ETV Bharat / state

ପୋଖରୀରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

author img

By

Published : Jun 4, 2022, 5:32 PM IST

ବ୍ରହ୍ମଗିରିରେ ପୋଖରୀରୁ ମୃତଦେହ ଉଦ୍ଧାର । ଗାଁ ପୋଖରୀରେ ଲୋକମାନେ ଗାଧୋଇବା ସମୟରେ ଗୋଡ଼ରେ ବାଜିବାରୁ ଉପରକୁ ଉଠିଥିଲା ମୃତଦେହ । ମୃତକ ଜଣକ ରାସ୍ତା କାମ ପାଇଁ ଶ୍ରମିକ ଭାବେ ଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତଦନ୍ତ ଆରମ୍ଭ କଲା ପୋଲିସ୍ । ଅଧିକ ପଢ଼ନ୍ତୁ

ପୋଖରୀରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର
ପୋଖରୀରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ଗାଁ ପୋଖରୀରୁ ମୃତଦେହ ଉଦ୍ଧାର । ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅରୁଆ ଗୋବିନ୍ଦପୁର ଗ୍ରାମ ପୋଖରୀରେ ଲୋକମାନେ ଗାଧୋଇବା ସମୟରେ ଗୋଡ଼ରେ ମୃତଦେହଟି ବାଜିଥିଲା । ସ୍ଥାନୀୟ ଲୋକେ ଉପରକୁ ଉଠାଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ମୃତକ ଜଣକ କୋଣାର୍କ ଥାନା ଅଧୀନ ଜୁଣେଇ ଗ୍ରାମର ସୁକାନ୍ତ ଦାସଙ୍କ ପୁଅ ମନୋଜ ଦାସ ବୋଲି ଜଣାପଡ଼ିଛି । ଅରୁଆ ଗୋବିନ୍ଦପୁରରୁ ଦଣ୍ଡୁଆସିପଡ଼ା ରାସ୍ତା କାମ ପାଇଁ ଶ୍ରମିକ ଭାବେ ଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ୍ ଆସିଲେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ବ୍ରହ୍ମଗିରି ପୋଲିସ୍ ଏନେଇ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.