ୍ତି, "ବିଶେଷ କରି ପୁରୀ ବାସିନ୍ଦାଙ୍କୁ ସମସ୍ତ ଦ୍ବାରରେ ପ୍ରବେଶ ଅନୁମତି ଦେବାକୁ ପ୍ରଶାସନ ନିକଟରେ ଆମେ ବାରମ୍ବାର ଦାବି କରିଛୁ । ପୁରୀ ଜିଲ୍ଲାପାଳଙ୍କ ସହ ମୁଁ ବାରମ୍ବାର ଆଲୋଚନା କରିଥିଲେ ମଧ୍ୟ ପ୍ରଶାସନ କାହିଁକି ଏନେଇ ପଦକ୍ଷେପ ନେଉନାହିଁ ? ଆସନ୍ତା ୭ ଦିନ ମଧ୍ୟରେ ଶ୍ରୀମନ୍ଦିର ଚାରିଦ୍ବାରରେ ପୁରୀ ବାସିନ୍ଦାଙ୍କ ପାଇଁ ପ୍ରବେଶ ଅନୁମତି ନମିଳିଲେ ଶ୍ରୀମନ୍ଦିର ଠାରେ ଧାରଣା ଦିଆଯିବ ।" ଏନେଇ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ବିଧାୟକ । ସେପଟେ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ସହ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା କରାଯାଇ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି, ଦସ୍ତଖତ ଅଭିଯାନ ଆରମ୍ଭ

ଶ୍ରୀମନ୍ଦିରର ସମସ୍ତ ଦ୍ବାରରେ ଭକ୍ତଙ୍କ ପ୍ରବେଶ ପାଇଁ ପୁରୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ପୁରୀ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି । ତେଣୁ ଜିଲ୍ଲାପାଳ ଏହି ପ୍ରସଙ୍ଗର ତୁରନ୍ତ ସମାଧାନ କରି ଉଚିତ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.