ଖୋର୍ଦ୍ଧା: ଓଡିଶାକୁ ଛିନଛତର କରିଦେଲା ସାମୁଦ୍ରିକ ଝଡ଼ ଫନି । ମାତ୍ର କେଇ ଘଣ୍ଟା ପାଇଁ ଆସି ଉଜାଡିଦେଲା ଲୋକଙ୍କ ବର୍ଷ ବର୍ଷର ପରିଶ୍ରମ । ଫନିର ପ୍ରଭାବରେ ଉଜୁଡିଗଲା ବହୁ ଘର ସଂସାର । ତେବେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ରେଞ୍ଚ ମୌଜାର ସୌଦାମିନୀ ପାତ୍ରଙ୍କୁ ମଧ୍ୟ ଅନେକ କ୍ଷୟକ୍ଷତି ସହିବାକୁ ପଡିଛି ।
ବାତ୍ୟା ସମୟରେ ନିଜ ଝାଳବୁହା ଧନରେ କରିଥିବା ଘର ଖଣ୍ଡିକୁ ଛାଡି ଆଶ୍ରୟ ସ୍ଥଳକୁ ଯାଇନଥିଲେ ସୌଦାମିନୀ । ଏହି ଭୟରେ କି ତାଙ୍କ ଘର ଉପରେ ଫନିର କୂପ୍ରଭାବ ପଡିବ । କିନ୍ତୁ ନିଜ ଆଖି ସାମ୍ନାରେ ଦେଖିବାକୁ ପଡିଥିଲା ଘର ଉଜୁଡିବାର ଦୃଶ୍ୟ । ଏବେ ପାଲ ଖଣ୍ଡିଏ ପାଇଁ ମଧ୍ୟ ଡହଳ ବିକଳ ହେଉଛନ୍ତି ସେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ