ETV Bharat / state

ଶ୍ରୀମନ୍ଦିରରେ ନୀତି ବିଳମ୍ୱ, ଭକ୍ତ ମହଲରେ ଅସନ୍ତୋଷ - ଶ୍ରୀମନ୍ଦିରରେ ଆଜି ଶମ୍ଭୁ ଏକାଦଶୀ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ଭକ୍ତ ମାନେ ବିଳମ୍ବିତ ନୀତିକାନ୍ତି ଯୋଗୁଁ ଅସନ୍ତୋଷ ପ୍ରକାଶ । ଅଧିକ ପଢନ୍ତୁ

darshan at srimandir
darshan at srimandir
author img

By

Published : May 1, 2023, 10:02 PM IST

delay in rituals

ପୁରୀ: ଆଜି ଶମ୍ଭୁ ଏକାଦଶୀ ଥିବାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ହେଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ଭକ୍ତମାନେ ବିଳମ୍ବିତ ନୀତିକାନ୍ତି ଯୋଗୁଁ ଦୀର୍ଘ ସମୟ ଧରି ଲାଇନରେ ଠିଆ ହୋଇଥିଲେ । ଫଳରେ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ଏବଂ ବରିଷ୍ଠ ନାଗରିକମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବେଶ୍ କଲବଲ ହୋଇଥିଲେ। ଶ୍ରୀମନ୍ଦିର ଦ୍ବାର ଫିଟା ନୀତିରେ ବିଳମ୍ବ ଏଥିସହ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ନୀତିକାନ୍ତି ବିଳମ୍ବ ହୋଇଥିଲା। ଯାହାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ ।

ସେପଟେ ଗତ ଶନିବାର ଦିନ ଶ୍ରୀମନ୍ଦିରରେ ନୀତି ରେ ମଧ୍ୟ ବିଳମ୍ବ ହୋଇ ଥିଲା । ଠାକୁରଙ୍କ ଚନ୍ଦନ ଲାଗି ନୀତିରେ 2ଘଣ୍ଟା 30ମିନିଟ ନୀତି ବିଳମ୍ବ ହୋଇଥିଲା । ସିଂହାରୀ ଓ ପୂଜାପଣ୍ଡା ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତି ବିଳମ୍ବ ହୋଇ ଥିଲା । ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ସିଂହାରୀ ସେବୟତ ଚନ୍ଦନ ଲଗାଇ ଥିବାରୁ ବିବାଦ ହୋଇ ଥିଲା। ବିବାଦ ଯୋଗୁଁ ନିତିରେ ବିଳମ୍ବ ହୋଇଥିଲା ଯେଉଁ କାରଣରୁ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ହଜାର ହଜାର ଭକ୍ତ।

ତେବେ ପ୍ରଶାସନର ହସ୍ତକ୍ଷେପ ପରେ ଉଭୟ ନିଯୋଗ ମଧ୍ୟରେ ଆଲୋଚନା ପରେ ତ୍ବରାନ୍ବିତ ହୋଇ ଥିଲା ନୀତିକାନ୍ତି। ସେହିପରି ଶ୍ରୀମନ୍ଦିରରେ ବିଭିନ୍ନ କାରଣକୁ ନେଇ ମହାପ୍ରଭୁଙ୍କ ନୀତି ବିଳମ୍ବ ହେଉଥିବାରୁ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମାଧାନ ନେଇ ପଦକ୍ଷେପ ନିଆଯାଉଛି । ଆଗାମୀ ଦିନରେ କିଭଳି ଏଭଳି ସମସ୍ୟା ଉପୁଜିବ ନାହିଁ ଏନେଇ ସେବାୟତ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ନିତି ପ୍ରଶାସକ କହିଛନ୍ତି ।

ପ୍ରକାଶ ଥାଉକି, ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣରେ ଲାଗି ପଡ଼ିଛନ୍ତି ସେବକ । ପ୍ରତିଦିନ ଭଳି ଆଜି ସେବକମାନେ ସକାଳ ୮ ଟାରେ ରଥଖଳାଠାରେ ଉପସ୍ଥିତ ହୋଇଥିଲେ। ପରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତିନିରଥର ମୁଖ୍ୟ ମହାରଣାଙ୍କ ଦ୍ବାରା ତୁମ୍ବ ବିନ୍ଧ ଅନୁକୂଳ ପୂଜା ସମ୍ପନ୍ନ ପରେ ତିନି ରଥର ମୋଟ ୪୨ଗୋଟି ତୁମ୍ବରେ ବିନ୍ଧ କାର୍ଯ୍ୟ ମହାରଣା ସେବକମାନେ ଆରମ୍ଭ କରିଥିଲେ । ପ୍ରତି ତୁମ୍ବ ପାଇଁ ଆବଶ୍ୟକ ଥିବା ୧୬ ଯୋଡ଼ାବିନ୍ଧରୁ ତିନିରଥର ଅଧିକାଂଶ ତୁମ୍ବଗୁଡିକରେ ପ୍ରାୟ ୮ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ବଜ ରଥର ମୋଟ ୧୪ ଗୋଟି ତୁମ୍ବରୁ ୫ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ବାକି ୯ ଗୋଟି ତୁମ୍ବର ୭୦% ଭାଗ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଦେବଦଳନ ରଥର ୧୨ ତୁମ୍ବର ଏବଂ ନନ୍ଦିଘୋଷ ରଥର ୧୬ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.