ETV Bharat / state

ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲା ଡାଟା ଏଣ୍ଟ୍ରି ଅପରେଟର ଆସୋସିଏସନ

author img

By

Published : Sep 2, 2021, 7:09 AM IST

ନିଖିଳ ଓଡିଶା ସରକାରୀ ଅନୁଦାନ ପ୍ରାପ୍ତ କଲେଜ ଡାଟା ଏଣ୍ଟ୍ରି ଅପରେଟର ଆସୋସିଏସନ ପୁରୀ ଶାଖା ପକ୍ଷରୁ ୪ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି। ଅଧିକ ପଢନ୍ତୁ...

ଡାଟା ଏଣ୍ଟ୍ରି ଅପରେଟର ଆସୋସିଏସନର ପୁରୀ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ପୁରୀ: ନିଖିଳ ଓଡିଶା ସରକାରୀ ଅନୁଦାନ ପ୍ରାପ୍ତ କଲେଜ ଡାଟା ଏଣ୍ଟ୍ରି ଅପରେଟର ଆସୋସିଏସନ ପୁରୀ ଶାଖା ପକ୍ଷରୁ ୪ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି । ଦୀର୍ଘ ୧୧ବର୍ଷ ଧରି ଆସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତ ହୋଇ କାର୍ଯ୍ୟ କରିଆସୁଛନ୍ତି । ସରକାରଙ୍କୁ ବାରମ୍ବାର ଦାବି ସତ୍ତ୍ବେ ସ୍ଥାୟୀ ନିଯୁକ୍ତି ନେଇ କୌଣସି ବ୍ୟବସ୍ଥା କରୁନାହାଁନ୍ତି । ସ୍ବଳ୍ପ ଦରମାରେ ଚଳିବା କଷ୍ଟକର ହୋଇପଡିଛି ।

କଲେଜର ସୁପରିଚାଳନା ପାଇଁ ଅନଲାଇନ ସେବା ଯୋଗାଇ ଆସୁଛନ୍ତି । ରାଜ୍ୟବ୍ୟାପୀ ସରକାରୀ ଅନୁଦାନ ପ୍ରାପ୍ତ କଲେଜରେ କାର୍ଯ୍ୟ କରୁଥୁବା ଡାଟା ଏଣ୍ଟ୍ରି ଅପରେଟରଙ୍କ ତାଲିକା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଛି । କଲେଜ ଡିପାର୍ଟମେଣ୍ଟାଲ ସୁପାରିଶ ଅନୁଯାୟୀ ଖାଲି ପଡିଥିବା ଜୁନିୟର କ୍ଲର୍କ ପଦବୀରେ ନିଯୁକ୍ତି ତଥା କଲେଜର ଅନ୍ୟ କର୍ମଚାରୀଙ୍କ ପରି ସୁବିଧା ପ୍ରଦାନ ପାଇଁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.