ETV Bharat / state

କଟକଣା ଯୁକ୍ତ ରଥଯାତ୍ରା ଆୟୋଜନ ସପକ୍ଷରେ ଦଇତାପତି ନିଯୋଗ

author img

By

Published : Apr 29, 2020, 5:31 PM IST

କଟକଣା ଯୁକ୍ତ ରଥଯାତ୍ରା ଆୟୋଜନ ସପକ୍ଷରେ ଦଇତାପତି ନିଯୋଗ । କୋରୋନା ମହାମାରୀ ନେଇ ଚଳିତ ବର୍ଷ କିଭଳି ସାମାଜିକ ଦୂରତ୍ବ ରଖାଯାଇ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଏନେଇ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟ କୁ ଦଇତାପତି ନିଯୋଗ ପଠାଇଛି । ଅଧିକ ପଢନ୍ତୁ...

daitapati-in-favor-of-restricted-rath-yatra-on-the-covid19-setuation
କଟକଣା ଯୁକ୍ତ ରଥଯାତ୍ରା ଅୟୋଜନ ସପକ୍ଷରେ ଦଇତାପତି ନିଯୋଗ

ପୁରୀ: କଟକଣା ଯୁକ୍ତ ରଥଯାତ୍ରା ଆୟୋଜନ ସପକ୍ଷରେ ଦଇତାପତି ନିଯୋଗ । କୋରୋନା ମହାମାରୀ ନେଇ ଚଳିତ ବର୍ଷ କିଭଳି ସାମାଜିକ ଦୂରତ୍ବ ରଖାଯାଇ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଅନ୍ୟପଟେ ମହାପ୍ରଭୁ ରଥଯାତ୍ରା ବନ୍ଦ ନ କରି କଟକଣା ଯୁକ୍ତ ରଥଯାତ୍ରା କରିବା ନେଇ ମତ ରଖିଛି ଦଇତାପତି ନିଯୋଗ । ଏ ନେଇ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦଇତାପତି ନିଯୋଗ ପଠାଇଛି । ଏନେଇ ଗଣମାଧ୍ୟମକୁ ଦଇତାପତି ନିଯୋଗ ସୂଚନା ଦେଇଛନ୍ତି ।

ମହାପ୍ରଭୁଙ୍କ ଘୋଷ ଯାତ୍ରା କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ହିନ୍ଦୁଙ୍କ ଭାବାବେଗ ସହ ଜଡିତ । ଏହାକୁ ଆୟୋଜନ କରିବାକୁ ପ୍ରଭୁ ଶ୍ରୀଜଗନ୍ନାଥ ଗଜପତିଙ୍କୁ ନିଜେ ଆବିଭାର୍ବ ସମୟରେ କହିଛନ୍ତି । ଏଣୁ ଯେତେ ଅସୁବିଧା ଉପୁଜିଲେ ମଧ୍ୟ ମହାପ୍ରଭୁ ରଥଯାତ୍ରା ହୋଇଛି । ସ୍ବାଧୀନତା ପୂର୍ବରୁ ନଅଙ୍କ ଦୁର୍ଭିକ୍ଷ, ସିପାହୀ ବିଦ୍ରୋହ ଏବଂ ବ୍ରିଟିଶ ଶାସନ ସମୟରେ 1918 ରୁ1920 ମଧ୍ୟରେ ହୋଇ ଥିବା ମହାମାରୀ ବମ୍ବେ ଇନଫ୍ଲୁଏନଜା ସମୟରେ ମଧ୍ୟ ଆୟୋଜନ ହୋଇଛି। ତେବେ ପୂର୍ବରୁ କିଛି ମୁସଲମାନ ଶାସକଙ୍କ ଆକ୍ରମଣ ସମୟରେ ମହାପ୍ରଭୁଙ୍କ କିଛି ପର୍ବ ପର୍ବାଣୀ ବନ୍ଦ ହେବା ପରିସ୍ଥିତିକୁ ଉଦାହରଣ ଭାବେ ନ ଦର୍ଶାଇ କିଭଳି ରଥଯାତ୍ରା । ଏହି କରୋନା ସମୟରେ ସୁରକ୍ଷିତ ଭାବେ ଆୟୋଜନ ହେବ ରାଜ୍ୟ ସରକାର ବ୍ୟବସ୍ଥା କରିବାକୁ ଦଇତାପତି ନିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି । ସୁରକ୍ଷିତ ଭାବେ ରଥଯାତ୍ରା ଆୟୋଜନ ବେଳେ ପୁରୀ ସହରକୁ ସିଲ ସହ ପୁରୀ ବାସିନ୍ଦାଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇ ରଥଯାତ୍ରା ପରମ୍ପରା ପାଳନ କରିବାକୁ ଦଇତାପତି ନିଯୋଗ ମତ ରଖିଛି ।

ସେହିପରି ରଥଯାତ୍ରା ପୂର୍ବରୁ ଏଥିରେ ନିୟୋଜିତ ସେବାୟତଙ୍କ କୋରୋନା ଟେଷ୍ଟ ହୋଇ ଏହି କାର୍ଯ୍ୟକ୍ରମ ଆଗକୁ ନେବା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ତେବେ ଶେଷରେ ରଥଯାତ୍ରା ଆୟୋଜନ ଅଧିକାର ସରକାର ହିଁ ସମସ୍ତ ନିଷ୍ପତ୍ତି ନେବେ । ତାଙ୍କର ନିର୍ଦ୍ଦେଶକୁ ଦଇତାପତି ନିଯୋଗ ମାନିବ ବୋଲି କହିଛି । ତେବେ କିଭଳି କଟକଣା ଯୁକ୍ତ କରାଯାଇ ରଥଯାତ୍ରା ସୁରକ୍ଷିତ ଭାବେ ପାଳନ ହୋଇ ପାରିବ ନେଇ ମୁଖ୍ୟମନ୍ତ୍ରୀ ତର୍ଜମା କରିବାକୁ ଅନୁରୋଧ କରାଯାଇଛି । ଅନ୍ୟପଟେ ଦଇତାପତି ନିଯୋଗ ଆଜି ସନ୍ଧ୍ୟାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ବାର କାର୍ଯ୍ୟକ୍ରମ ରହିଛି । କିଭଳି ରଥଯାତ୍ରା ପରମ୍ପରା ଏହି ଅସମୟରେ ପାଳନ ହୋଇପାରିବ ନେଇ ଆଲୋଚନା ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.