ETV Bharat / state

ଶ୍ରୀମନ୍ଦିରକୁ ଦଇତାପତି ପ୍ରବେଶ ଅନୁଷ୍ଠିତ - ଶ୍ରୀମନ୍ଦିରକୁ ଦଇତାପତି ପ୍ରବେଶ

ସରିଲା ଶ୍ରୀମନ୍ଦିର ଦଇତାପତି ପ୍ରବେଶ । ଦଇତା ସେବକମାନେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରକୁ ଦଇତାପତି ପ୍ରବେଶ ଅନୁଷ୍ଠିତ
ଶ୍ରୀମନ୍ଦିରକୁ ଦଇତାପତି ପ୍ରବେଶ ଅନୁଷ୍ଠିତ
author img

By

Published : Jun 22, 2021, 1:11 PM IST

ପୁରୀ: ସରିଲା ଶ୍ରୀମନ୍ଦିର ଦଇତାପତି ପ୍ରବେଶ । ଆଜି(ମଙ୍ଗଳବାର) ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଛି । ଦଇତା ସେବକମାନେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି ।

ଶ୍ରୀମନ୍ଦିରକୁ ଦଇତାପତି ପ୍ରବେଶ ଅନୁଷ୍ଠିତ

ସେହିପରି ଆଜି ମଧ୍ୟ ବାହୁଟ କଣ୍ଟ ବନ୍ଧା ନୀତି ହେଉଛି । ଆସନ୍ତାକାଲି(ବୁଧବାର) ସେନାପଟା ବନ୍ଧାଯିବ । ଆସନ୍ତା ଗୁରୁବାର ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ନାନ ନୀତି କରାଯିବ । ଏହା ପୂର୍ବରୁ ଶ୍ରୀଜୀଉ ଅଙ୍ଗରକ୍ଷକ ଭାବେ ପରିଚିତ ଦଇତା ସେବକମାନେ ବାହୁଟ ଓ ସେନାପଟା ଲାଗି କରିଥାନ୍ତି ।

ଦଇତା ସେବକମାନେ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ସ୍ନାନଯାତ୍ରା ପୂର୍ବରୁ ତ୍ରୟୋଦାଶି ତିଥିରେ ଦଇତାପତିମାନେ ଶ୍ରୀମନ୍ଦିର ପ୍ରବେଶ କରିଥାନ୍ତି । ସ୍ନାନଯାତ୍ରା ଠାରୁ ନିଳାଦ୍ରୀ ବିଜେ ଯାଏ ମହାପ୍ରଭୁଙ୍କ ଅଙ୍ଗ ରକ୍ଷକ ଭାବେ ଦଇତାପତିମାନେ ଦାୟିତ୍ୱ ତୁଲାଇଥାନ୍ତି । ତେଣୁ ଆଜି ଶ୍ରୀମନ୍ଦିରକୁ ଦଇତା ପ୍ରବେଶ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.