ପୁରୀ: ଜିଲ୍ଲା ଦିଗବାରେଣି ଖୁଣ୍ଟି ନିକଟ ବେଳାଭୂମିରୁ ଏକ ୩ଫୁଟ ଲମ୍ବର ମୃତ ଡଲଫିନ ଉଦ୍ଧାର କରାଯାଇଛି । ଏହି ଡଲଫିନ ପାଣିରେ ଭାସି ଭାସି ଆସି କୁଳରେ ଲାଗିଥିଲା । ମୃତ ଅବସ୍ଥାରେ ଲାଗିଥିବା ଏହି ଡଲଫିନକୁ ଲାଇଫଗାର୍ଡମାନେ ଉଦ୍ଧାର କରିଥିଲେ ।
ଉଦ୍ଧାର ହୋଇଥିବା ଏହି ଡଲଫିନ ଇରୱାଡି କି ବଟଲନୋଜ ତାହା ପ୍ରଥମେ ଜଣାପଡି ନଥିଲା । ପରେ ବନବିଭାଗ କର୍ମଚାରୀ ଆସି ଏହା ଇରୱାଡି ପ୍ରଜାତିର ଡଲଫିନ ବୋଲି ସୂଚନା ଦେଇଥିଲେ । ଏହି ପ୍ରଜାତିର ଡଲଫିନ ବିଶେଷ କରି ଚିଲିକାରେ ରହିଥାନ୍ତି । ଏହି ଡଲଫିନ 3ଫୁଟ ଲମ୍ବର ଛୁଆ ଡଲଫିନ ବୋଲି କହିଛନ୍ତି ବନବିଭାଗ କର୍ମଚାରୀ ।
ବିଶେଷକରି ଏମାନେ ଚନ୍ଦ୍ରଭାଗା ସମୁଦ୍ର ପର୍ଯ୍ୟନ୍ତ ଯାତାୟାତ କରିଥାନ୍ତି । ବେଆଇନ ଭାବରେ ଯାତାୟତ କରୁଥିବା ଟ୍ରଲର ମାଡରେ ଡଲଫିନର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବିରଳ ପ୍ରଜାତିର ଡଲଫିନ ମୃତ୍ୟୁକୁ ନେଇ ପରିବେଶ ବିତ୍ତ ଉଦବେଗ ପ୍ରକାଶ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ