ETV Bharat / state

ପୁଅ ସହ ଗାଧୋଉଥିବାବେଳେ ପୁରୀ ସମୁଦ୍ରରେ ବାପା ନିଖୋଜ ଘଟଣା, ବେଲେଶ୍ବରରୁ ମିଳିଲା ମୃତଦେହ

author img

By

Published : Apr 18, 2022, 1:24 PM IST

ସମୁଦ୍ରରେ ବୁଡି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ବାଲେଶ୍ବରର ବଂଶୀଧର ବେହେରାଙ୍କ ମୃତଦେହ ପୁରୀ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ଉଦ୍ଧାର କରିଛି । ଅଧିକ ପଢ଼ନ୍ତୁ

dead body found of man from beleswar missing while taking bath in puri
ପୁରୀ ସମୁଦ୍ରରେ ନିଖୋଜ ଘଟଣା, ବେଲେଶ୍ବରରୁ ମିଳିଲା ମୃତଦେହ

ପୁରୀ: ସମୁଦ୍ରରେ ବୁଡି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଗତ ଶନିବାର ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ନିଖୋଜ ହୋଇଯାଇଥିବା ବାଲେଶ୍ବରର ବଂଶୀଧର ବେହେରାଙ୍କ ମୃତଦେହ ପୁରୀ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ଉଦ୍ଧାର କରିଛି ।

ଏହା ମଧ୍ୟ ପଢ଼ନ୍ତୁ ପୁରୀ ସମୁଦ୍ରରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ିଗଲେ 3 ପର୍ଯ୍ୟଟକ

ଗତକାଲି ରାତିରେ ବେଲେଶ୍ବର ମନ୍ଦିର କଇଁଛ ଘର ନିକଟସ୍ଥ ସମୁଦ୍ରକୂଳରୁ ବଂଶୀଧରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଏ ନେଇ ମେରାଇନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଶନିବାର ବଂଶୀଧର ପୁରୀ ବୁଲିବାକୁ ଆସିଥିବାବେଳେ ନିଜ ପୁଅ ସହ ସମୁଦ୍ରରେ ଗାଧୋଉଥିଲେ। ବଂଶୀଧର ହଠାତ ଗଭୀର ସମୁଦ୍ରକୁ ଭାସିଯାଇ ବୁଡି ଯାଇଥିଲେ। ଏହା ପରେ ଓଡ୍ରାଫ ଟିମ ପକ୍ଷରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା। ମାତ୍ର ତାଙ୍କର ପତ୍ତା ମିଳିନଥିଲା। ତେବେ ଗତକାଲି ବେଲେଶ୍ବର ମନ୍ଦିର କଇଁଛ ଘର ନିକଟସ୍ଥ ସମୁଦ୍ରକୂଳରୁ ପୋଲିସ ତାଙ୍କୁ ଉଦ୍ଧାର କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.