ETV Bharat / state

ପୋତା ହେଲା ଫନି ବିପନ୍ନଙ୍କ ପାଇଁ ଆସିଥିବା 100ରୁ ଊର୍ଦ୍ଧ୍ୱ ଚୁଡା ବସ୍ତା

ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅଧିନ ସାତପଡ଼ାଠାରେ ଦେଖାଦେଇଛି ପ୍ରଶାସନର ଏଭଳି ପାରିବା ପଣିଆ । କୃଷ୍ଣପ୍ରସାଦ ବ୍ଲକ କର୍ମଚାରୀମାନେ ଜେସିବି ସହାୟତାରେ ଗାତ ଖୋଳି ନଷ୍ଟ ହୋଇଯାଇଥିବା ଚୁଡାକୁ ପୋତିଛନ୍ତି ।

author img

By

Published : Jun 27, 2019, 3:16 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ବ୍ରହ୍ମଗିରି

ବ୍ରହ୍ମଗିରି: ମାଟିରେ ପୋତା ହେଲା ଫନି ବିପନ୍ନଙ୍କ ପାଇଁ ଆସିଥିବା ଚୁଡା ବସ୍ତା । ଗୋଟିଏ କି ଦୁଇ ବସ୍ତା ନୁହେଁ ବଂର 100ରୁ ଊର୍ଦ୍ଧ୍ୱ ଚୁଡା ବସ୍ତାକୁ ଚିଲିକା କୂଳରେ ପୋତାଯାଇଛି । ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅଧିନ ସାତପଡ଼ାଠାରେ ଦେଖାଦେଇଛି ପ୍ରଶାସନର ଏଭଳି ପାରିବା ପଣିଆ । କୃଷ୍ଣପ୍ରସାଦ ବ୍ଲକ କର୍ମଚାରୀମାନେ ଜେସିବି ସହାୟତାରେ ଗାତ ଖୋଳି ନଷ୍ଟ ହୋଇଯାଇଥିବା ଚୁଡାକୁ ପୋତିଛନ୍ତି ।

ପ୍ରଳୟଙ୍କାରୀ ବନ୍ୟା ଫନି ପରେ ଏବେ ବି ଅଣ୍ଟା ସଳଖି ପାରିନି ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ । ବାତ୍ୟା ଫନିରେ ଛାରଖାର୍ ହୋଇଯାଇଥିବା ବ୍ରହ୍ମଗିରି ଓ ସାତପଡ଼ା ଅଞ୍ଚଳର ଅନେକ ଲୋକଙ୍କ ଘର ଓ ବେଉସା ଉଜୁଡ଼ି ଯାଇଥିଲା । ପେଟକୁ ମୁଠାଏ ଦାନା ପାଇଁ ଲୋକେ ଡହଳବିକଳ ହେଉଥିଲେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବ୍ରହ୍ମଗିରି

ଆଉ ଏହି ସମୟରେ ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ହାତ ଲମ୍ବିଥିଲା । ଶୁଖିଲା ଖାଦ୍ୟ ଚୁଡା, ଗୁଡ, ବିସ୍କୁଟ ଆଦି ବଣ୍ଟା ଯାଇଥିଲା । ହେଲେ ବାତ୍ୟା ବିପନ୍ନଙ୍କୁ ସେ ସବୁ ଦିଆଯାଇନାହିଁ । ସାତପଡ଼ାସ୍ଥିତ ଓଟିଡିସିର ଏକ କୋଠରୀରେ ମହଜୁଦ ଥିବା 100 ବସ୍ତାରୁ ଊର୍ଦ୍ଧ୍ବ ରିଲିଫ ଚୁଡାକୁ ପ୍ରଶାସନ ନଷ୍ଟ କରିଦେଇଛି । ଯାହାକୁ ଦେଖି ପ୍ରଶାସନର ପାରିବା ପଣିଆ ଉପରେ ଏବେ ପ୍ରଶ୍ନ ଉଠିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ରିଲିଫ ଚୁଡା କୁ ନଷ୍ଟ କରି ଚିଲିକା କୁଳରେ ପୋତିଲା ପ୍ରଶାସନ।
ବାତ୍ୟା ଫୋନିରେ ଛାର ଖାର୍ ହୋଇଥିଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ। ବିପନ୍ନ ମାନଙ୍କୁ ସହାୟତା ପାଇଁ ସରକାରୀ ଓ ବେ ସରକାରୀ ହାତ ଲମ୍ବି ଯାଇଥିଲା।
କିନ୍ତୁ ଆସିଥିବା ଚୁଡା ଗୁଡିକୁ ବଣ୍ଟା ନଯାଇ ଚିଲିକା କୁଳରେ ଗାତ ଖୋଳି ପୋତି ଦିଆଗଲା।Body:ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅଧୀନ ସାତପଡ଼ା ଠାରେ ଦେଖାଦେଇଛି ପ୍ରଶାସନ ର ପାରିବାର ପଣିଆ।ବାତ୍ୟା ଫୋନିରେ ଛାର ଖାର୍ ହୋଇଯାଇଥିଲା ବ୍ରହ୍ମଗିରି ଓ ସାତପଡ଼ା ଅଞ୍ଚଳ।ଲୋକଙ୍କର ଘର ଓ ବେଉସା ଉଜିଡ଼ୀ ଯାଇଥିଲା।ପେଟକୁ ମୁଠାଏ ଦାନା ପାଈଁ ଲୋକେ ଡହଳ ବିକଳ ହେଉଥିଲେ।
ତାହାକୁ ନଜର ରଖି ସରକାର ଚୁଡା ଓ ଗୁଡ ବ୍ଳକ ଗୁଡ଼ିକରେ ମହଜୁଦ ରଖା ଯାଇଛି ବୋଲି ଘୋଷଣା କରିଥିଲେ।କିନ୍ତୁ ସେ ଘୋଷଣା ପାଣିର ଗାର ପାଲଟିଛି।
ବାତ୍ୟା ବିପନ୍ନଙ୍କୁ ସେସବୁ ଦିଆଯାଇନାହିଁ। ସାତପଡ଼ା ସ୍ଥିତ ଓଟିଡିସି ର ଏକ କୋଠରୀରେ ମହଜୁଦ ଥିବା 100 ବସ୍ତା ରୁ ଉର୍ଦ୍ଧ ରିଲିଫ ଚୁଡା ଗୁଡିକୁ ପ୍ରଶାସନ ନଷ୍ଟ କରିଦେଇଛି।
ସେଗିଡ଼ୀକ ବିପନ୍ନ ମାନକୁ ନ ବାଣ୍ଟି ନଷ୍ଟ କରିଦିଅ ଯାଇଛି।ତେଣୁ କୃଷ୍ଣପ୍ରସାଦ ବ୍ଲକ କର୍ମଚାରୀ ମାନେ ଲୁକାୟତ୍ ଭାବେ ଜେସିବ୍ ସହାୟତାରେ ଚିଲିକା କୁଳରେ ବଡ଼ ଗାତ ଖୋଳି ନଷ୍ଟ ହୋଇଯାଇ ଥିବା 100 ବସ୍ତା ରୁ ଉର୍ଦ୍ଧ ଚୁଡା ଗୁଡିକୁ ପୋତି ଦିଆଯାଇଛି।
Conclusion:Avo
Debashish Das, Brahmagiri
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.