ପୁରୀ: କୁମ୍ଭାରପଡ଼ା ଥାନା ଆଇଆଇସିଙ୍କୁ କ୍ୱାରେନଣ୍ଟାଇନରେ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି । ଥାନା ଆଇଆଇସିଙ୍କ ସମେତ ୩୦ ଜଣ କର୍ମଚାରୀଙ୍କୁ ମଧ୍ୟ କ୍ୱାରେନଣ୍ଟାଇନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ 4 ଦିନ ତଳେ ଜଣେ ବ୍ୟକ୍ତି ଏକ ଚୋରି ଅଭିଯୋଗରେ ଗିରଫ ହୋଇଥିଲା । ଉକ୍ତ ଅଭିଯୁକ୍ତର ସ୍ୱାବ ଟେଷ୍ଟରେ କୋରୋନା ପଜିଟିଭ ରିପୋର୍ଟ ଆସିବା ପରେ ସମସ୍ତ ଥାନା କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବା ନେଇ ପୁରୀ ଏସପି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମସ୍ତ କର୍ମଚାରୀଙ୍କ ମଧ୍ୟ ସ୍ୱାବ ଟେଷ୍ଟ ହେବ ବୋଲି ଏସପି ପ୍ରକାଶ କରିଛନ୍ତି । ଅନ୍ୟପଟେ କୁମ୍ଭାରପଡ଼ା ଥାନା ପରିସରକୁ ସାନିଟାଇଜ କରିଛି ଜିଲ୍ଲା ପ୍ରଶାସନ।
ତେବେ ଜଣେ ଗିରଫ ଅଭିଯୁକ୍ତର ପଜିଟିଭ ରିପୋର୍ଟ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେବ ବୋଲି ଏସ୍ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ